ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାନୁଆରୀ ୯ରୁ କଳିଙ୍ଗ ସୁପର କପ୍‌: ଓଡ଼ିଶାର ୨ଟି ଭେନ୍ୟୁରେ ଖେଳାଯିବ ମ୍ୟାଚ୍, ଭାଗ ନେବେ ୧୬ ଦଳ

ଭୁବନେଶ୍ୱର,୩୦/୧୧:  ଜାନୁଆରୀ ମାସ ୯ ତାରିଖରୁ ରାଜ୍ୟର ଦୁଇଟି ଭେନ୍ୟୁରେ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ସୁପର କପ୍‌ । ସର୍ବଭାରତୀୟ ଫୁଟବଲ ସଂଘର (ଏଆଇଏଫ୍‌ଏଫ୍‌)  ସଭାପତି କଲ୍ୟାଣ ଚୌବେ ବୁଧବାର ଏ ବିଷୟ ଘୋଷଣା କରିଛନ୍ତି । 

ଶ୍ରୀ ଚୌବେ କହିଛନ୍ତି, ‘ପ୍ରତି ବର୍ଷ  ଆୟୋଜିତ ହେଉଥିବା ସୁପର କପ୍‌କୁ  ଏବେ ବିଶାଳ ଭାବେ ଆୟୋଜନ  କରାଯିବ । ଟୁର୍ଣ୍ଣାମେଣ୍ଟର ନୂଆ ନାମକରଣ ହୋଇ ‘କଳିଙ୍ଗ ସୁପର  କପ୍‌’ ରଖାଯାଇଛି । ଓଡ଼ିଶାରେ ଏହା  ଜାନୁଆରୀ ମାସରେ ଖେଳାଯିବ । ଏହା  ଭାରତୀୟ ଘରୋଇ ଫୁଟବଲକୁ ଅଧିକ  ସମୃଦ୍ଧ କରିବାରେ ସହାୟକ ହେବ ।’ 

ଇଣ୍ଡିଆନ ସୁପର ଲିଗ୍‌ ଏବଂ ଆଇଲିଗ୍‌ରୁ ଦଳ ଗୁଡ଼ିକ ଟୁର୍ଣ୍ଣାମେଣ୍ଟରେ  ଭାଗ ନେବେ । ଟୁର୍ଣ୍ଣାମେଣ୍ଟରେ ୪ଟି  ଗ୍ରୁପ୍‌ ରହିବ । ପ୍ରତି ଗ୍ରୁପ୍‌ରେ ୪ଟି  ଦଳ ରହିବେ ଏବଂ ପରସ୍ପରକୁ  ଥରୁଟିଏ ଭେଟିବେ । ଗ୍ରୁପ୍‌ ଟପ୍ପର ଦଳ  ସେମି ଫାଇନାଲକୁ ଉନ୍ନୀତ ହେବ ।  ଚାମ୍ପିଅନ ଦଳ ଏଏଫ୍‌ସି ୨୦୨୩-୨୪ର  ଏସିଏଲ୍‌-୨ର ପ୍ରାରମ୍ଭିକ ପର୍ଯ୍ୟାୟ  ଖେଳିବାକୁ ଯୋଗ୍ୟତା ହାସଲ କରିବ ।  

ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର  ୨୧ ତାରିଖରେ କଲ୍ୟାଣ ଚୌବେ ନୂଆ  ସଭାପତି ଭାବେ ନିର୍ବାଚିତ ହେବା  ପରେ ୧୭ ବର୍ଷରୁ କମ୍‌ ଫିଫା ମହିଳା  ବିଶ୍ୱକପ୍‌ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ  କରିଥିଲେ । ଏହି ସାକ୍ଷାତ ସମୟରେ  ଓଡ଼ିଶାରେ ମହିଳା ଫୁଟବଲର ବିକାଶ  ଏବଂ ସର୍ବଭାରତୀୟ କଳିଙ୍ଗ କପ୍‌  ଫୁଟବଲର ପୁନଃ ଆରମ୍ଭ ହେବା  ବିଷୟରେ ଆଲୋଚନା ହୋଇଥିଲା ।  ଏହି ଆଲୋଚନାର ସାରାଂଶ ଏବଂ  ଫଟୋ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର  ପୃଷ୍ଠାରେ ସେୟାର କରିଥିଲେ ।   

କଳିଙ୍ଗ କପ୍‌ ଫୁଟବଲ ଏକ ନୂଆ  ଏବଂ ବିସ୍ତୃତ ରୂପରେ ଆୟୋଜିତ  ହେବାକୁ ଯାଉଛି । ଯାହା ରାଜ୍ୟ ପାଇଁ  ଗୌରବର ବିଷୟ । ୧୯୬୨ ମସିହାରେ  କ୍ରୀଡ଼ାପ୍ରେମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ  ପଟ୍ଟନାୟକ କଳିଙ୍ଗ କପ୍‌ ଫୁଟବଲ  ଆରମ୍ଭ କରିଥିଲେ । ଇତି ମଧ୍ୟରେ ଛଅ  ଦଶନ୍ଧି ବିତିଗଲାଣି । ୨୦୧୬ ମସିହାରୁ  ଏହି ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.