ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ତାପମାତ୍ରା ଗରମ ହେବାରେ ଲାଗିଛି । NDA ଏବଂ I.N.D.I.A. ମିଳିତ ମଞ୍ଚ ପରେ ବର୍ତ୍ତମାନ ଏକ ତୃତୀୟ ସାମ୍ମୁଖ୍ୟ ମଧ୍ୟ ଗଠନ ହେଉଥିବା ଜଣାପଡିଛି । AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏହି ଖବରକୁ ସୂଚିତ କରିଛନ୍ତି । I.N.D.I.A ମିଳିତ ମଞ୍ଚରେ ଯୋଗଦେବାକୁ ଆମନ୍ତ୍ରିତ ନହେବା ଉପରେ ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ, ମୋତେ ଆମନ୍ତ୍ରିତ କରାନଯିବା ନେଇ ମୁଁ ଚିନ୍ତିତ ନୁହେଁ ।
ସେ କହିଛନ୍ତି, “ବିଏସପି ମୁଖ୍ୟ ମାୟାବତୀ, ତେଲେଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓ ଏବଂ ଉତ୍ତର-ପୂର୍ବ ଏବଂ ମହାରାଷ୍ଟ୍ରର ଅନେକ ଦଳ ମଧ୍ୟ ଏହି ମିଳିତ ମଞ୍ଚରେ ଅନ୍ତର୍ଭୁକ୍ତ ନୁହଁନ୍ତି। ଆମେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଆଗକୁ ଯାଇ ତୃତୀୟ ସାମୁଖ୍ୟ ଗଠନ କରିବାକୁ ଏବଂ ଏଥିରେ ଅନେକ ଦଳ ଅନ୍ତର୍ଭୁକ୍ତ କରିବାକୁ କହିଛୁ । ବର୍ତ୍ତମାନ ଏକ ରାଜନୈତିକ ଶୂନ୍ୟସ୍ଥାନ ଅଛି, ଯାହାକି କେସିଆରଙ୍କ ନେତୃତ୍ୱରେ ପରିପୂର୍ଣ୍ଣ ହେବ । I.N.D.I.A ଏହି ଶୂନ୍ୟସ୍ଥାନ ପୂରଣ କରିବାରେ ସକ୍ଷମ ନୁହଁନ୍ତି।
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବାପରେ ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱାଇସି ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଥିଲେ, ସେ ଏତେ କାହିଁକି ବିବ୍ରତ ହେଉଛନ୍ତି ? ସେ ଜଗନ୍ ମୋହନ ରେଡ୍ଡୀଙ୍କୁ ଜେଲ୍ରେ ଭର୍ତ୍ତି କରିଥିଲେ । ସେ ସେତେବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ନଥିଲେ, କିନ୍ତୁ ତୁମେ ମୁଖ୍ୟମନ୍ତ୍ରୀ ଥିଲ, ତେଣୁ ତୁମକୁ ଉତ୍ତର ଦେବାକୁ ପଡିବ । ତୁମେ ଏହାର ସାମ୍ନା କରି ଉତ୍ତର ଦିଅ।