ପ୍ରମୂଖ ଖବର

ହାତ ଛାଡ଼ି ଶଙ୍ଖ ଧରିଲେ ଜଗତସିଂହପୁର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର ୩୧/୦୩: ବିଜୁ ଜନତା ଦଳରେ ଯୋଗ ଦେଲେ ଜଗତସିଂହପୁର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଶନିବାର ଶ୍ରୀ ବିଶ୍ୱାଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ।  ବିଜେଡିର ମହାମିଶ୍ରଣ ପର୍ବରେ ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ। ଏହାସହ ଚିରଞ୍ଜୀବଙ୍କ ଅନେକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି ନେତା ମାନସ ମଙ୍ଗରାଜ, ସସ୍ମତି ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । 

ସୂଚନା ମୁତାବକ, ଚିରଞ୍ଜୀବଙ୍କ ରାଜନୈତିକ କ୍ୟାରିୟର  ଜନ୍ମ ମାଟି ତିର୍ତ୍ତୋଲରୁ ଆରମ୍ଭ ହୋଇଥିଲା ।  ରାଜ୍ୟ କଂଗ୍ରେସର ହେଭିୱେଟ ନେତା ବସନ୍ତ  ବିଶ୍ୱାଳଙ୍କ ପୁତ୍ର ଚିରଞ୍ଜୀବ ୨୦୦୪ ନିର୍ବାଚନରେ  ତିର୍ତ୍ତୋଲରୁ କଂଗ୍ରେସ ଟିକଟ୍‌ରେ ବିଧାୟକ  ନିର୍ବାଚିତ ହୋଇଥିଲେ । ୨୦୦୯ରେ ସୀମା  ପୁନଃନିର୍ଦ୍ଧାରଣ ହେତୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ  ଆସନ ସଂରକ୍ଷିତ ରହିଥିଲା । ଫଳରେ ଚିରଞ୍ଜୀବ  ନୂଆ ନିର୍ବାଚନମଣ୍ଡଳୀ ପାରାଦୀପ ପରିବର୍ତ୍ତେ  ଜଗତସିଂହପୁର ମୁହାଁ ହୋଇଥିଲେ । ୨୦୦୯  ସାଧାରଣ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା  କରି ଏଠାରୁ ବିଷ୍ଣୁ ଦାସଙ୍କଠୁ ସେ ପରାଜୟ ବରଣ  କରିଥିଲେ । ୨୦୧୪ ନିର୍ବାଚନରେ ବିଷ୍ଣୁଙ୍କୁ ହରାଇ  ଜଗତସିଂହପୁର ନିର୍ବାଚନମଣ୍ଡଳୀରୁ ବିଧାୟକ  ଭାବେ ପ୍ରତିନିଧିତ୍ୱ କରିଥିଲେ ଚିରଞ୍ଜୀବ । କିନ୍ତୁ  ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ  ଥାଇ ସୁଦ୍ଧା ଚିରଞ୍ଜୀବ ଜନସାଧାରଣଙ୍କ ସମସ୍ୟା  ବୁଝିବା ଦିଗରେ ସେତେଟା ତତ୍ପରତା ପ୍ରକାଶ  କରି ନଥିଲେ । ପରିଣାମ ସ୍ୱରୂପ ୨୦୧୯ରେ  ପ୍ରଶାନ୍ତ ମୁଦୁଲିଙ୍କଠାରୁ ହାରି ଯାଇଥିଲେ ।  ତା’ପରଠାରୁ ବୋଧେ ଚିରଞ୍ଜୀବଙ୍କ ମନୋବଳ  ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା । କାରଣ ପୂର୍ବଭଳି  ସେ ନିର୍ବାଚନମଣ୍ଡଳୀବାସୀଙ୍କ ଠାରୁ କେବଳ  ଦୂରେଇ ଯାଇନଥିଲେ କଂଗ୍ରେସର କୌଣସି  କାର୍ଯ୍ୟକ୍ରମରେ ମଧ୍ୟ ଏତେଟା ସକ୍ରିୟ  ଭୂମିକା ନେଇନଥିଲେ । ଏଭଳି କରଛଡ଼ା  ନୀତି ଯୋଗୁଁ ଚିରଞ୍ଜୀବଙ୍କ ପ୍ରତି ଆନୁଗତ୍ୟ  ପ୍ରକାଶ କରୁଥିବା କର୍ମୀ ଏବଂ ନେତାଙ୍କ  ସଂଖ୍ୟା ବି ଧୀରେ ଧୀରେ ହ୍ରାସ ପାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.