ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ

ନୂଆଦିଲ୍ଲୀ,୧୮/୦୪: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବୁଧବାର ପ୍ରଚାର ଅଭିଯାନରେ ଲାଗିଛି ବିରାମ । ମତଦାନର ୪୮ ଘଣ୍ଟା ପୂର୍ବରୁ ରାଜନୈତିକ ସଭା, ରୋଡ୍‌ ସୋ’ ଏବଂ ଶୋଭାଯାତ୍ରା ଭଳି କାର୍ଯ୍ୟକ୍ରମ ଉପରେ ରୋକ୍‌ ଲାଗିଛି । ଆସନ୍ତା ୧୯ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ ଆସନରେ ମତଦାନ ହେବ । ପ୍ରାୟ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରଚାର ଅଭିଯାନର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ରାହୁଲ ଗାନ୍ଧୀ ପ୍ରମୁଖ ଭୋଟରଙ୍କ ମନ ଜିଣିବାକୁ କରିଛନ୍ତି ପ୍ରୟାସ ।

ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୦୨ ଲୋକସଭା ଆସନରେ ମତଦାନ ହେବ, ସେଥିରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି । ସେହିଭଳି ରାଜସ୍ଥାନର ୧୨, ୟୁପିର ୮, ଉତ୍ତରାଖଣ୍ଡର ୫, ବିହାରର ୪, ଆସାମର ୪, ମଧ୍ୟପ୍ରଦେଶର ୬, ଅରୁଣାଚଳ ପ୍ରଦେଶର ୨, ପଶ୍ଚିମବଙ୍ଗର ୩, ମହାରାଷ୍ଟ୍ରର ୫ ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ଭୋଟ୍‌ ଗ୍ରହଣ ହେବ ।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୮ କେନ୍ଦ୍ରମନ୍ତ୍ରୀ,୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ (ନାଗପୁର), ଜିତେନ୍ଦ୍ର ସିଂହ(ଉଦ୍ଧମପୁର), ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାୱାନ (ଜମୁଇ), ନକୁଲ ନାଥ (ଛିନ୍ଦୱାଡ଼ା), କେ ଆନ୍ନାମଲାଇ (କୋଏମ୍ବାଟୁର), ପୂର୍ବତନ ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ (ଚେନ୍ନାଇ ଦକ୍ଷିଣ), କାନିମୋଝି (ଥୁଥୁକୁଡି) ଏବଂ ଜିତିନ ପ୍ରସାଦ (ପିଲିଭିତ) ପ୍ରମୁଖ ରହିଛନ୍ତି ।

ପ୍ରଚାରର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଓ ତ୍ରିପୁରାରେ ନିର୍ବାଚନୀ ରାଲି କରିଥିଲେ । ସେହିଭଳି ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ଗାଜିଆବାଦରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସମାଲୋଚନା କରିଥିଲେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିର ସହାରନପୁରରେ ‘ଇଣ୍ଡିଆ’ ମେଣ୍ଟ ପ୍ରାର୍ଥୀ ଇମ୍ରାନ୍‌ ମସୁଦଙ୍କ ସମର୍ଥନରେ ରୋଡ୍‌ ସୋ’ କରିଥିଲେ ।

Also Read :-

ନିର୍ବାଚନ ମୈଦାନରେ ୩୬ ବର୍ଷିୟ ଅଟୋ ଚାଳକ : ବାରାମତିରୁ ଶରଦ ପୱାରଙ୍କ ଝିଅଙ୍କ ବିରୋଧରେ ଲଢିବେ ଇଲେକ୍ସନ

  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.