କୋରାପୁଟ, ୦୨/୦୨ : ବଡ଼ଠାକୁରଙ୍କ ରୋଷଶାଳାରେ ମହକିବ କଳାଜିରା ଚାଉଳର ସୁଗନ୍ଧ। କୋରାପୁଟ ସାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ପଠାଗଲା ସୁଗନ୍ଧିତ କଳାଜିରା ଚାଉଳ। କୋରାପୁଟର ୧୨ ଜଣ ଆଦିବାସୀ ଚାଷୀ ମହାପ୍ରଭୁଙ୍କ ପାଖରେ ଅର୍ପଣ କରିବା ପାଇଁ ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
କୋରାପୁଟ ଜିଲ୍ଲାର ଉତ୍ପାଦିତ କଳାଜିରା ଧାନକୁ ମିଳିଛି ଜିଆଇ ଟ୍ୟାଗ । ଏହି କଳାଜିରା ଧାନରୁ ପ୍ରସ୍ତୁତ ଚାଉଳରୁ ପ୍ରସାଦ ପ୍ରସ୍ତୁତ ପାଇଁ ସାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ପଠାଯାଇଛି । ଜୈବିକ ପଦ୍ଧତିରେ କଳାଜିରା ଚାଉଳ ଉତ୍ପାଦିତ ହେଉଥିବା ବେଳେ ଏଥିରେ ଅନେକ ଔଷଧୀୟ ଗୁଣମାନ ରହିଛି । ଏଥିପାଇଁ କୋରାପୁଟର ୧୨ ଜଣ ଆଦିବାସୀ ଚାଷୀ ମହାପ୍ରଭୁଙ୍କ ପାଖରେ ଅର୍ପଣ କରିବା ପାଇଁ ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଗତି ଏବଂ ଜୈବିକଶ୍ରୀ କମ୍ପାନୀ ପ୍ରୟାସରେ ଆଜି ଶ୍ରୀମନ୍ଦିରକୁ କଳାଜିରା ଚାଉଳ ପଠାଯାଇଛି। ଆସନ୍ତା ଦିନରେ ରାଜ୍ୟ ବାହାର ତିରୁପତି ବାଲାଜୀ ମନ୍ଦିର ସହ ସୀମାଞ୍ଚଳ ମନ୍ଦିରକୁ ମଧ୍ୟ ପଠାଯିବା ନେଇ ଆଲୋଚନା ହୋଇଥିବା ପ୍ରଗତି ସମ୍ପାଦକ ସୂଚନା ଦେଇଛନ୍ତି।