ପ୍ରମୁଖ ଖବର
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ

କୋଲକାତା,୧୧/୦୫: ଚଳିତ ଆଇପିଏଲର  ୬୦ତମ ଲିଗ୍‌ ମୁକାବିଲାରେ ଶନିବାର ଘରୋଇ କୋଲକାତା ନାଇଟ୍‌ ରାଇଡର୍ସ ପଥ ଭ୍ରଷ୍ଟ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏଥର ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ି ସାରିଛି । ମାତ୍ର ନାଇଟ ରାଇଡର୍ସ ଚଳିତ ସିଜନରେ ଚମତ୍କାର ଖେଳ ପ୍ରଦର୍ଶନ କରି ପ୍ଲେ- ଅଫ୍‌ ଦ୍ୱାରରେ ଉପନୀତ ହୋଇଛି । ଶନିବାର ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲେ ଦଳର  ପ୍ଲେ-ଅଫ ସହ ପଏଣ୍ଟ ତାଲିକାର ପ୍ରଥମ ୨ଟି  ସ୍ଥାନ ମଧ୍ୟରେ ରହିବା ମଧ୍ୟ ନିଶ୍ଚିତ ହୋଇଯିବ ।  

ଉଭୟ ଦଳ ୩ ତାରିଖରେ ପରସ୍ପରକୁ  ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ଭେଟିଥିଲେ । ନାଇଟ୍‌  ରାଇଡର୍ସ ଉକ୍ତ ମ୍ୟାଚ୍‌କୁ ୨୪ ରନ୍‌ରେ ଜିତିଥିଲା । ୧୨ବର୍ଷ ପରେ ୱାଙ୍ଖଡ଼େରେ ଜିତିବାରେ ସଫଳ  ହୋଇଥିଲା ନାଇଟ ରାଇଡର୍ସ । ବର୍ତ୍ତମାନ  ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଶୋଧ ନେବା ସମୟ 

ପୂର୍ବ ରେକର୍ଡକୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି । ଉଭୟ ଦଳ ପରସ୍ପରକୁ ୩୩ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୨୩ଟି ମ୍ୟାଚ୍‌ ଜିତିଛି । ସେହିପରି କେବଳ ଇଡେନ ଗାର୍ଡେନରେ ଉଭୟ ଦଳ ୧୦ଥର ସାମ୍ନା ସାମ୍ନି ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ  ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଚଳିତ ସିଜନରେ ନାଇଟ ରାଇଡର୍ସର ପ୍ରଦର୍ଶନ ଚମତ୍କାର ରହିଛି । ଦଳ ୮ଟି  ମ୍ୟାଚ୍‌ ଜିତି ସାରିଛି । ହାତରେ ଆଉ ୩ଟି ମ୍ୟାଚ୍‌  ରହିଛି । ତେଣୁ ପ୍ଲେ-ଅଫ୍‌ରେ ପ୍ରବେଶ କରିବା  ନିଶ୍ଚିତ ହୋଇ ସାରିଛି କହିଲେ ଭୁଲ ହେବ ନାହିଁ ।  ଶନିବାର ରୋହିତ ଶର୍ମା ଓ ସୁନିଲ ନାରାଏନଙ୍କ ମଧ୍ୟରେ ଏକ  ଜୋରଦାର ଲଢେଇ ହେବ । ନାରାଏନ୍‌  ଆଇପିଏଲ୍‌ରେ ରୋହିତଙ୍କୁ ୧୦ଥର  ଆଉଟ୍‌ କରିସାରିଛନ୍ତି । ଅନ୍ୟ ପଟରେ  ଦେଖିବାକୁ ଗଲେ ଇଡେନ ଗାର୍ଡେନ୍ସ ରୋହିତଙ୍କ  ପ୍ରିୟ ଗ୍ରାଉଣ୍ଡ । ଏଠାରେ ସେ ଦିନିକିଆରେ  ରେକର୍ଡ ୨୬୪ ରନ୍‌ର ପାଳି ଖେଳିଥିଲେ । ଟେଷ୍ଟ ପଦାର୍ପଣ କରି ଶତକ ଅର୍ଜନ କରିଥିଲେ ।  

ଉଭୟ ଦଳ ଶନିବାର ଏକାଦଶ ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି । ନିତିଶ ରାଣା ଫିଟ୍‌ ହୋଇ ସାରିଥିଲେ ହେଁ ଖେଳିବା ସମ୍ଭାବନା ନାହିଁ । ଅଙ୍ଗକ୍ରିଶ ରଘୁବଂଶୀଙ୍କ ସ୍ଥାନରେ ତାଙ୍କୁ ଖେଳାଇବାକୁ  ଯୋଜନା କରାଯାଉଛି । ମାତ୍ର ଦଳରେ ୩ଜଣ ବାମ ହାତି ବ୍ୟାଟର ରହିଥିବାରୁ ନିତିଶଙ୍କ ପାଇଁ ସ୍ଥାନ ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଦଳ ଅପରିବର୍ତ୍ତିତ ରଖିବ। ଅଂଶୁଲ କାମ୍ବୋଜ ଶନିବାର ଖେଳିବା ନିଶ୍ଚିତ । ନେହାଲ ୱଧେରା ଓ ପିୟୂଷ ଚାୱଲା ଇମ୍ପାକ୍ଟ ପ୍ଲେୟାର ଭାବେ ସୁଯୋଗ ପାଇବେ। 

ଇଡେନ ଗାର୍ଡେନ୍ସ ପିଚ୍‌ ବ୍ୟାଟିଂ ପାଇଁ ବେଶ ଅନୁକୂଳ । ପ୍ରଥମ ଭାଗ ତୁଳନାରେ ଦ୍ୱିତୀୟ ଭାଗରେ  ବ୍ୟାଟିଂ ସହଜ ହେବ । ମାତ୍ର ଶନିବାର ବର୍ଷା ମ୍ୟାଚ୍‌ରେ ବାଧକ ସାଜିବ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ

ନାଇଟ୍‌ ରାଇଡର୍ସ: ଫିଲ ସଲ୍ଟ, ସୁନିଲ ନାରାଏନ, ଅଙ୍ଗକ୍ରିଶ  ରଘୁବଂଶୀ/ନିତିଶ ରାଣା, ଶ୍ରେୟାସ  ଆୟର(ଅଧିନାୟକ), ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ରିଙ୍କୁ ସିଂହ,  ମିଚେଲ ଷ୍ଟାର୍କ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ।  (ଇମ୍ପାକ୍ଟ ପ୍ଲେୟାର-ବୈଭବ ଆରୋରା)।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଇଶାନ କିଷନ, ସୂର୍ଯ୍ୟକୁମାର  ଯାଦବ, ନମନ ଧିର, ତିଳକ ବର୍ମା, ହାର୍ଦ୍ଦିକ  ପାଣ୍ଡ୍ୟା(ଅଧିନାୟକ), ଟିମ ଡେଭିଡ୍‌, ନେହାଲ  ୱଧେରା, ଅଂଶୁଲ କାମ୍ବୋଜ, ଯଶପ୍ରୀତ  ବୁମରା, ନୂଆନ ତୁଷାରା । (ଇମ୍ପାକ୍ଟ ପ୍ଲେୟାର-  ପିୟୂଷ ଚାୱଲା)।

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.