ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଗାଜାରେ ଅସ୍ତ୍ରବିରତି ପାଇଁ ଐତିହାସିକ ଇସ୍ରାଏଲୀ ଅସ୍ତ୍ରବିରତି ଅଫର କ'ଣ? ଆମେରିକା ରଖିଲା ପ୍ରସ୍ତାବ....ହମାସ ପାଇଁ ଶେଷ ସୁଯୋଗ କହିଲେ ବାଇଡେନ

Image source: CNN news

ନୂଆଦିଲ୍ଲୀ,୦୧/୦୬: ଶୁକ୍ରବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ସୂଚନା ଦେଇ କହିଛନ୍ତି ଯେ ଗାଜାରେ ଅସ୍ତ୍ରବିରତି ପାଇଁ ଇସ୍ରାଏଲ ହମାସକୁ ଏକ ପ୍ରସ୍ତାବ ପଠାଇଛି। ଏହି ତୃତୀୟ ପର୍ଯ୍ୟାୟ ପ୍ରସ୍ତାବରେ ଅସ୍ତ୍ରବିରତି ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ସହିତ ଗାଜାର ପୁନଃ ନିର୍ମାଣ ପାଇଁ ଏକ ବିସ୍ତୃତ ଯୋଜନା ଅନ୍ତର୍ଭୁକ୍ତ। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ କତାର ମାଧ୍ୟମରେ ଏହି ପ୍ରସ୍ତାବ ହାମାସକୁ ପଠାଯାଇଛି। ତିନି ପର୍ଯ୍ୟାୟ ପ୍ରସ୍ତାବ ବିଷୟରେ ବାଇଡେନ କହିଛନ୍ତି ଯେ ଏହା ପ୍ରକୃତରେ ଏକ ଐତିହାସିକ ସୁଯୋଗ। 

ଏଥି ସହିତ ବାଇଡେନ ଆପୋଷ ବୁଝାମଣାର ସର୍ତ୍ତାବଳୀକୁ ବିଶ୍ବର ମହାଶକ୍ତି ମାନଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଶତ୍ରୁତା ଶେଷ କରିବା ଏବଂ ମହିଳା, ଶିଶୁ ଏବଂ ବୃଦ୍ଧ ତଥା ଆହତ ବନ୍ଧକଙ୍କୁ ମୁକ୍ତ କରାଯିବ। ତେବେ ଆମେରିକାର ଏହି ପ୍ରସ୍ତାବରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନି ହମାସ୍। ଜୋ ବାଇଡେନ ଏହି ପ୍ରସ୍ତାବକୁ ମଧ୍ୟ ପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି, 'ଇସ୍ରାଏଲ ଏହାର ପ୍ରସ୍ତାବ ଉପସ୍ଥାପନ କରିଛି। ହମାସ ମଧ୍ୟ ଅସ୍ତ୍ରବିରତି ଚାହୁଁଛି ବୋଲି କହିଛି। ତେବେ ଏହି ପରିପ୍ରେକ୍ଷିରେ ଏହି ପ୍ରସ୍ତାବରୁ ସ୍ପଷ୍ଟ ହୋଇଯିବ ଯେ, ବାସ୍ତବିକ ହମାସ ଇସ୍ରାଏଲର ପ୍ରସ୍ତାବକୁ ସ୍ବୀକାର କରୁଛି କି ନାହିଁ।

ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ହେବ। ଗାଜାର ଜନବହୁଳ ଅଞ୍ଚଳରୁ ଇସ୍ରାଏଲ୍ ସୈନ୍ୟ ବାହାରିବେ। ଏହାରି ଭିତରେ କିଛି ବନ୍ଧକଙ୍କୁ ମୁକ୍ତ କରାଯିବ ଏବଂ ହତ୍ୟା କରାଯାଇଥିବା କେତେକ ବନ୍ଧକଙ୍କ ମୃତଦେହ ଫେରାଇ ଦିଆଯିବ। ପାଲେଷ୍ଟାଇନ ନାଗରିକମାନେ ଗାଜାରେ ନିଜ ଘରକୁ ଫେରିପାରିବେ। ମାନବିକ ସହାୟତା ବୃଦ୍ଧି କରାଯିବ।

ଏହି ପ୍ରସ୍ତବାରେ ସବୁଦିନ ପାଇଁ   ଶତ୍ରୁତା ଶେଷ ହେବ ବୋଲି କହିଛନ୍ତି ବାଇଡେନ। ଅବଶିଷ୍ଟ ବଞ୍ଚିତ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଅଦଳବଦଳ କରାଯିବ। ଇସ୍ରାଏଲ ସେନା ଗାଜାରୁ ବାହାରିବେ। ଶେଷ ପର୍ଯ୍ୟାୟରେ ଗାଜାରେ ପୁନଃ ଘର ନିର୍ମାଣ ଯୋଜନା ଉପରେ କାର୍ଯ୍ୟ କରାଯିବ। ଏହାରି ଭିତରେ, ଶେଷ ଅବଶିଷ୍ଟ ବନ୍ଧକମାନଙ୍କର ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ।

ହ୍ବାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଇଡେନ କହିଛନ୍ତି ଯେ, ଏହା ହେଉଛି ପ୍ରସ୍ତାବ। ଏହାରି ଭିତରେ, ବାଇଡେନ ଇସ୍ରାଏଲର ନେତାନ୍ୟାହୁଙ୍କ ସରକାରରେ ଉପସ୍ଥିତ ଥିବା ଦକ୍ଷିଣପନ୍ଥୀ ନେତାମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ ଯେଉଁମାନେ ଯୁଦ୍ଧ ଜାରି ରଖିବା ସପକ୍ଷରେ ଅଛନ୍ତି। ବାଇଡେନ କହିଛନ୍ତି, 'ମୁଁ ଜାଣେ ଇସ୍ରାଏଲରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଯୋଜନାରେ ସହମତ ହେବେ ନାହିଁ ଏବଂ ଯୁଦ୍ଧ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରଖିବାକୁ ଆହ୍ବାନ କରିବେ। କେତେକ ଏପରିକି ସରକାରୀ ମିଳିତ ମେଣ୍ଟରେ ଅଛନ୍ତି। ସେମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ସେମାନେ ଗାଜାକୁ ଧରି ରଖିବାକୁ ଚାହୁଁଛନ୍ତି, ସେମାନେ ବର୍ଷ ବର୍ଷ ଧରି ଯୁଦ୍ଧ ଜାରି ରଖିବାକୁ ଚାହୁଁଛନ୍ତି ଏବଂ ବନ୍ଧକମାନେ ସେମାନଙ୍କ ପାଇଁ ପ୍ରାଥମିକତା ନୁହଁନ୍ତି ବୋଲି କହିଛନ୍ତି ବାଇଡେନ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.