ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଥରିଲା ଜାପାନ ମାଟି; ଇସିକାଓ୍ବା ଠାରୁ ୫.୯ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ; ସୁନାମୀ ଆଶଙ୍କା ନାହିଁଁ

ନୂଆଦିଲ୍ଲୀ,୦୩/୦୬: ଆଜି ଜାପାନର ଇଶିକାୱା ଠାରେ ୫.୯ ତିବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ପାଣିପାଗ ବିଭାଗ କହିଛି ଯେ ସକାଳେ ୫ ଟା ୯ ମିନିଟରେ ଇଶିକାୱା ଠାରେ ଏହି ଭୂକମ୍ପ ଘଟିଛି। ତେବେ ସୁନାମି ବିପଦକୁ ନେଇ ଅଧିକାରୀମାନଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଏହି ଭୂକମ୍ପ ଘଟିଥିଲା ଏବଂ ଏହାର କେନ୍ଦ୍ରସ୍ଥଳୀ ୧୦ କିଲୋମିଟର ଗଭୀରରେ ଥିବା ଅନୁମାନ କରାଯାଉଛି।

ଖବର ମୁତାବକ, ଭୂକମ୍ପ ପରେ ପୂର୍ବ ଜାପାନ ରେଳ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା କାରଣରୁ ହୋକୁରିକୁ ସିଙ୍କାନସେନ୍ ଏବଂ ଜୋଏଟୁ ସିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ବନ୍ଦ କରାଯାଇଛି। ଏନ୍‌ଏଚ୍‌କେ ରିପୋର୍ଟ କରିଛି ଯେ ରେଳ ସେବା ପୁଣି ଥରେ ୬.୫୦ରେ ଆରମ୍ଭ ହୋଇଥିଲା। ପ୍ରବଳ ଭୂକମ୍ପର ପ୍ରଭାବ ବହୁ ଦୂରରୁ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭୂକମ୍ପ ହେବା ପରେ ଭୟଭିତ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ।

କହିତରଖୁଛୁ ଯେ, ଏପ୍ରିଲ ୧ ରେ ମଧ୍ୟ ଜାପାନରେ ୬.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଏହା ପୂର୍ବରୁ ଜାନୁଆରୀରେ ଜାପାନରେ ୭.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଏଥିରେ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ବଡ଼ ବଡ଼ ବିଲ୍‌ଡିଂ ମଧ୍ୟ ଭୁଷୁଡ଼ି ପଡ଼ିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.