ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ, ପନ୍ତ ଖେଳିବେନି ଗୁରୁତ୍ୱପୂର୍ଣ୍ଣ ମୁକାବିଲା

ବେଙ୍ଗାଲୁରୁ,୧୨/୦୫: ରବିବାର ୬୨ତମ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ପାଇଁ ଏହି  ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ମାତ୍ର ରିଷଭ ପନ୍ତ ଏହି ମ୍ୟାଚ୍‌ ଖେଳୁନଥିବାରୁ କ୍ୟାପିଟାଲ୍ସ ଦଳର ଚିନ୍ତା ବଢି ଯାଇଛି । ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୩ଥର ମନ୍ଥର ବୋଲିଂ କରିଥିବାରୁ ପନ୍ତ ଦଣ୍ଡିତ ହୋଇଛନ୍ତି । ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ କରାଯାଇଛି । ତାଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ ଦଳର ନେତୃତ୍ୱ ନେବେ । 

କ୍ୟାପିଟାଲ୍ସ ୧୨ଟି ମ୍ୟାଚ୍‌ ଖେଳି ୧୨ ପଏଣ୍ଟ ହାସଲ କରି ସାରିଛି । ଆଉ ୨ ପଏଣ୍ଟ ହାସଲ କଲେ ଦଳର ପ୍ଲେ-ଅଫ୍‌ ନିଶ୍ଚିତ ହୋଇପାରିବ। ରୟାଲ୍ସ ଚ୍ୟାଲେଞ୍ଜର୍ସ ୧୨ଟି ମ୍ୟାଚ୍‌ରୁ ୧୦ ପଏଣ୍ଟ  ହାସଲ କରିସାରିଛି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ୨ଟି  ଯାକ ମ୍ୟାଚ୍‌ ଜିତିବାକୁ ହେବ । ନଚେତ ଗୋଟିଏ ପରାଜୟ ପ୍ଲେ-ଅଫ୍‌ ସ୍ୱପ୍ନ ମଉଳାଇ ଦେବ ।

ଚଳିତ ସିଜନରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି ଭେଟିବେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛି । ବୋଲରମାନେ ମଧ୍ୟ ଲୟ  ଫେରିପାଇଛନ୍ତି । ଦଳ ଶେଷ ୪ଟି ମ୍ୟାଚ୍‌  ଜିତିଛି । ରବିବାର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ଦର୍ଶକ ଦ୍ୱାଦଶ ଖେଳାଳି ଭାବେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ସମର୍ଥନ କରିବେ । ତେଣୁ  ଘରୋଇ ଦଳର ପଲା ଭାରି ରହିବା ନିଶ୍ଚିତ । 

ରବିବାର ପନ୍ତ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ୟଶ ଧୂଲ କିମ୍ବା କୁମାର  କୁଶାଗ୍ରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ । ସେହିପରି ସାଇ ହୋପ୍‌ଙ୍କ ସ୍ଥାନରେ ଅଭିଜ୍ଞ ଡେଭିଡ୍‌ ୱାର୍ଣ୍ଣରଙ୍କୁ ଏକାଦଶରେ ସ୍ଥାନ  ମିଳିବା ସମ୍ଭାବନା ରହିଛି । ରୟାଲ୍‌  ଚ୍ୟାଲେଞ୍ଜର୍ସ ଦଳରେ ପରିବର୍ତ୍ତନ ସମ୍ଭାବନା  ନାହିଁ । ପୂର୍ବ ଭଳି ରଜତ ପାତିଦାର ଓ ୟଶ ଦୟାଲଙ୍କୁ ଇମ୍ପାକ୍ଟ ପ୍ଲେୟାର  ଭାବେ ଖେଳିବାକୁ ସୁଯୋଗ ମିଳିବ । 

ଚିନ୍ନାସ୍ୱାମୀ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌  ଅନୁକୂଳ ଥିବାରୁ ରବିବାର ବିଶାଳ  ସ୍କୋର ସମ୍ଭାବନା ରହିଛି । ଦ୍ୱିତୀୟ ଭାଗରେ  ବ୍ୟାଟିଂ ସହଜ ହେବ। ଟସ୍‌ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । 

ସମ୍ଭାବ୍ୟ ଏକାଦଶ 

ରୟାଲ୍‌ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି, ଫାଫଡୁ ପ୍ଲେସି(ଅଧିନାୟକ), ୱିଲ ଜ୍ୟାକ୍ସ, ରଜତ  ପାତିଦାର, ଗ୍ଲେନ ମ୍ୟାକ୍ସୱେଲ୍‌, କାମେରନ ଗ୍ରୀନ, ଦିନେଶ କାର୍ତ୍ତିକ, ସ୍ୱପ୍ନିଲ ସିଂହ, କରଣ  ଶର୍ମା, ମହମ୍ମଦ ସିରାଜ, ବିଜୟ କୁମାର  ବୈଶାଖ । (ଇମ୍ପାକ୍ଟ ପ୍ଲେୟାର: ୟଶ ଦୟାଲ) 

ଦିଲ୍ଲୀ କ୍ୟାପିଟାଲ୍ସ :  ଜେକ ଫ୍ରେଜର-ମ୍ୟାକଗର୍କ, ଅଭିଷେକ  ପୋରେଲ, ଡେଭିଡ୍‌ ୱାର୍ଣ୍ଣର/ସାଇ ହୋପ,  ୟଶ ଧୂଲ/କୁମାର କୁଶାଗ୍ର, ଟ୍ରିଷ୍ଟନ ଷ୍ଟବ୍ସ,  ଅକ୍ଷର ପଟେଲ(ଅଧିନାୟକ), ସୁମିତ  କୁମାର, ରସିକ ସଲାମ, କୁଲଦୀପ ଯାଦବ,  ମୁକେଶ କୁମାର, ଝେୟ ରିଚାର୍ଡସନ ।  (ଇମ୍ପାକ୍ଟ ପ୍ଲେୟାର: ଖଲିଲ ଅହମ୍ମଦ) ।

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.