ନୂଆଦିଲ୍ଲୀ, ୧୪/୦୫ : ୧୪ ଜୁନ୍ ୧୯୧୧। ପ୍ରଥମ ଯାତ୍ରାରେ ବାହାରି ପଡ଼ିଲା ରୋମ୍ର ଜେନେଟି ନାମକ ଟ୍ରେନ୍। ଏଥିରେ ବସିଥିଲେ ୧୦୬ ଯାତ୍ରୀ। ନିର୍ଦ୍ଧାରିତ ସମୟରେ ଛାଡ଼ିଲା ଷ୍ଟେସନ। ଏକ ସୁହାନା ସଫର୍ ପାଇଁ ସମସ୍ତଙ୍କ ମନରେ ଥିଲା ଉତ୍କଣ୍ଠା। ଟ୍ରେନ୍ର ଟ୍ରାୟାଲ ଥିବାରୁ ମାଗଣାରେ ସମସ୍ତ ସୁଖ ସୁବିଧାର ବ୍ୟବସ୍ଥା କରିଥିଲା କମ୍ପାନୀ। ଏହା ସହ ଏହି ସମସ୍ତ ଯାତ୍ରୀମାନଙ୍କ ଫେରିବା ପାଇଁ କମ୍ପାନୀ କରିଥିଲା ସବୁ ବ୍ୟବସ୍ଥା। ଯାତ୍ରୀମାନଙ୍କୁ ଏକ ସୁଖଦ ଅନୁଭବ ଦେବାକୁ ସୁହାନା ସଫରରେ ବାହାରି ପଡିଥିଲା ଟ୍ରେନ୍। ଝରକା ବାଟେ ଝାଙ୍କି ପ୍ରକୃତିର ମଜା ନେଉଥିଲେ ସବୁ ଯାତ୍ରୀ। ସବୁ କିଛି ଚାଲିଥିଲା ନିର୍ଦ୍ଧାରିତ ଉପାୟରେ। କିନ୍ତୁ ହଠାତ୍ ୧୦୬ ଯାତ୍ରୀଙ୍କ ସହ ଏମିତି କିଛି ହେଲା, ଯାହାକୁ ଆଜିବି କେହି କରିପାରୁ ନାହାଁନ୍ତି ବିଶ୍ଵାସ। ଡେଷ୍ଟିନେସନରେ ପହଞ୍ଚିବା ପୂର୍ବରୁ ଲୁମ୍ବାଡି ଟନେଲ ଦେଇ ଅତିକ୍ରମ କରିଥିଲା ଟ୍ରେନ୍। ତେବେ ଟ୍ରେନ୍ଟି ଟନେଲ୍ ଭିତରକୁ ଗଲା ସତ, କିନ୍ତୁ ଆଉ ବାହାରି ପାରିଲା ନାହିଁ। ଟନେଲ ଭିତରେ କେଉଁଆଡ଼େ ଉଭେଇ ଗଲା ଟ୍ରେନ୍।
ଟ୍ରେନ୍ ନିଖୋଜ ହେବା ପରେ ସାରା ଦେଶରେ ଖେଳିଗଲା ଚାଞ୍ଚଲ୍ୟ। ଟ୍ରେନ୍ କେଉଁଆଡ଼େ ଗଲା କାହା ପାଖରେ ନଥିଲା ଖୋଜ୍ ଖବର। ଟ୍ରେନ୍ର ଲାଷ୍ଟ ଲୋକେସନ ଦେଖାଉଥିଲା ଲୁମ୍ବାଡି ଟନେଲ। ଦେଖୁ ଦେଖୁ ଏହା ହୋଇଗଲା ରାଷ୍ଟ୍ରୀୟ ଖବର। ଏହାପରେ ଟନେଲ ଭିତରକୁ ଯାଇ ଟିକିନିଖି ତଦନ୍ତ କରିଥିଲେ ଏକ୍ସପର୍ଟ ଟିମ୍। ହେଲେ ଟନେଲ ଭିତରେ ସେମିତି କିଛି ମିଳିଲାନି। ସରକାର ଏବଂ କମ୍ପାନୀ ଖୁବ୍ ବେଜିତ୍ ବି ହେଲେ। ତେବେ ଟ୍ରେନ୍ରେ ନିଖୋଜ ହେବାର କିଛି ଦିନ ପରେ ମେକ୍ସିକୋର ୨ ଜଣ ଯୁବକ ଜେନେଟି ଟ୍ରେନ୍ର ଯାତ୍ରୀ ବୋଲି ଦାବି କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ଟ୍ରେନ୍ ଟନେଲରେ ଏଣ୍ଟ୍ରି ମାରିବା ବେଳେ ସେମାନେ ଟ୍ରେନ୍ରୁ ଡେଇଁ ପଡିଥିଲେ। କାରଣ ଟ୍ରେନ୍ ଟନେଲରେ ଏଣ୍ଟ୍ରି କରିବା ବେଳେ ଚାରିଆଡ଼େ କଳାଧୂଆଁ ଖେଳି ଯାଇଥିଲା। ଭୟାନକ ଚିତ୍କାର ଶୁଣାଗଲା। ତେବେ ଏହି ଦୁଇ ଯୁବକଙ୍କ କଥାକୁ କେହି ବିଶ୍ଵାସ କଲେ ନାହିଁ। କାରଣ ସେମାନଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଥିଲା।
ଘଟଣାର ବହୁ ବର୍ଷ ପରେ ମେକ୍ସିକୋର ଜଣେ ଡାକ୍ତରଙ୍କ ଆଉ ଏକ ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ସେ କହିଥିଲେ ଯେ, ଜେନେଟି ଟ୍ରେନ୍ର ସେହି ନିଖୋଜ ୧୦୪ ଯାତ୍ରୀଙ୍କୁ ମେକ୍ସିକାନ ହସ୍ପିଟାଲରେ କରାଯାଇଥିଲା ଭର୍ତ୍ତି। ସମସ୍ତଙ୍କ ମୁହଁରେ ଥିଲା ସେହି ଗୋଟିଏ ଟ୍ରେନ୍। ତେବେ ଏହା କିପରି ହୋଇପାରିଲା ସମ୍ଭବ। କାହିଁକି ନାଁ ଇଟାଲୀରୁ ମେକ୍ସିକୋ ୧୦ ହଜାର କୋଲିମିଟରରୁ ଅଧିକ ଦୂର। ଏହି ଦୁଇ ଦେଶକୁ ବିଭାଜିତ କରୁଛି ଆଟଲାଣ୍ଟିକ ମହାସାଗର। ତାହେଲେ ଏହା କେମିତି ହୋଇପାରିଲା ସମ୍ଭବ। ଅପର ପକ୍ଷେ ସେହି ୧୦୪ ଯାତ୍ରୀଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ଏହା ହୋଇପାରିଲାନି ବିଶ୍ଵାସଯୋଗ୍ୟ। କେତେକ କୁହନ୍ତି ଟାଇମ୍ ଟ୍ରାଭେଲ୍ କରି ମେକ୍ସିକୋରେ ପହଞ୍ଚିଥିଲା ଜେନେଟି ଟ୍ରେନ୍। ସମୟ ସହ ଲୋକମାନେ ଏହି ଘଟଣାକୁ ଭୁଲିବାକୁ ଲାଗିଲେ। ସମସ୍ତ ଯାଞ୍ଚ୍ ଏଜେନ୍ସି ହାତ ଟେକି ଦେଇଥିଲେ। ଏହିଭଳି ଭାବରେ ସବୁଦିନ ପାଇଁ ଏହି ରାଜ୍ ଏକ ରାଜ୍ରେ ରହିଗଲା।