ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସବୁଠୁ ଦ୍ରୁତ ଗତିରେ ଗୋଡାଉଥିବା ସାପ, ଜାଣନ୍ତୁ କେତେ ନମ୍ବରରେ ରହିଛି କିଙ୍ଗ କୋବ୍ରା

ନୂଆଦିଲ୍ଲୀ ୦୨/୦୨: ପୃଥିବୀର ସବୁଠାରୁ ବିପଦପୂର୍ଣ୍ଣ ଶିକାରକାରୀମାନଙ୍କ ମଧ୍ୟରେ ସାପ ଗୋଟିଏ। ଜାଣନ୍ତି କି କେଉଁ ସାପ ସବୁଠୁ ଦ୍ରୁତତମ ଗୋଡ଼ାଇଥାଏ? କିଙ୍ଗ କୋବ୍ରା କେତେ ବେଗରେ ଶିକାର ପଛରେ ଦୌଡ଼େ? ଆସନ୍ତୁ ଜାଣିବା ସେ ବିଷୟରେ...

ଶିକାରକୁ ସବୁଠୁ ଦ୍ରୁତ ଗତିରେ ଗୋଡ଼ାଉଥିବା ସାପ ହେଉଛି ସାଇଡୱିଣ୍ଡର ରାଟଲେସ୍ନେକ୍ । ଏହା ପ୍ରାୟ ୨୯ କିଲୋମିଟର ବେଗରେ ଶିକାର ପଛରେ ଗୋଡାଏ। ମେକ୍ସିକୋ ଏବଂ ଆମେରିକାର ଦକ୍ଷିଣ-ପଶ୍ଚିମ ମରୁଭୂମି ଅଞ୍ଚଳରେ ସାଇଡୱିଣ୍ଡର ଦେଖିବାକୁ ମିଳେ। 

ଦ୍ୱିତୀୟ ସ୍ଥାନରେ ରହିଛି ରାଟ୍‌ ସ୍ନେକ୍‌। ଏହା କୋବ୍ରା କିମ୍ବା କଟନ୍‌ ମାଉଥ୍‌ ପରି ବିଷାକ୍ତ ନୁହେଁ, କିନ୍ତୁ ଏହା ପ୍ରତି ସେକେଣ୍ଡରେ ୨.୬୭ ମିଟର ବେଗରେ ଶିକାର ପଛରେ ଗୋଡାଇଥାଏ। 

ଆମେରିକାରେ ଦେଖିବାକୁ ମିଳୁଥିବା କଟନମାଉଥ ତୃତୀୟ ସ୍ଥାନରେ ରହିଛି। ଏହି ସାପ ପ୍ରତି ସେକେଣ୍ଡରେ ୨.୯୭ ମିଟର ବେଗରେ ଶିକାର ପାଖରେ ପହଞ୍ଚିଯାଏ।  ଏହା ଏକ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଛଅ ଫୁଟରୁ ଅଧିକ ଦୂରତା ଅତିକ୍ରମ କରିପାରେ । 

ଚତୁର୍ଥ ନମ୍ବରରେ ରହିଛି ଭାରତରେ ମିଳୁଥିବା କିଙ୍ଗ କୋବ୍ରା । କିଙ୍ଗ କୋବ୍ରା ପ୍ରତି ସେକେଣ୍ଡରେ ୩.୩୩ ମିଟର ବେଗରେ ନିଜର ଶିକାରକୁ ଗୋଡ଼ାଇଥାଏ । ଏହା ଏତେ ବିଷାକ୍ତ ଯେ ଯଦି ଏହାର ବିଷ ମାନବ ଶରୀରରେ ପହଞ୍ଚେ ଏବଂ ଉପଯୁକ୍ତ ଚିକିତ୍ସା ନମିଳେ, ତେବେ ବ୍ୟକ୍ତି ୩୦ ମିନିଟ୍ ମଧ୍ୟରେ ମରିଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.