ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରତ୍ୟେକ ଘରେ ଜଣେ ଲେଖାଏଁ ‘ରକ୍ତଦାତା’; ଛକ ଛକରେ ସଚେତନତା ବୋର୍ଡ

ବେଙ୍ଗାଲୁରୁ, ୨୦।୫: କଥାରେ ଅଛି ରକ୍ତ ଦାନ ମହତ କାମ । ରକ୍ତ ଦାନ କରିବା ଫଳରେ ମୃତ୍ୟୁମୁଖରୁ ଜଣେ ରୋଗୀକୁ ଫେରାଇ ଆଣିହୁଏ । ୧୮ ବର୍ଷ କିମ୍ୱା ତା’ଠୁ ଅଧିକ ବର୍ଷର ଜଣେ ବ୍ୟକ୍ତି ବା ମହିଳା ୩ରୁ ୪ ମାସ ବ୍ୟବଧାନରେ ରକ୍ତଦାନ କରିପାରିବେ । ହେଲେ ସଚେତନ ଅଭାବରୁ ଅଧିକାଂଶ ଲୋକ ରକ୍ତଦାନଠାରୁ ଦୂରେଇ ରହୁଛନ୍ତି । କିନ୍ତୁ, କର୍ଣ୍ଣାଟକର ହାବେରୀ ଜିଲ୍ଲା ଅକ୍କି ଅଲ୍ଲୁରୁ ଗାଁର ଲୋକେ ଏହାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି । କର୍ଣ୍ଣାଟକ ହାବେରୀ ଜିଲ୍ଲା ହନାଗଲ ତାଲୁକଠାରେ ଥିବା ଏହି ଗାଁ ରକ୍ତଦାତାଙ୍କ ଗାଁ ଭାବେ ପରିଚିତ । ଗୁଗୁଲ୍ ମଧ୍ୟ ଏହି ଗାଁକୁ ‘ରକ୍ତଦାତାଙ୍କ ନଗରୀ’ର ମାନ୍ୟତା ପ୍ରଦାନ କରିଛି । ଏହି ଗାଁରେ ୫୨୦ଟି ପରିବାର ରହୁଥିବାବେଳେ ପ୍ରତିଟି ପରିବାରରୁ ଅନ୍ତତଃ ଜଣେ ରକ୍ତଦାତା ଅଛନ୍ତି । ଏହି କାରଣରୁ ଏହି ଗାଁକୁ ରକ୍ତଦାତାଙ୍କ ଗାଁ ବୋଲି କୁହାଯାଏ । 

ଗାଁର ଯୁବକମାନେ ‘ଜୀବନଦାତା’ ନାଁରେ ଏକ ସଂସ୍ଥା ଚଳାଇ ରକ୍ତଦାନ କରିଆସୁଛନ୍ତି । ଏହି ସଂସ୍ଥା ମାଧ୍ୟମରେ ଲୋକ ରକ୍ତଦାନ କରିଥାନ୍ତି । ପ୍ରତିବର୍ଷ ଏହି ଗାଁରେ ବିଭିନ୍ନ ସମୟରେ ରକ୍ତଦାନ ଶିବିରର ଆୟୋଜନ କରାଯାଏ । ଯେଉଁଥିରେ ରକ୍ତଦାନର ମହାନତା ଉପରେ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଏ । ୨୦୧୫ରେ ପୋଲିସ୍ କନେଷ୍ଟବଳ କରିବାସପା ଗୋଣ୍ଡି ପ୍ରଥମ ଥର ପାଇଁ ଗ୍ରାମବାସୀଙ୍କୁ ରକ୍ତଦାନ ଦିଗରେ ପ୍ରୋତ୍ସାହିତ କରିଥିଲେ । ଗାଁର ପ୍ରମୁଖ ମଣ୍ଡଳୀ ଓ ସାର୍ବଜନିକ ସଂସ୍ଥା ମିଳିତ ଭାବେ ରକ୍ତଦାନର ମହତ୍ତ୍ୱ ବିଷୟରେ ଗାଁରେ ସଚେତନତା ବୋର୍ଡ ଲଗାଇଛନ୍ତି । 

ରକ୍ତଦାନ କରିବା ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ଗାଁ ବିଭିନ୍ନ ସ୍ଥାନରେ ଏହି ବୋର୍ଡ ଲାଗିଛି । ପ୍ରାରମ୍ଭରେ ବହୁତ କମ୍ ଜଣେ ରକ୍ତଦାନ କରିବାକୁ ପ୍ରୋତ୍ସାହିତ ହୋଇଥିଲେ । କିନ୍ତୁ, ବର୍ତ୍ତମାନ ସୁଦ୍ଧା ଗାଁର ଅଧିକାଂଶ ଯୁବକ ୧୦ରୁ ଅଧିକ ଥର ରକ୍ତଦାନ କରିସାରିଲେଣି । ଏହାବ୍ୟତୀତ ଗାଁର ଯୁବକମାନେ ପ୍ଲାଜମା, ପ୍ଲେଟ୍‌ଲେଟ୍‌ର ଦାନ ମଧ୍ୟ କରନ୍ତି । ଏଠାକାର ଲୋକେ ବଞ୍ଚିଥିବା ପର୍ଯ୍ୟନ୍ତ ରକ୍ତଦାନ କରିବା ସହ, ଚକ୍ଷୁଦାନ ଓ ଅଙ୍ଗଦାନର ମଧ୍ୟ ବାର୍ତ୍ତା ଦେଇଥାନ୍ତି । ଏହି ଗାଁର ଲୋକେ ଏବେ ରକ୍ତଦାନ ସହ ଅଙ୍ଗଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.