ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ବଦଳିଲା ଜୟଦେବ ବାଟିକା ସମୟ; ରାତି ୯ ନୁହେଁ, ୮ଟା ଯାଏ ଖୋଲା ରହିବ

ଭୁବନେଶ୍ୱର, ୩।୧୧: ବନ ଉନ୍ନୟନ ନିଗମ ପକ୍ଷରୁ ଜୟଦେବ ବାଟିକା ଭ୍ରମଣ ସମୟ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୮ଟାରୁ ରାତି ୮ଟା ଯାଏ ବାଟିକା ଖୋଲା ରହିବ । ମଝିରେ ଆଉ ବନ୍ଦ ହେବ ନାହିଁ । ସେହିପରି ବାଟିକା ଟିକଟ ଦର ମଧ୍ୟ ହ୍ରାସ ପାଇଛି ।  ପ୍ରକାଶ ଯେ, ପୂର୍ବରୁ ସକାଳେ ପାର୍କ ଖୋଲାଯାଇ ସନ୍ଧ୍ୟା ୫ଟାରୁ ୬ଟା ବନ୍ଦ ରହୁଥିଲା । ସନ୍ଧ୍ୟା ୬ଟାରୁ ଦ୍ୱିତୀୟ ପର୍ଯ୍ୟାୟରେ ପାର୍କ ଖୋଲା ହୋଇ ରାତି ୯ଟାରେ ବନ୍ଦ ହେଉଥିଲା । ଏହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । କାରଣ ଯେଉଁମାନେ ଅପରାହ୍ଣ ୪ଟାରେ ପାର୍କ ବୁଲିବାକୁ ଆସୁଥିଲେ ସେମାନଙ୍କୁ ୫ଟାରେ ବାହାରିବାକୁ ପଡୁଥିଲା । ଏତେ ଟଙ୍କା ଦେଇ ଟିକଟ୍‌ କରିବା ପରେ ୧ ଘଣ୍ଟା ନରହି ପାର୍କରୁ ବାହାରିଯିବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରୁଥିଲେ । ଏଥିଯୋଗୁ ଧୀରେ ଧୀରେ ଲୋକଙ୍କ ସଂଖ୍ୟା କମିବାରେ ଲାଗିଥିଲା । ଫଳରେ ନିୟମରେ ପରିବର୍ତ୍ତନ କରାଯାଇଛି । 

ସେହିପରି ଟିକଟ ଦର ମଧ୍ୟ କମିଛି । ପୂର୍ବରୁ ଦିନବେଳା ପାର୍କ ବୁଲି ଆସୁଥିବା ୧୨ବର୍ଷରୁ ଅଧିକ ବୟସ୍କଙ୍କୁ ୩୦ଟଙ୍କା ଦେବାକୁ ପଡ଼ୁଥିଲା । କିନ୍ତୁ ରାତି ବେଳେ ୫୦ଟଙ୍କା ବଢ଼ାଇ ଦିଆଯାଇଥିଲା । ହେଲେ ଏବେ ସକାଳୁ ସନ୍ଧ୍ୟା ଯାଏ ୪୦ଟଙ୍କା ଟିକେଟ୍‌ ଦର ସ୍ଥିର ହୋଇଛି । ସେପଟେ ୧୨ରୁ କମ୍‌ ବୟସ ପିଲାଙ୍କ ଟିକଟ ଦର ୧୫ରୁ ୨୦ ଟଙ୍କାକୁ ବଢ଼ାଇ ଦିଆଯାଇଛି । ଦିନରେ ଦୁଇ ଚକିଆ ଯାନ ଲାଗି ପ୍ରବେଶ ଶୁକ୍ଳ ୩୦ଟଙ୍କା ଥିଲା, ରାତିବେଳା ୫୦ଟଙ୍କା କରାଯାଇଥିଲା । ଏବେ ୩୦ଟଙ୍କା ହୋଇଛି । ଦିନବେଳା ତିନିଚକିଆ ଲାଗି ଟିକେଟ୍‌ ଦର ୫୦ଟଙ୍କା ଥିବାବେଳେ ରାତି ପାଇଁ ୮୦ଟଙ୍କା ଥିଲା । ଏବେ ତିନି ଚକିଆକୁ ୫୦ଟଙ୍କା ଦେବାକୁ ପଡ଼ିବ । ୪ଚକିଆ ଯାନ ଲାଗି ଦିନର ଟିକେଟ୍‌ ଦର ୧୦୦ଟଙ୍କା ରଖାଯାଇଥିବା ବେଳେ ରାତିରେ ୧୫୦ଟଙ୍କା ନିଆଯାଉଥିଲା । ଏବେ ପୁଣି ୧୦୦ଟଙ୍କା ହୋଇଯାଇଛି । ତା’ସହିତ ୫୦୦ଟଙ୍କାରୁ ଅଧିକ ହେଲେ ଜିଏସ୍‌ଟି ୧୮ ପ୍ରତିଶତ ଲାଗିବ । ନଭେମ୍ବର ୧ରୁ ଏହି ନୂତନ ନିୟମ ଓ ଦର ଲାଗୁ ହୋଇଛି ।  ହକି ବିଶ୍ୱକପ୍‌ ବେଳେ ରାତି ୯ଟା ଯାଏ ପାର୍କ ଖୋଲିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବନ ନିଗମକୁ ପ୍ରସ୍ତାବ ଦେଇଥିଲା । ଦିନ ଅପେକ୍ଷା ରାତିରେ ଟିକେଟ୍‌ ଦର ବୃଦ୍ଧି କରାଯାଇଥିଲା ।

Copyright © 2022 - Summa Real Media Private Limited. All Rights Reserved.