ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଟଣୀରେ ଏଥର ‘ବି’ ନା ‘ଏସ୍‌’, ପ୍ରାର୍ଥୀଙ୍କ ନାମର ପ୍ରଥମ ଅକ୍ଷର ନେଇ ରୋଚକ ଚର୍ଚ୍ଚା

ଜଟଣୀ,୧୩/୦୫: ଜଟଣୀରେ ଏଥର ‘ଏସ୍‌’  ନା ‘ବି’ । କେଉ ଅକ୍ଷରଧାରୀ ପ୍ରାର୍ଥୀ ବିଜୟୀ ହେବେ  ା ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଧରଣର ରୋଚକ ଆଲୋଚନା ଚାଲିଛି । ଏହି ବିଧାନସଭା କ୍ଷେତ୍ରରୁ ଚଳିତ ସାଧାରଣ ନିର୍ବାଚନ ମଇଦାରେ ୯  ଜଣ ପ୍ରାର୍ଥୀ ଅଛନ୍ତି । ହେଲେ ୩ ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ବିଜେପି ପ୍ରାର୍ଥୀ ବିଶେଷ ଚର୍ଚ୍ଚାରେ ଅଛନ୍ତି  ା ବିଜେଡ଼ିରୁ ବିଭୂତିଭୂଷଣ ବଳବନ୍ତରାୟ, କଂଗ୍ରେସ  ସନ୍ତୋଷ ଜେନା ଓ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି  ବିଶ୍ୱରଂଜନ ବଡ଼ଜେନା । ପ୍ରାର୍ଥୀଙ୍କ ନାମର ପ୍ରଥମ  ଇଂରାଜୀ ଅକ୍ଷରକୁ ନେଇ ଆଲୋଚନା ଚାଲିଛି । 

ଏହି  ନିର୍ବାଚନ ମଣ୍ଡଳୀର ଭୋଟର ୧୯୭୪ରୁ ୨୦୧୯  ପର୍ଯ୍ୟନ୍ତ ୧୧ଟି ସାଧାରଣ ନିର୍ବାଚନରେ ମତଦାନ କରି  ବିଭିନ୍ନ ଦଳର ପ୍ରାର୍ଥୀଙ୍କୁ ବିଧାୟକ ଭାବେ ନିର୍ବାଚିତ  କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଭୋଟର  ମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି । ୧୯୭୪ରେ ପ୍ରଥମ କରି ସତ୍ୟପ୍ରିୟ ମହାନ୍ତି ଏଠାରୁ ବିଧାୟକ  ଭାବେ ନିର୍ବାଚିତ ହୋଇଥିଲେ । ପରେ ୧୯୭୭,  ୧୯୮୦, ୧୯୮୫, ୧୯୯୫, ୨୦୦୦ ଓ ୨୦୧୯  ନିର୍ବାଚନରେ ସୁରେଶ କୁମାର ରାଉତରାୟ ବିଧାୟକ  ଭାବେ ବିଜୟୀ ହୋଇଥିଲେ । ସେହିପରି ୧୯୯୦  ଓ ୨୦୦୪ ନିର୍ବାଚନରେ ଶରତଚନ୍ଦ୍ର ପାଇକରାୟ  ବିଧାୟକ ହୋଇଥିଲେ । ୨୦୦୯ରେ ବିଭୂତି ଭୂଷଣ  ବଳବନ୍ତରାୟ ଓ ୨୦୧୪ରେ ଭାଗୀରଥି ବଡ଼ଜେନାଙ୍କୁ  ଭୋଟର ବିଜୟୀ କରିଥିଲେ । ସତ୍ୟପ୍ରିୟ ଗୋଟିଏ  ଥର, ସୁରେଶ ୬ ଥର ଓ ଶରତ ଦୁଇଥର ଏଠାରୁ  ବିଧାୟକ ହୋଇଛନ୍ତି। ଫଳରେ ଏସ୍‌ ଅକ୍ଷର  ନାମଧାରୀ ଏଠାରୁ ୯ ଧର ନିର୍ବାଚିତ ହୋଇଛନ୍ତି ।  

ସେହିପରି ବିଭୂତି ଓ ଭାଗରଥିଙ୍କ କଥା ଦେଖାଗଲେ  ‘ବି’ ଅକ୍ଷରଧାରୀ ୨ ଥର ବିଜୟ ହାସଲ କରିଛନ୍ତି ।  ଏଥର ୩ ପ୍ରମୁଖ ଦଳରୁ ପ୍ରାର୍ଥୀ ହୋଇଛନ୍ତି ବିଭୂତି,  ବିଶ୍ୱରଂଜନ ଓ ସନ୍ତୋଷ । ‘ବି’ ଅକ୍ଷରଧାରୀ ଯଦି  ବିଜୟୀ ହୁଅନ୍ତି ସଂଖ୍ୟା ୩କୁ ବୃଦ୍ଧି ପାଇବ । ସେହିପରି  ‘ଏସ୍‌’ ଅକ୍ଷରଧାରୀ ଜିତିଲେ ସଂଖ୍ୟା ୧୦ରେ  ପହଂଚିବ । ହେଲେ ୨୦୨୪ ନିର୍ବାଚନରେ କେଉ  ଅକ୍ଷରଧାରୀଙ୍କ ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ  ତାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି  ା ଏହି ବିଧାନସଭା କ୍ଷେତ୍ରରେ ମାନସ ଲୋକଶକ୍ତି  ଦଳର ପ୍ରଦୀପ ଭୋଇ, କଳିଙ୍ଗ ସେନାର ହିମାଂଶୁ  କୁମାର ନାୟକ, ସ୍ୱାଧୀନ ଭାବେ ପ୍ରଶାନ୍ତ କୁମାର ସାହୁ,  ମନୋଜ କୁମାର ପ୍ରଧାନ, ମହମ୍ମଦ ମନୱର ଅଲ୍ଲୀ  ଓ ସୁଜିତ କୁମାର ବଳବନ୍ତରାୟ ପ୍ରାର୍ଥୀ ହୋଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.