ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଭାରତୀୟ ମହାକାଶ କେନ୍ଦ୍ରର ନୂଆ ଡିଜାଇନ୍‌, ୫୨ ଟନ୍‌ର ୫ ମଡ୍ୟୁଲ୍‌ରେ ରହିବେ ୬ ଜଣ

ନୂଆଦିଲ୍ଲୀ ୦୯/୦୭: ଭାରତୀୟ ମହାକାଶ କେନ୍ଦ୍ରର ନୂଆ  ଡିଜାଇନ୍‌ ସାମ୍ନାକୁ ଆସିଛି । ଏହାର ଓଜନ ହେବ ୫୨  ଟନ୍‌ । ଲମ୍ବା ୨୭ ମିଟର (୮୮.୫୮ ଫୁଟ)  ଓ ଚଉଡ଼ା ହେବ ୨୦ ମିଟର (୬୫.୬୧ ଫୁଟ)  । ଏଥିରେ ୫ ମେଟାଲିକ୍‌ ମଡ୍ୟୁଲ୍‌ ରହିବ । ସାଧାରଣତଃ ୩-୪ ଜଣ ମହାକାଶଚାରୀ  ଏଥିରେ ରହିବେ । କିନ୍ତୁ ଆବଶ୍ୟକ ପଡ଼ିଲେ ସର୍ବାଧିକ ୬ ମହାକାଶଚାରୀ ରହିପାରିବେ । 

ଭାରତୀୟ ମହାକାଶ କେନ୍ଦ୍ରରେ କେବଳ ୩ ମହାକାଶଚାରୀ ରହିପାରିଥାନ୍ତେ, ତାହା ପୁଣି  ୧୫-୨୦ ଦିନ ପାଇଁ । କିନ୍ତୁ ନୂଆ ଡିଜାଇନ୍‌ରେ  ଏହାକୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରଠୁ  ମଧ୍ୟ ଉତ୍କୃଷ୍ଟ ନିର୍ମାଣ କରାଯାଉଛି । ୨୦୩୫  ମସିହାରେ ଭାରତୀୟ ମହାକାଶ କେନ୍ଦ୍ରକୁ  କାର୍ଯ୍ୟକାରୀ କରିବା ଇସ୍ରୋର ଲକ୍ଷ୍ୟ ।  

ଭାରତୀୟ ମହାକାଶ କେନ୍ଦ୍ରରେ  ନୂଆ ପ୍ରକାର ୟୁନିଭର୍ସାଲ ଡକିଙ୍ଗ୍‌  ଓ ବର୍ଥିଙ୍ଗ୍‌ ସିଷ୍ଟମ୍‌ ରହିବ ।  ଫଳରେ ଆବଶ୍ୟକ ହେଲେ  ଅନ୍ୟ ଦେଶର ମହାକାଶଯାନ  ଏଥିରେ ଯୋଡ଼ି ହୋଇପାରିବ ।  ରୋଲ ଆଉଟ୍‌ ସୋଲାର ଆରେ  ରହିବ, ଯାହାକୁ ଆବଶ୍ୟକ ସ୍ଥଳେ  ମୋଡ଼ାଯାଇପାରିବ। ଏହା ଦ୍ୱାରା ମହାକାଶ  ବର୍ଜ୍ୟ ଧକ୍କାରୁ ମହାକାଶ କେନ୍ଦ୍ରକୁ ରକ୍ଷା  କରିବ । ମହାକାଶ କେନ୍ଦ୍ରରେ ପ୍ରପେଲାଣ୍ଟ୍‌  ରିଫ୍ୟୁଲିଙ୍ଗ୍‌ ଓ ସର୍ଭିସିଙ୍ଗ୍‌ ବ୍ୟବସ୍ଥା ରହିବ ।  ନୂଆ ପ୍ରକାର ଆଭିୟୋନିକ୍ସ ଓ ଯୋଗାଯୋଗ  ପ୍ରଣାଳୀ ଲାଗିବ । ଇନର୍ସିଆଲ କଣ୍ଟ୍ରୋଲ  ସିଷ୍ଟମ୍‌ ବି ରହିବ । ପୃଥିବୀଠୁ  ୪୦୦-୪୫୦ କିମି ଉପରେ  କକ୍ଷରେ ଘୂରିବୁଲିବ ଭାରତୀୟ  ମହାକାଶ କେନ୍ଦ୍ର । ମହାକାଶରୁ  ଆସୁଥିବା ପଥର, ବର୍ଜ୍ୟ  ଓ ଉଲ୍‌କା ଆଦି ଧକ୍କା ହେବା  ସ୍ଥିତିରେ ଏହା ଯେମିତି ଉପର-ତଳ  ହୋଇପାରିବ ସେଥିପାଇଁ ଉଚ୍ଚତାରେ ଏହି  ଅନ୍ତର ରଖାଯାଇଛି । 

ଗତ ବର୍ଷ ଆମେରିକୀୟ ମହାକାଶ  ଏଜେନ୍ସି ନାସାର ପ୍ରମୁଖ ବିଲ ନେଲସନ୍‌  ଭାରତ ଆସିଥିଲେ । ଏହି ସମୟରେ ସେ  କହିଥିଲେ, ଭାରତୀୟ ମହାକାଶ କେନ୍ଦ୍ର  ନିର୍ମାଣରେ ଉଭୟ ଆମେରିକା ଓ ନାସା  ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ । ୧-୨  ବର୍ଷ ମଧ୍ୟରେ ଭାରତୀୟ ମହାକାଶଚାରୀଙ୍କୁ  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପଠାଇବାକୁ  ଉଭୟ ଆମେରିକା ଓ ଭାରତ ଯୋଜନା  କରୁଥିବା କଥା ମଧ୍ୟ ସେ ସ୍ପଷ୍ଟ କରିଥିଲେ । 

ମହାକାଶଚାରୀଙ୍କ ଚୟନ ଇସ୍ରୋ କରିବ ।  ଏଥିରେ ନାସା କିମ୍ବା ଆମେରିକା ହସ୍ତକ୍ଷେପ  କରିବ ନାହିଁ । ଭାରତୀୟ ମହାକାଶଚାରୀଙ୍କୁ  ଆମେରିକୀୟ ରକେଟ୍‌ରେ ମହାକାଶ କେନ୍ଦ୍ର  ପଠାଇବାର କାର୍ଯ୍ୟକ୍ରମ ଆଗକୁ ବଢ଼ାଇବାକୁ  ମଧ୍ୟ ସେ କହିଥିଲେ । ୨୦୪୦ ମସିହା ସୁଦ୍ଧା  ଭାରତର ନିଜର ମହାକାଶ କେନ୍ଦ୍ର ଥିବ ବୋଲି  ସେ କହିଛନ୍ତି । କିନ୍ତୁ ତା’ପୂର୍ବରୁ ଏହି କାମ  ଶେଷ ହେବାର ସମ୍ଭାବନା ରହିଛି । ଏହା ଏକ  କମର୍ସିଆଲ ମହାକାଶ କେନ୍ଦ୍ର ହେବ । ୨୦୩୫  ମସିହା ସୁଦ୍ଧା ଭାରତୀୟ ମହାକାଶ କେନ୍ଦ୍ର  ନିର୍ମାଣ ଓ ୨୦୪୦ ମସିହା ସୁଦ୍ଧା ଭାରତୀୟ  ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବାର ଲକ୍ଷ୍ୟ  ବିଷୟରେ ନିକଟରେ ପ୍ରଧାନମନ୍ତ୍ରୀ ମୋଦି  ମଧ୍ୟ କହିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.