ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

କଚ୍ଚାଥିବୁ ଦ୍ୱୀପର କାହାଣୀ, କେମିତି ଶ୍ରୀଲଙ୍କାକୁ ଦେଇ ଦେଇଥିଲା ଭାରତ ? ପିଏମ୍ ମୋଦିଙ୍କ ଟ୍ୱିଟ୍ ପରେ ତେଜିଲା ଚର୍ଚ୍ଚା

Pic Courtesy: TV9

ନୂଆଦିଲ୍ଲୀ, ୩୧/୦୩: ଭାରତ ଓ ଶ୍ରୀଲଙ୍କା ମଝିରେ ରହିଛି କଚ୍ଚାଥିବୁ ଦ୍ୱୀପ । ୨୮୫ ଏକର ପରିବ୍ୟାପ୍ତ ଏହି ଦ୍ୱୀପ ପଲ୍କ ଷ୍ଟ୍ରେଟରେ ରହିଛି । ଯାହାକି ଭାରତର ରାମେଶ୍ୱରମ୍ ଠାରୁ ୧୪ ନଟିକାଲ୍ ମାଇଲ୍ସ ଦୂରରେ ଅବସ୍ଥିତ । ଏବେ ଏହି ଦ୍ୱୀପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସକୁ ସମାଲୋଚନା କରିବା ପରେ ଚର୍ଚ୍ଚା ବଢ଼ିଛି । ଏହା ପୂର୍ବରୁ ସଂସଦରେ ବି କଚ୍ଚାଥିବୁ ଦ୍ୱୀପ କଥା ଉଠିଥିଲା ।

ମାର୍ଚ୍ଚ ୩୧ ତାରିଖ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ଦ୍ୱୀପ ବାବଦରେ ଲେଖିଥିଲେ । କହିଥିଲେ, ତଥ୍ୟରୁ ଜଣାପଡ଼ୁଛି କେମିତି କଂଗ୍ରେସ କଚ୍ଚାଥିବୁକୁ ଶ୍ରୀଲଙ୍କାକୁ ଦେଇ ଦେଇଥିଲା ।

ଇଣ୍ଡିଆନ୍ସ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ୧୯୭୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀମାବୋ ଭଣ୍ଡାରନାୟକେ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ । ବୁଝାମଣାକୁ ଭାରତ-ଶ୍ରୀଲଙ୍କା ସାମୁଦ୍ରିକ ଚୁକ୍ତି କୁହାଯାଏ । ଚୁକ୍ତି ଅନୁସାରେ, କଚ୍ଚାଥିବୁ ଦ୍ୱୀପକୁ ଶ୍ରୀଲଙ୍କାକୁ ଦିଆ ଯାଇଛି ।

ଦ୍ୱୀପକୁ କଂଗ୍ରେସ ସରକାର ଶ୍ରୀଲଙ୍କାକୁ ଦେବା ପରେ ତାମିଲନାଡ଼ୁରେ ଏହାର ଜୋରଦାର୍ ବିରୋଧ କରାଯାଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ କରୁଣାନିଧି ମଧ୍ୟ ନିଷ୍ପତ୍ତିର ବିରୋଧ କରିଥିଲେ । ଏହା ପରେ ୧୯୯୧ ମସିହାରେ ଏକ ପ୍ରସ୍ତାବ ଆଣି ଦ୍ୱୀପକୁ ଫେରାଇ ଆଣିବା ଲାଗି ଦାବି କରିଥିଲେ ।

ଭାରତ ମହାସାଗରରେ ଥିବା କଚ୍ଚାଥିବୁ ଦ୍ୱୀପ ରାମେଶ୍ୱରମ ଓ ଶ୍ରୀଲଙ୍କା ମଝିରେ ପଡ଼େ । ଯାହାକି ୧୭ବିଂଶ ଶତାବ୍ଦୀରେ ମଦୁରାଇ ରାଜା ରାମାନନ୍ଦଙ୍କ ଅଧିନରେ ଥିଲା । ଇଂରେଜ ଶାସନ ସମୟରେ ମାଡ୍ରାସ ପ୍ରେସିଡେନ୍ସି ହାତକୁ ଚାଲି ଯାଇଥିଲା । ୧୯୨୧ରେ ମାଛ ଧରିବା ଲାଗି ଶ୍ରୀଲଙ୍କା ଓ ଭାରତ ଦ୍ୱୀପକୁ ନିଜର କହିଥିଲେ । ସ୍ୱାଧୀନତା ପରେ ୧୯୭୪-୭୬ରେ ସାମୁଦ୍ରିକ ସୀମାକୁ ନେଇ ୪ଟି ଚୁକ୍ତି ହୋଇଥିଲା । ଯାହା ଅନୁସାରେ, ଭାରତୀୟ ମତ୍ସ୍ୟଜୀବୀ ସେଠାରେ ଜାଲ ଶୁଖାଇବା ସହ ଆରାମ କରି ପାରିବେ ।

ଚୁକ୍ତି ଅନୁସାରେ, କଚ୍ଚାଥିବୁ ଦ୍ୱୀପ ଶ୍ରୀଲଙ୍କାର । ଦ୍ୱୀପରେ ଥିବା ଚର୍ଚ୍ଚକୁ ଭାରତୀୟ ନାଗରିକ ବିନା ଭିସାରେ ଯାଇ ପାରିବେ । ତେବେ ଏହି ଦ୍ୱୀପରେ ଭାରତୀୟ ନାଗରିକ ମାଛ ମାରିବା ଲାଗି ଅନୁମତି ନାହିଁ ।

୨୦୦୮ ମସିହାରେ ତାମିଲନାଡ଼ୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କଚ୍ଚାଥିବୁ ଦ୍ୱୀପକୁ ନେଇ ହୋଇଥିବା ଚୁକ୍ତିକୁ ଅସିଦ୍ଧ ଘୋଷଣା ପାଇଁ ଦାବି କରିଥିଲେ ଜୟଲଳିତା । ଏବେ ସମାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଘେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.