ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି; ମହାପ୍ରଭୁଙ୍କୁ ଜେଉଟ ଭୋଗ ଲାଗି, ଗର୍ଭଉଦକ ବନ୍ଦାପନା

ପୁରୀ, ୬।୯: ବୁଧବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ । ବଡ଼ଦେଉଳ ପରମ୍ପରା ଅନୁସାରେ ପାଳନ ହେବ ଜନ୍ମାଷ୍ଟମୀ ନୀତି । ଏଣୁ ମଙ୍ଗଳବାର ଶ୍ରୀକୃଷ୍ଣଙ୍କ ଜନ୍ମର ପୂର୍ବ ବିଧି ପାଳନ ହୋଇଛି । ଶ୍ରୀଜଗନ୍ନାଥ ମା’ଦେବକୀ ଭାବେ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେବେ । ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମଙ୍ଗଳବାର ଯେଉଟ ଭୋଗ ଲାଗି କରାଯାଇଛି । ଗର୍ଭ ଯନ୍ତ୍ରଣାରୁ ଉପଶମ ପାଇଁ ଠାକୁରଙ୍କୁ ଏହି ଭୋଗ ଲାଗି କରାଯାଏ । ଏଥିସହ ସମ୍ପନ୍ନ ହୋଇଛି ଠାକୁରଙ୍କ ଗର୍ଭଉଦକ ବନ୍ଦାପନା ନୀତି । 

ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥଙ୍କଠାରୁ ହିଁ କୃଷ୍ଣ ଓ ରାମ ଆଦି ସମସ୍ତ ଅବତାର ଜନ୍ମ ନିଅନ୍ତି । ଆଜି ସନ୍ଧ୍ୟାଆଳତୀ ସହ ଶ୍ରୀବିଗ୍ରହଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା । ସନ୍ଧ୍ୟାଧୂପ ପରେ ପାଣି ପଡ଼ି ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା । ଅଣସର ପିଣ୍ଡିରେ ଯେଉଟ ଭୋଗ ଲାଗି ହୋଇଥିଲା । ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି ପରେ ପୂଜାପଣ୍ଡା ସାମନ୍ତମାନେ ପଞ୍ଚୋପଚାରରେ ପୂଜା କରିଥିଲେ । ରାତିରେ ଜେଉଟ ଭୋଗ ଲାଗି ନୀତି ସମ୍ପନ୍ନ ହୋଇଥିଲା । ୩ ବାଡ଼ରେ ବନ୍ଦାପନା ପରେ ମହାପ୍ରଭୁଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ । ପରେ ଯଥାବିଧି ଠାକୁରଙ୍କ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା ।

janmastami
jagannath temple
odisha news
PrameyaOdia

Copyright © 2022 - Summa Real Media Private Limited. All Rights Reserved.