ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ

ନୂଆଦିଲ୍ଲୀ,୨୦/୦୪: ଚଳିତ  ଆଇପିଏଲ ୩୫ତମ ଲିଗ୍‌ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଚଳିତ ସିଜନରେ କ୍ୟାପିଟାଲ୍ସ ଦଳ ନିଜ ଘରୋଇ ଗ୍ରାଉଣ୍ଡ୍‌ ଅରୁଣ ଜେଟଲୀ ଷ୍ଟାଡ଼ିୟମ୍‌ରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣା ହୋଇଯାଇଛି । କାରଣ ଦୀର୍ଘ ୧୬ ମାସ  ପରେ ଦିଲ୍ଲୀ କ୍ରିକେଟ୍‌ ପ୍ରେମୀ ନିଜ ପ୍ରିୟ ଖେଳାଳି  ରିଷଭ ପନ୍ତଙ୍କୁ ଦେଖିବାକୁ ଯାଉଛନ୍ତି । ମାତ୍ର ଘରୋଇ ସମର୍ଥକଙ୍କ ଉତ୍ସାହକୁ ଫିକା ପକାଇବା ପାଇଁ  ସନରାଇଜର୍ସ ହାଇଦ୍ରାବାଦ ଅପେକ୍ଷା କରି ରହିଛି।  

ପ୍ରଥମାର୍ଦ୍ଧରେ ଦିଲ୍ଲୀ କ୍ୟାପିଟାଲ୍ସ ବିଶାଖାପଟ୍ଟନମ୍‌ ସ୍ଥିତ ଗ୍ରାଉଣ୍ଡକୁ ଘରୋଇ ଗ୍ରାଉଣ୍ଡ ରୂପେ ବାଛିଥିଲା । ଉକ୍ତ ଗ୍ରାଉଣ୍ଡରେ ଦଳ ୨ଟି ମ୍ୟାଚ୍‌ ଖେଳିଥିଲା ଓ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ମାତ୍ର ନିଜର ପୁରୁଣା ଘରୋଇ ଗ୍ରାଉଣ୍ଡ୍‌ ଭାଗ୍ୟ ବଦଳାଇବ ବୋଲି କ୍ୟାପିଟାଲ୍ସ ଆଶା ରଖିଛି । ବିଜୟକୁ ଫେରିବା ପରେ ଦଳର ମନୋବଳ ବୃଦ୍ଧି ପାଇଛି । ଏପଟେ କିଛି ଆହତ ଖେଳାଳି ଫିଟ ହୋଇ  ଅଭ୍ୟାସ ଆରମ୍ଭ କରିଥିବାରୁ ଦଳ ଆଶ୍ୱସ୍ତ ରହିଛି ।  

ସନରାଇଜର୍ସ ଏଥର ଧୂଆଁଧାର ବ୍ୟାଟିଂ କରି ଆତଙ୍କ ଖେଳାଇଛି । ସର୍ବାଧିକ ଦଳଗତ ସ୍କୋର ରେକର୍ଡକୁ ୨ଥର ଭାଙ୍ଗି ସାରିଛି । ବ୍ୟାଟରମାନେ  ଚମତ୍କାର ଫର୍ମରେ ରହିଛନ୍ତି । ସବୁ ଗ୍ରାଉଣ୍ଡ୍‌ରେ  ଦଳ ଚୌକା ଓ ଛକା ବର୍ଷା କରୁଛି । ଶନିବାର ମଧ୍ୟ କୋଟଲାର ଛୋଟ ବାଉଣ୍ଡାରୀରେ ବିଶାଳ ସଟ୍‌ମାନ ଖେଳିବାକୁ ଦଳ ଅପେକ୍ଷା କରି ରହିଛି ।  

ସନରାଇଜର୍ସର ଦୁଇ ଓପନର ଟ୍ରେଭିସ୍‌ ହେଡ୍‌  ଓ ଅଭିଷେକ ଶର୍ମାଙ୍କ ବିପକ୍ଷରେ କ୍ୟାପିଟାଲ୍ସର  ଦୁଇ ପେସ୍‌ ବୋଲର ଈଶାନ୍ତ ଶର୍ମା ଓ ଖଲିଲ ଅହମ୍ମଦଙ୍କ ବୋଲିଂ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ କରିବ । ସନରାଇଜର୍ସ ବ୍ୟାଟରମାନଙ୍କ ପାଇଁ  ଦିଲ୍ଲୀ କ୍ୟାପିଟାଲ୍ସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା  ଜରୁରି । ହେଡ୍‌ ଓ ଅଭିଷେକଙ୍କ ବ୍ୟତୀତ ମଧ୍ୟ  କ୍ରମରେ ହେନରିକ୍‌ କ୍ଲାସେନ, ଅବଦୁଲ ସମଦ ଓ  ଆଡେନ ମାରକ୍ରମ ମଧ୍ୟ ଭୟଙ୍କର ବ୍ୟାଟିଂ କରୁଛନ୍ତି ।  

ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ମୁଖ୍ୟତଃ ପନ୍ତ  ଓ ଟ୍ରିଷ୍ଟନ ଷ୍ଟବ୍ସଙ୍କ ଉପରେ ନିର୍ଭର କରୁଛି। ଅନ୍ୟ ସବୁ ବ୍ୟାଟର ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଶନିବାର ଏକାଦଶରେ ପରିବର୍ତ୍ତନ ସମ୍ଭାବନା ରହିଛି । ଡେଭିଡ୍‌ ୱାର୍ଣ୍ଣର ଏକାଦଶକୁ  ଫେରିବା ସମ୍ଭାବନା ରହିଛି । ଫଳରେ ଯୁବ ଅଲ୍‌ରାଉଣ୍ଡର ସୁମିତ କୁମାର ବାଦ ପଡ଼ିବେ ।  ସନରାଇଜର୍ସ ଦଳ ଅପରିବର୍ତ୍ତିତ ରଖିବ ।  

ଅରୁଣ ଜେଟଲି ଗ୍ରାଉଣ୍ଡ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯାଉଥିବାରୁ ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ।ଗତ ସିଜନ ଅପେକ୍ଷା ଏଥର ପିଚ୍‌କୁ ନେଇ କୋଚ୍‌ ରିକି  ପଣ୍ଟିଂ ବେଶ୍‌ ଖୁସି ଅଛନ୍ତି । ପିଚ୍‌ରେ ଘାସ ରଖାଯାଇଥିବାରୁ ପେସ ବୋଲିଂ ବିଭାଗ ଏଠାରେ ସଫଳ ହେବା ନିଶ୍ଚିତ । ଉଭୟ ଦଳ ନିକଟରେ ଦକ୍ଷ ପେସ୍‌ ବୋଲର ରହିଛନ୍ତି । ମାତ୍ର ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ:

ଦିଲ୍ଲୀ କ୍ୟାପିଟାଲ୍ସ:  ପୃଥ୍ୱୀ ଶ’, ଡେଭିଡ୍‌ ୱାର୍ଣ୍ଣର, ଜେକ ଫ୍ରେଜର  ମ୍ୟାକଗର୍କ, ଅଭିଷେକ ପୋରେଲ୍‌, ରିଷଭ  ପନ୍ତ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର  ପଟେଲ, ସୁମିତ କୁମାର, କୁଲଦୀପ ଯାଦବ,  ଈଶାନ୍ତ ଶର୍ମା, ମୁକେଶ କୁମାର । (ଇମ୍ପାକ୍ଟ  ପ୍ଲେୟାର: ଖଲିଲ ଅହମ୍ମଦ) 

ସନରାଇଜର୍ସ: ଟ୍ରେଭିସ୍‌ ହେଡ୍‌, ଅଭିଷେକ ଶର୍ମା, ଆଡେନ  ମାରକ୍ରମ, ହେନରିକ କ୍ଲାସେନ, ଅବଦୁଲ ସମଦ,  ନିତିଶ କୁମାର ରେଡ୍ଡୀ, ସାହାବାଜ ଅହମ୍ମଦ,  ପ୍ୟାଟ୍‌ କମିନ୍ସ(ଅଧିନାୟକ), ଭୁବନେଶ୍ୱର  କୁମାର, ଜୟଦେବ ଉନାକାତ, ଟି ନଟରାଜନ ।  (ଇମ୍ପାକ୍ଟ ପ୍ଲେୟାର: ମୟଙ୍କ ମାର୍କଣ୍ଡେ)

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.