ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଫେବ୍ରୁଆରୀ ୯ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ, ଶିଳ୍ପୀଙ୍କ କଳାକୃତିର ହେବ ପ୍ରଦର୍ଶନ

ଭୁବନେଶ୍ୱର,୧୪/୧୧: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି କଳିଙ୍ଗ  ସାହିତ୍ୟ ମହୋତ୍ସବର ୧୦ମ ସଂସ୍କରଣ । ଏହା ଫେବ୍ରୁଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ  ୩ଦିନ ବ୍ୟାପି ଅନୁଷ୍ଠିତ ହେବ । ମୁଖ୍ୟ ବିଷୟ ରହିଛି³ "ପ୍ରାଚୀନ ଭାରତ ଓ ଅନ୍ୟ  ଦେଶର କିମ୍ବଦନ୍ତୀ: ଏକବିଂଶ ଶତାବ୍ଦୀର ଅଙ୍ଗେନିଭା ଜୀବନ ପାଇଁ ପ୍ରେରଣାର  ଉତ୍ସ' । କାର୍ଯ୍ୟକ୍ରମରେ ୨୫ଟି ବିବିଧ ଭାଷାର ୩୦୦ ବକ୍ତା, ସଙ୍ଗୀତଜ୍ଞ, ଚିତ୍ରଶିଳ୍ପୀ  ଓ କଳାକାରମାନଙ୍କ ମହାମିଳନ ହେବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ବଷୟବସ୍ତୁ ଉପରେ ଆଲୋଚନା ହେବ ।  ସାହିତ୍ୟ ଓ ସ୍ୱାଧୀନତା ମଧ୍ୟରେ ସମ୍ପର୍କ,  ଏକ ସାଧାରଣତନ୍ତ୍ରର ବୈଶିଷ୍ଟ୍ୟ, ସାଂସ୍କୃତିକ  ବୈଚିତ୍ରମୟ ବର୍ଣ୍ଣାଳୀ ଏବଂ ଏକ ନ୍ୟାୟପର ସମାଜ ବ୍ୟବସ୍ଥାର ଭିତ୍ତି ।  

ଆଲୋଚନାରେ ଓଡ଼ିଶା, ଭାରତ ସମେତ ନେପାଳ, ଶ୍ରୀଲଙ୍କା, ଜାପାନ ଭଳି  ଦେଶମାନଙ୍କରୁ ବିଶିଷ୍ଟ ସାହାତ୍ୟିକମାନେ ଯୋଗଦେଇ ଏକ ଆକର୍ଷଣୀୟ ଭାବଜଗତ  ସୃଷ୍ଟି କରିବେ । ୩୦ ନୂତନ ସାହିତ୍ୟକୃତି ଓ ଗବେଷଣାଭିତ୍ତିକ ପୁସ୍ତକ ଉନ୍ମୋଚନ  ହେବ । ମିଷ୍ଟିକ୍‌ ମାଇକ୍‌ ଏବଂ ସ୍ଥାନୀୟ ସାଇକେଲ୍‌ କ୍ଲବ୍‌ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମରେ  ସାମିଲ ଅତିଥିମାନେ ନିକଟରୁ ଭୁବନେଶ୍ୱରକୁ ଜାଣିବାର ସୁଯୋଗ ପାଇବେ ।  ସହରର ଇତିହାସ, ସଂସ୍କୃତି ଓ ପରମ୍ପରା ସହିତ ପରିଚିତ ହେବେ ବୋଲି ଆୟୋଜକ  ଅନୁଷ୍ଠାନ ପକ୍ଷରୁ ରଶ୍ମି ରଞ୍ଜନ ପରିଡ଼ା ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । 

Copyright © 2022 - Summa Real Media Private Limited. All Rights Reserved.