ଚନ୍ଦାହାଣ୍ଡି, ୯।୯- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମହିଳା ସଙ୍ଗଠିକା ମଝିଆଣୀ ମାଝି (୭୬)ଙ୍କ ଅନକାବେଡା ସ୍ଥିତ ତାଙ୍କ ବାସବଭନରେ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ରହିଥିଲେ l
ସ୍ୱର୍ଗତା ମାଝି ଚନ୍ଦାହାଣ୍ଡି ବ୍ଲକର ପ୍ରଥମ ଆଦିବାସୀ ମହିଳା ସଙ୍ଗଠିକା । ମହିଳା ସଶକ୍ତୀକରଣ, ମଦ ମୁକ୍ତି ପାଇଁ ସେ ସ୍ବର ଉତ୍ତୋଳନ କରିଥିଲେ l ତାଙ୍କ ବିୟୋଗରେ ନବରଙ୍ଗପୁର ସାଂସଦ ବଲଭଦ୍ର ମାଝି, ବିଧାୟକ ନର୍ସିଙ୍ଗ ଭତ୍ରା, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝି, ସମାଜସେବୀ ଗୋବିନ୍ଦ କୁମାର ଜୈନ, ଅନକାବେଡା ଗାଁଉଟିଆ ନିମାଇଁ ଚରଣ ପାଣ୍ଡେ, ସରପଞ୍ଚ ଚନ୍ଦ୍ରିକା ମରେଇ, ସମିତି ସଭ୍ୟା ଗୌରୀ ନାଗ, ସମାଜସେବୀ ଅଭିରାମ ପାଣ୍ଡେ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଥିଲେ।