ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମୁଦ୍ରରେ ଭାରତୀୟ ନୌସେନାର ପରାକ୍ରମ, ଜଳଦସ୍ୟୁଙ୍କ କବଳରୁ ୧୭ ବାଂଲାଦେଶୀ ନାଗରିକଙ୍କୁ କଲା ଉଦ୍ଧାର…

ନୂଆଦିଲ୍ଲୀ: ନିକଟ ଅତୀତରେ ଭାରତୀୟ ନୌସେନା ସମୁଦ୍ରରେ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରିଛି । ବଡ ବଡ ସଙ୍କଟ ଦୂର କରିବାରେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସାହାଯ୍ୟ ପାଇଁ ଆବେଦନ ପାଇବା ମାତ୍ରେ ଭାରତୀୟ ନୌସେନା ଆଗକୁ ଆସିଛି, ଏବଂ କୌଣସି ଭେଦଭାବ ନକରି ତୁରନ୍ତ ଅପରେସନ୍ କରିଛି ।  ଭାରତୀୟ ନୌସେନା ଜଳଦସ୍ୟୁ ମାନଙ୍କ ଉଦ୍ୟମକୁ ପଣ୍ଡ କରିଛି ।

ଆଉ ବର୍ତ୍ତମାନ ସମୟରେ ଏବେ ଭାରତୀୟ ନୌସେନା ଏକ ପ୍ରମୁଖ ଅପରେସନ୍ କରୁଥିବାବେଳେ ବାଂଲାଦେଶର ୧୭ ଜଣ ନାଗରିକଙ୍କୁ ଜଳଦସ୍ୟୁ ମାନଙ୍କଠାରୁ ରକ୍ଷା କରିଛି । ଭାରତୀୟ ଯୁଦ୍ଧ ଜାହାଜ INS କୋଲକାତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଲୋକଙ୍କୁ ଜଳଦସ୍ୟୁ ମାନଙ୍କ କବଳରୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି । ନୌସେନା ୩୫ ଜଣ ଜଳଦସ୍ୟୁଙ୍କୁ ଘେରି ରହି ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା । ଏହି ଅଭିଯାନ ୪୦ ଘଣ୍ଟା ଧରି ଚାଲିଥିଲା |

ସୂଚନାଥାଉକି ଯେ ଡକାୟତ ମାନେ ବାଂଲାଦେଶୀ ଜାହାଜ ଏମ.ଭି ଅବଦୁଲ୍ଲାକୁ ଭାରତ ମହାସାଗରରେ ବନ୍ଧକ ରଖିଥିଲେ । ବାଂଲାଦେଶୀ ବାଣିଜ୍ୟ ଜାହାଜ ଅବଦୁଲ୍ଲା ମୋଜାମ୍ବିକରୁ ସଂଯୁକ୍ତ ଆରବ ଏମିରେଟ୍ସ ଅଭିମୁଖେ ଯାତ୍ରା କରୁଥିଲା । ଏହି ଜାହାଜକୁ ଡକାୟତମାନେ ଆକ୍ରମଣ କରିଥିଲେ । ଅପହରଣ ଓ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଭାରତୀୟ ନୌସେନା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଜାହାଜଟି ଡକାୟତ ମାନଙ୍କ ଠାରୁ ଉଦ୍ଧାର କରାଯାଇଥିଲା ।

INS କୋଲକାତା ଭାରତୀୟ ଉପକୂଳଠାରୁ ପ୍ରାୟ ୨୬ ଶହ କିଲୋମିଟର ଦୂରରେ ଡକାୟତି ଜାହାଜ ଏମଭି ରୁଏନକୁ ଆକ୍ରମଣ କରିଥିଲା । ଡକାୟତ ମାନଙ୍କ ଦ୍ୱାରା ବନ୍ଧକ ଥିବା ଜାହାଜରେ ଥିବା ସମସ୍ତ ବାଂଲାଦେଶୀ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.