ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପକୁଡ଼ି ଖାଇବା ହେଲା କାଳ, ୧୦ରୁ ଊର୍ଦ୍ଧ ଅସୁସ୍ଥ

ସୁବର୍ଣ୍ଣପୁର,୧୦/୫: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଜଗନ୍ନାଥ ପାଳି ଗ୍ରାମରେ ଆଜି ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ରୁ ଊର୍ଦ୍ଧ ଅସୁସ୍ଥ ହୋଇ ଉଲୁଣ୍ଡା ଡାକ୍ତରଖାଣାରେ ଭର୍ତ୍ତି ହୋଇଛନ୍ତି l  

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୭ଟା ୩୦ମିନିଟ ସମୟରେ ଗ୍ରାମର ସୁଦାସିନି ଭାରସାଗର ଘରେ ୧୦ରୁ ଊର୍ଦ୍ଧ ପୁରୁଷ, ମହିଳା, ବୃଦ୍ଧ ଏବଂ ଶିଶୁମାନେ ପକୁଡ଼ି ଖାଇଥିଲେ l ତେବେ କିଛି ସମୟରେ ସମସ୍ତଙ୍କ ମଧ୍ୟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିଲା l କିଛି ଲୋକ ଚେତାଶୁନ୍ୟ ହୋଇପଡ଼ିଥିବାବେଳେ କିଛି ଲୋକଙ୍କ ମୁଣ୍ଡ ବୁଲାଇଥିଲା l ତୁରନ୍ତ ସମସ୍ତଙ୍କୁ ଆମ୍ବୁଲାଂଶ ଯୋଗେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ବର୍ତ୍ତମାନ ସମସ୍ତେ ଚିକିତ୍ସାଧୀନ ଅଛନ୍ତି l ତେବେ ଅସୁସ୍ଥ ହୋଇଥିବା ବ୍ୟକ୍ତିମାନେ ହେଲେ ଗଞ୍ଜିଆ ଭରାସାଗର, କାହ୍ନl ଭରାସାଗର, ପୁର ଭାରସାଗର, କଳ୍ପନା ମଲ୍ଲିକ, ମୀନ କେତନ ମଲ୍ଲିକ, ସୁଦାସିନି ଭରାସାଗର, ସନ୍ତୋଷ ଶିକା, ପବିତ୍ର ଭରାସାଗର, ଭୂମିସୁତା ଭରାସାଗର, ଅର୍ଚିତା ଭାରସାଗର, ଅମ୍ରିତା ଭରା ସାଗର ଆଦି ୧୫ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ଜଣାପଡ଼ିଛି l ତେବେ ଏହାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଡାକ୍ତରୀ ଟିମ୍ ଉକ୍ତ ଗ୍ରାମରେ ପହଞ୍ଚିଥିବା ସୁଚନା ମିଳିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.