ପ୍ରମୂଖ ଖବର

ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର, ୨୯/୧୧ : ୩ ଗଣଦୁଷ୍କର୍ମୀଙ୍କୁ ଆଜୀବନ କାରାଦଣ୍ଡ। କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଏଡିଜେ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ। ଏହା ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ହେବ। ତେବେ ପୀଡ଼ିତାଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନାନୁଯାୟୀ, ଗତ ୨୦୨୨ ମାର୍ଚ୍ଚ ୫ ତାରିଖରେ ପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକା ସାନ ଭାଇ ସହ ଜାଗର ମେଳା ଦେଖିବାକୁ ଆସି ଦୋଳି ଖେଳୁଥିଲେ। ଏହି ସମୟରେ ରଞ୍ଜିତ ମହାନ୍ତି, ରବିନ୍ଦ୍ର ନାଏକ, ଓ ଶୁନୀଲ ବେହେରା ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଘଟଣା ପ୍ରଘଟ କଲେ ହତ୍ୟା ଧମକ ଦେଇ ଚାଲି ଯାଇଥିଲେ । ତେବେ ଏହି କେଶରେ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.