ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଂସଦ ଭଙ୍ଗ କଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌, ସମୟର ୩ ବର୍ଷ ପୂର୍ବରୁ ହେବ ନିର୍ବାଚନ

ପ୍ୟାରିସ,୧୧/୦୬: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ରବିବାର ଅଚାନକ ସଂସଦ ଭଙ୍ଗ କରିଦେଇଛନ୍ତି । ଫଳରେ ଧାର୍ଯ୍ୟ ସମୟର ୩ ବର୍ଷ ପୂର୍ବରୁ ଦେଶରେ ନିର୍ବାଚନ ହେବ। ମାକ୍ରନ୍‌ଙ୍କ ଏଭଳି ନିଷ୍ପତ୍ତି ଅନେକଙ୍କୁ ବିସ୍ମିତ କରିଛି । ତେବେ ୟୁରୋପୀୟ ସଂଘ ନିର୍ବାଚନରେ ମାକ୍ରନ୍‌ଙ୍କ ଦଳ ‘ରେନାସା’ ଉପରେ ଦକ୍ଷିଣପନ୍ଥୀ ଦଳ ‘ନ୍ୟାସନାଲ ରାଲି’ ଭାରି ପଡ଼ିବା ନେଇ ଅନୁମାନ କରାଯାଉଥିବାରୁ ମାକ୍ରନ୍‌ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଜାତୀୟ ନିର୍ବାଚନ ଆଗୁଆ କରାଇବାକୁ ସେ ଚାହୁଁଛନ୍ତି ।  

ଉଲ୍ଲେଖଥାଉ କି ୟୁରୋପୀୟ ସଂଘ (ଇୟୁ) ହେଉଛି ୟୁରୋପୀୟ  ଦେଶଗୁଡ଼ିକର ଏକ ବଡ଼ ସଙ୍ଗଠନ । ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନିର୍ମାଣ କରାଯାଇଥିଲା । ୟୁରୋପର ସମସ୍ତ ଦେଶକୁ ଏକଜୁଟ ରଖିବା  ଏହାର ଉଦ୍ଦେଶ୍ୟ ଥିଲା । ଇୟୁ ନିର୍ବାଚନରେ ପଛରେ ପଡ଼ିବା ନେଇ ଅନୁମାନ ହେବା ପରେ ମାକ୍ରନ୍‌ ଧାର୍ଯ୍ୟ ସମୟର ୩ ବର୍ଷ ପୂର୍ବରୁ ସଂସଦ  ଭଙ୍ଗ କରିଛନ୍ତି ।

ଫ୍ରାନ୍ସରେ ୨୦୨୨ରେ ସଂସଦୀୟ ନିର୍ବାଚନ ହୋଇଥିଲା ।  ଏଗ୍‌ଜିଟ୍‌ ପୋଲ୍‌ ମୁତାବକ, ନ୍ୟାସନାଲ ରାଲିକୁ ୩୧.୫୦% ଭୋଟ  ମିଳିବାକୁ ଥିବା ବେଳେ ରେନେସା ଦଳକୁ କେବଳ ୧୫.୨୦% ଭୋଟ୍‌  ମିଳିବ । ଏବେ ଫ୍ରାନ୍ସରେ ଜୁନ୍‌ ୩୦ ଓ ଜୁଲାଇ ୭ରେ ଭୋଟିଂ ହେବ । ଏଗ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଆସିବା ପରେ ନ୍ୟାସନାଲ ରାଲିର ନେତା  ଜୋର୍ଡାନ ବାର୍ଡେଲା ମାକ୍ରନ୍‌ଙ୍କୁ ସଂସଦ ଭଙ୍ଗ ନିମନ୍ତେ ଆହ୍ୱାନ ଦେଇଥିଲେ । 

ରାଷ୍ଟ୍ରପତି ମାକ୍ରନ୍‌ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏଗ୍‌ଜିଟ୍‌  ପୋଲ୍‌ର ଏହି ଅନୁମାନ ସରକାରଙ୍କ ପାଇଁ ବିନାଶକାରୀ । ମୁଁ ଏହାକୁ  ଅଣଦେଖା କରିପାରିବି ନାହିଁ । ତେଣୁ ସଂସଦ ଭଙ୍ଗ କରିଦେଉଛି । ଏବେ ଆପଣମାନଙ୍କ ପାଖରେ ରାଜନୈତିକ ଭବିଷ୍ୟତ ଚୟନର ବିକଳ୍ପ ରହିଛି । ଆପଣମାନେ ଉଚିତ ନିଷ୍ପତ୍ତି ନେବେ ବୋଲି ଆଶା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.