ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇଡବ୍ଲ୍ୟୁଏଫ୍‌ ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ହାସଲ, ମୀରାବାଈଙ୍କୁ ମିଳିଲା ପ୍ୟାରିସ ଅଲିମ୍ପିକ୍ସ ଟିକେଟ୍‌

ନୂଆଦିଲ୍ଲୀ,୦୨/୦୪: ଦୀର୍ଘ ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଆହତ ଥିବାରୁ  ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଈ ଚାନୁ ଭାରୋତ୍ତୋଳନରୁ ଦୂରେଇ ରହିଥିଲେ । କିନ୍ତୁ ପ୍ରତ୍ୟାବର୍ତ୍ତନରେ ଆକର୍ଷଣୀୟ ପ୍ରଦର୍ଶନ ସହ ସେ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ଲାଭ କରିବାରେ ସଫଳ ହୋଇଛନ୍ତି । ଥାଇଲାଣ୍ଡର ଫୁକେଟରେ ଆୟୋଜିତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଆଇଡବ୍ଲ୍ୟୁଏଫ୍‌ ବିଶ୍ୱକପ୍‌ରେ  (ଗ୍ରୁପ୍‌ ବି’) ଚାନୁ ତୃତୀୟ ସ୍ଥାନ ହାସଲ କରିଛନ୍ତି । ୪୯ କିଲୋ ବର୍ଗରେ ସେ ମୋଟ୍‌ ୧୮୪ କିଲୋ ଉତ୍ତୋଳନ କରିଥିଲେ । 

ମଣିପୁରର ୨୯ ବର୍ଷୀୟା ଚାନୁ  ପ୍ରତ୍ୟାବର୍ତ୍ତନ ପ୍ରତିଯୋଗିତାରେ ୩ଟି ଥର ସ୍ନାଚ ଉତ୍ତୋଳନରେ ସଫଳ ହୋଇଥିଲେ । କିନ୍ତୁ କ୍ଲିନ୍‌ ଓ ଜର୍କରେ ପ୍ରଥମ ୨ ଥର ସଫଳ ହେବା ପରେ ଅନ୍ତିମ ପ୍ରୟାସରେ ବିଫଳ ରହିଥିଲେ । ଚାନୁ ସ୍ନାଚରେ ୮୧ କିଲୋ ଏବଂ  କ୍ଲିନ୍‌ ଓ ଜର୍କରେ ୧୦୩ କିଲୋ ଉଠାଇଥିଲେ ।  ୨୦୨୧ ଏସିଆନ୍‌ ଚାମ୍ପିଅନସିପ୍‌ରେ  ମୋଟ୍‌ ୨୦୫ କିଲୋ ଉତ୍ତୋଳନ କରି  ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ନିଜ ପ୍ରଦର୍ଶନକୁ ନେଇ ଚାନୁ ବେଶ ଖୁସି ରହିଛନ୍ତି । 

ସେ କହିଛନ୍ତି,  ‘ଆହତରୁ ପ୍ରତ୍ୟାବର୍ତ୍ତନ କରି ଯେଉଁ  ପ୍ରଦର୍ଶନ ଦେଇଛି ସେନେଇ ବହୁତ ଖୁସି  ରହିଛି । ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିବା ମୋର ଲକ୍ଷ୍ୟ ଥିଲା । ତାହା ତ ପୂରଣ  ହୋଇଛି । କିନ୍ତୁ ଏବେ ମୋର ପରବର୍ତ୍ତୀ  ଲକ୍ଷ୍ୟ ହେଉଛି ପ୍ୟାରିସରେ ପୋଡିୟମ  ଶେଷ କରିବା ।’ ପ୍ରତିଯୋଗିତାକୁ ନେଇ  ଚାନୁ ଦୃଢ଼ମନା ଥିବା କହିଥିଲେ । 

ଗତ ବର୍ଷ ସେପ୍ଟେମ୍ବର ମାସରେ ଚାନୁ  ଏସୀୟ କ୍ରୀଡ଼ାରୁ ଖାଲି ହାତରେ ଫେରିଥିଲେ ।  ଜଙ୍ଘରେ ଆଘାତ ଲାଗିବାରୁ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ ।  ମୋଟ୍‌ ୧୯୧ କିଲୋ (୮୩+୧୦୮)  ଉତ୍ତୋଳନ କରି ଚତୁର୍ଥ ସ୍ଥାନରେ ରହିଥିଲେ ।  

ଚାନୁଙ୍କ ପ୍ରତ୍ୟାବର୍ତ୍ତନ ପରେ  ଭାରୋତ୍ତୋଳନରେ ପ୍ୟାରିସରେ ଭାରତର  ପଦକ ଆଶା ଉଜ୍ଜୀବିତ ହୋଇଛି । ଜାତୀୟ  ଭାରୋତ୍ତୋଳନ କୋଚ୍‌ ବିଜୟ ଶର୍ମା କହିଛନ୍ତି,  ‘ଚାନୁଙ୍କ ଉପରେ ଆମର ବିଶେଷ ଧ୍ୟାନ  ରହିଥିଲା । ଆଜି ତାଙ୍କ ପ୍ରଦର୍ଶନ ବେଶ  ଉଦ୍ଭୁତ ଥିଲା । ସେ ବି ଦୃଢ଼ ଆତ୍ମବିଶ୍ୱାସୀ  ଥିଲେ । ତାଙ୍କ ସଫଳତାକୁ ନେଇ ଆମେ  ଖୁସି ରହିଛୁ । ଏଥର ଅଲିମ୍ପିକ୍ସ ପ୍ରସ୍ତୁତି  ଉପରେ ଆମେ ଫୋକସ କରିବୁ ।’

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.