ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଇସ୍ରାଏଲ–ହାମାସ ଯୁଦ୍ଧ : ଇସ୍ରାଏଲରୁ ରାଷ୍ଟ୍ରଦୂତ ଫେରାଇ ନେବାକୁ ତୁର୍କୀର ନିଷ୍ପତ୍ତି…

ନୂଆଦିଲ୍ଲୀ: ହାମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ତୁର୍କୀ ଇସ୍ରାଏଲ ବିରୋଧରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହାମାସ ସହିତ ଅସ୍ତ୍ରବିରତି ଉଲ୍ଲଂଘନକୁ ଇସ୍ରାଏଲ ମନା କରିଥିବାରୁ ତୁର୍କୀ ଇସ୍ରାଏଲରୁ ଏହାର ରାଷ୍ଟ୍ରଦୂତଙ୍କୁ ଫେରାଇ ନେବାକୁ କହିଛି । ତେବେ ତୁର୍କୀ ଇସ୍ରାଏଲରୁ ରାଷ୍ଟ୍ରଦୂତ ଫେରାଇ ନେବାର ନିଷ୍ପତ୍ତି ଏଭଳି ସମୟରେ ନେଇଛି, ଯେତେବେଳେ କି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ତୁର୍କୀ ଗସ୍ତ କରୁଛନ୍ତି । 

ତୁର୍କୀର ବୈଦେଶିକ ମନ୍ତ୍ରଣାଳୟ ଏହାର ସଦ୍ୟତମ ବିବୃତ୍ତିରେ କହିଛି ଯେ, ଗାଜାରେ ସାଧାରଣ ନାଗରିକଙ୍କ ଉପରେ ଇସ୍ରାଏଲର ଆକ୍ରମଣ କରୁଛି । ଏଭଳି ଆକ୍ରମଣ ବନ୍ଦ କରିବା ଆବଶ୍ୟକ । କିନ୍ତୁ ଇସ୍ରାଏଲ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ନୁହେଁ । ଏଭଳି ପରିସ୍ଥିତିରେ ରାଷ୍ଟ୍ରଦୂତ ସାକିର ଓଜକାନ ତରୁନଲରଙ୍କୁ ପରାମର୍ଶ ପାଇଁ ଡକାଯାଉଛି । ସୂଚନାଥାଉକି ଯେ ୨୦୨୨ ମସିହାରେ ସାକିର ଓଜକାନ୍ ତରୁନଲାରଙ୍କୁ ରାଷ୍ଟ୍ରଦୂତ କରାଯାଇଥିଲା ।

ଏହା ପୂର୍ବରୁ ୨୦୧୮ ରେ କିଛି ପାଲେଷ୍ଟାଇନୀୟଙ୍କ ହତ୍ୟାକୁ ବିରୋଧ କରି ଇସ୍ରାଏଲରୁ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଥିଲା ତୁର୍କୀ । କିନ୍ତୁ ୨୦୨୨ ରେ, ତରୁନଲାରଙ୍କୁ ରାଷ୍ଟ୍ରଦୂତ ଭାବରେ ପଠାଯାଇଥିଲା । ସୂଚନାଯୋଗ୍ୟ ଯେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ପୂର୍ବରୁ ତୁର୍କୀ ଇସ୍ରାଏଲ ସହିତ ସମ୍ପର୍କକୁ ସୁଦୃଢ କରୁଥିଲା । ତେବେ ଯୁଦ୍ଧ ଆଗକୁ ବଢିବା ପରେ ତୁର୍କୀ ଇସ୍ରାଏଲ ବିରୋଧରେ ସ୍ୱର ଉତ୍ତୋଳନ କରିଛି । ତୁର୍କୀ ପୂର୍ବରୁ ବୋଲିଭିଆ ଏବଂ ଜୋର୍ଡାନ ମଧ୍ୟ ଇସ୍ରାଏଲ ସହ ସମ୍ପର୍କ ଭାଙ୍ଗିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.