ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୟନ୍ତ ଚୌଧୁରୀ ଏନଡିଏରେ ସାମିଲ ହେବା ଲାଗି କଲେ ଘୋଷଣା, କହିଲେ – ‘ମୁଁ ସବୁ ବିଧାୟକଙ୍କ ସହ କଥା ହୋଇ ସାରିଛି ‘

ନୂଆଦିଲ୍ଲୀ,୧୨/୨ :  ଲୋକସଭା ନିର୍ବାଚନ ୨୦୨୪ପୂର୍ବରୁ ରାଷ୍ଟ୍ରୀୟ ଲୋକଦଳ(ଆରଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ଏନଡିଏରେ ସାମିଲ ହେବାକୁ ଘୋଷଣା କରିଛନ୍ତି । ରାଲୋଦ ପ୍ରମୁଖ ଜୟନ୍ତ ଚୌଧୁରୀ ଏନଡିଏରେ ଯିବା ଲାଗି ପ୍ରଶ୍ନ ଉପରେ ନିଜ ଲକ୍ଷ ସ୍ପଷ୍ଟ କରି ଦେଇଛନ୍ତି । ଜୟନ୍ତ କହିଛନ୍ତି କି, ମୁଁ ନିଜର ସମସ୍ତ ବିଧାୟକଙ୍କ ସହ କଥା ହୋଇସାରିଛି । ଆମକୁ କମ୍ ସମୟରେ ନିଷ୍ପତ୍ତି ନେବାକୁ ପଡ଼ିଛି । ପରିସ୍ଥିତି ଏଭଳି ଥିଲା କି ଏନଡିଏ ସହ ଯିବାକୁ ନିଷ୍ପତ୍ତି ନେଇଛି । ସେହିପରି ଜୟନ୍ତ ଚୌଧୁରୀ କହିଛନ୍ତି କି ଆମର ସବୁ ବିଧାୟକ ଏବଂ କାର୍ଯ୍ୟକର୍ତ୍ତା ଆମ ସାଙ୍ଗରେ ଅଛନ୍ତି ।

ନିକଟ‌ରେ ମୋଦୀ ସରକାରଙ୍କ ଦ୍ବାରା ଜୟନ୍ତ ଚୌଧୁରୀଙ୍କ ଦାଦା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରାଯାଇଥିଲା । ଯାହା ପରେ ଜୟନ୍ତ ଚୌଧୁରୀଙ୍କ ଏନଡିଏରେ ଯିବା ଲାଗି ନିଷ୍ପତ୍ତି ନେଇଥିଲେ । ମାତ୍ର ଏବେ ସେ ସ୍ପଷ୍ଟ କରିଦେଇଛନ୍ତି କି ସେ ଖୁବଶୀଘ୍ର ବିଜେପି ସହ ଗଠବନ୍ଧନ କରିବେ । ପ୍ରକାଶ ଯେ ଜୟନ୍ତ ଚୌଧୁରୀ ଏହା ପୂର୍ବରୁ ବିପକ୍ଷ ଦଳର ଇଣ୍ଡିଆ ଗଠବନ୍ଧନର ଭାଗିଦାରୀ ଥିଲେ ଏବଂ ସପା ରାଲୋଦକୁ ୭ସିଟରେ ନିର୍ବାଚନ ଲଢିବାକୁ ଅଫର ଦେଇଥିଲା । ମାତ୍ର ସପାର ସିମ୍ବଲ ରାଲୋଦ ଏବଂ ଆଶାୟୀ ସପାର ଫର୍ମୁଲାରେ ଜୟନ୍ତ ଚୌଧୁରୀ ନାରାଜ ଥିଲେ । 

କେନ୍ଦ୍ର ସରକାର ଯେତେବେଳେ ପୂର୍ବତନ ପିଏମ୍ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଥିଲେ ସେତେବେଳେ ଜୟନ୍ତ ଚୌଧୁରୀ ଭାରତର ରାଷ୍ଟ୍ରପତି ଏବଂ ବିଶେଷ ରୂପରେ ପିଏମ୍ ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ । ସେହିଭଳି ଯେତେବେଳେ ଜୟନ୍ତ ଚୌଧୁରୀଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା କି କ’ଣ ସେ ବିଜେପି ସହ ଯିବେ ତ ଏହା ଉପରେ ସେ କହିଥିଲେ କି, କେଉଁ ମୁହଁରେ ମନା କରିବି ? ମାତ୍ର ଏବେ ଜୟନ୍ତ ଚୌଧୁରୀ ଏନଡିଏରେ ଯିବାକୁ ନିଜେ ଘୋଷଣା କରି ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.