ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କୋଲକାତା କାଣ୍ଡର ଅଭିଯୁକ୍ତ ସଞ୍ଜୟ ରୟ ନିକଟରେ ରହିଛି ପଶୁ ପ୍ରବୃତ୍ତି ଗୁଣ, ସାଇକୋଆନାଲିସିସ୍ ଟେଷ୍ଟରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୨୨।୮:କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜାରି ରହିଛି ସିବିଆଇ ତଦନ୍ତ । ଏବେ ଏହି ମାମଲାର ଅଭିଯୁକ୍ତ ସଞ୍ଜୟ ରୟର ସିବିଆଇ ସାଇକୋଆାନାଲିସିସ୍ କରିଛି, ଯେଉଁଥିରେ ଆଶ୍ଚର୍ଯ୍ୟକର କଥାର ଖୁଲାସା ହୋଇଛି। ସାମନାକୁ ଆସିଥିବା ତଥ୍ୟ ଅନୁସାରେ, ଅଭିଯୁକ୍ତ ସଞ୍ଜୟ ଯୌନ ବିକୃତ ମାନସିକତା ଥିବା ବ୍ୟକ୍ତି। ତା’ର ‘ପଶୁ ପରି ପ୍ରବୃତ୍ତି’ ଅଛି।   ପରୀକ୍ଷା ସମୟରେ ସାଇକୋଆନାଲିଷ୍ଟ ଦଳ ଜାଣିବାକୁ ପାଇଥିଲେ ଯେ, ସଞ୍ଜୟଠାରେ କୌଣସି ପଶ୍ଚାତାପ ନାହିଁ। ଅନେକ ଥର ସେ ଉତ୍ତର ଦେବାବେଳେ ହସୁଥିଲା। ସେ ସାଇକୋଆନାଲିଷ୍ଟ ଦଳକୁ ସବୁକିଛି କହିଛି।ସିବିଆଇ ଏକ୍ସପର୍ଟ କହିଛନ୍ତି, ସଞ୍ଜୟର ବୟାନକୁ ମଧ୍ୟ ସ୍କାନ କରାଯାଇଛି। ତାକୁ ପୋଷ୍ଟମର୍ଟମ ଓ ଫରେନସିକ୍ ଯାଞ୍ଚ ସହ ଯୋଡିବାକୁ ଚେଷ୍ଟା ହେଉଛି। 

‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁସାରେ ସିବିଆଇ ଅଧିକାରୀ କହିଛନ୍ତି, ଅପରାଧ ହୋଇଥିବା ସ୍ଥାନରେ ସଞ୍ଜୟ ରୟର ଉପସ୍ଥିତିର ଟେକ୍ନିକାଲ ଓ ସାଇଣ୍ଟିଫିକ୍‌ ପ୍ରମାଣ ମିଳିଛି। ସିବିଆଇ ଯେତେବେଳେ ମାମଲାକୁ ନିଜ ହାତରେ ନେଇଥିଲା, ତା ପୂର୍ବରୁ କୋଲାକାତା ପୋଲିସ  କହିଥିଲା ଦୁଷ୍କର୍ମ ପୀଡିତାଙ୍କ ନଖରୁ ନିଆଯାଇଥିବା ରକ୍ତ ଓ ସ୍କିନ୍‌ରେ ଥିବା ଚିହ୍ନ ସଞ୍ଜୟ ରୟର ହାତରେ ଥିବା ଖଣ୍ଡିଆ ସହ ମ୍ୟାଚ୍ ହେଉଛି। ଏହି ମାମଲାରେ ଏପର୍ଯ୍ୟନ୍ତ ହୋଇଥିବା ଯାଞ୍ଚର ଷ୍ଟାଟସ୍ ରିପୋର୍ଟ ସିବିଆଇ ସୁପ୍ରିମକୋର୍ଟରେ ଆଜି ପ୍ରଦାନ କରିଛି।  

ସିବିଆଇର ସୁତ୍ରର କହିବା ଅନୁସାରେ, ଆରଜି କର ହସ୍ପିଟାଲରୁ ଜବତ ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ସଞ୍ଜୟ ରୟ ୮ ଅଗଷ୍ଟ ସକାଳ ୧୧ଟା ବେଳେ ଚେଷ୍ଟ ଡିପାର୍ଟମେଣ୍ଟରେ ଥିଲା। ଏହି ସମୟରେ ପୀଡିତା ଅନ୍ୟ ୪ ଜଣ ଜୁନିଅର ଡାକ୍ତରଙ୍କ ସହ ଓ୍ବାର୍ଡରେ ଥିଲେ। ସେତେବେଳେ ସଞ୍ଜୟ ସେଠାରୁ ଯିବା ପୂର୍ବରୁ ପୀଡିତାଙ୍କୁ  ଦେଖୁଥିବାର ମିଳିଛି। ପୁଚରା ଉଚରା ବେଳେ ସଞ୍ଜୟ କହିଛି ସେ ସନ୍ଧ୍ୟା ପୂର୍ବରୁ ଓ୍ବାର୍ଡକୁ ଆସିଯାଇଥିଲା। ୯ ଅଗଷ୍ଟରେ ପୀଡିତା ଅନ୍ୟ ଡାକ୍ତରଙ୍କ ସହ ଡିନର କରିଥିଲେ। ଏହାପରେ ରାତି ୧ଟାରେ ସେମିନାଲ ହଲ୍‌କୁ ଫେରିଥିଲେ। ପାୟ ଅଢେଇଟା ବେଳେ ଜଣେ ଜୁନିଅର ଡାକ୍ତର ହଲ୍‌ ଭିତରକୁ ପ୍ରବେଶ କରିଥିଲେ ଓ ପୀଡିତା ଶୋଇବା ପୂର୍ବରୁ ତାଙ୍କ ସହ କଥା ହୋଇତିଲେ। ଏହାପରେ ଭୋର ୪ଟା ବେଳେ ସଞ୍ଜୟ ସିସିଟିଭିରେ କଏଦ ହୋଇଛି ଓ ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଏହାପରେ ସିଧା ସେ ସେମିନାର ହଲ୍‌କୁ ଯାଇଥିଲା, ଯେଉଁଠି ପୀଡିତା ଶୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.