ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଲୋକତନ୍ତ୍ରର ବାଇପାସ୍ ସର୍ଜରୀ ହୋଇଗଲା’, ଲୋକସଭାରୁ ମହୁଆଙ୍କୁ ବହିଷ୍କାର ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ

କୋଲକାତା,୮।୧୨:  ଅର୍ଥ ବଦଳରେ ପ୍ରଶ୍ନ ଅଭିଯୋଗରେ ଶୁକ୍ରବାର ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ବିତର୍କ ବେଳେ ମହୁଆ ମୋଇତ୍ରାଙ୍କୁ ଲୋକସଭାରେ କହିବାର ଅନୁମତି ଦିଆଯାଇନଥିଲା। ଏବେ ଟିଏମ୍‌ସି ସୁପ୍ରିମୋ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି(ବିଜେପି) ଉପରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ଲୋକତନ୍ତ୍ରର ‘ବାଇପାସ୍ ସର୍ଜରୀ’ ହୋଇଗଲା। ଏହା ବିଜେପିର  ପ୍ରତିଶୋଧର ରାଜନୀତି।

ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ପରେ ଦାର୍ଜଲିଂର ଏକ କାର୍ଯ୍ୟକ୍ରମରେ ମମତା କହିଛନ୍ତି, ମୁଁ ଆପଣଙ୍କୁ କହୁଛି ମହୁଆ ପରିସ୍ଥିତିର ଶିକାର ହୋଇଛନ୍ତି। ମୁଁ ଏହାର କଡା ନିନ୍ଦା କରୁଛି। ଆମ ପାର୍ଟି ମହୁଆଙ୍କ ସହିତ ଅଛି। ଦଳ ଇଣ୍ଡିଆ ମେଣ୍ଟ ସହିତ ମିଶି ଲଢିବ। ଏହା ଲୋକତନ୍ତ୍ର ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ କଥା।’ ଆଜି ମୁଁ ବିଜେପିର କାର୍ଯ୍ୟକୁ ଦେଖି ଖୁବ୍ ଦୁଃଖି ହୋଇଛି। ସେମାନେ ଲୋକତନ୍ତ୍ରକୁ ଧୋକା ଦେଲେ। ମହୁଆଙ୍କୁ ନିଜର ପକ୍ଷ ସ୍ପଷ୍ଟ କରିବାର ଅନୁମତି ମଧ୍ୟ ଦେଲେନି। ପୁରା ଭାବରେ ଅନ୍ୟାୟ କଲେ।’

ଉଲ୍ଲେଖନୀୟ ଯେ, ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଶୁକ୍ରବାର ଗୃହର ସଦନର ସଦସ୍ୟତାରୁ ନିଷ୍କାସିତ କରି ଦିଆ ଯାଇଛି। ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୋଇତ୍ରାଙ୍କ ନିଷ୍କାସନ ପ୍ରସ୍ତାବ ଆଗତ କରିଥିଲେ, ଯାହାକି ଗୃହରେ ଧ୍ବନିମତରେ ମଞ୍ଜୁରୀ ଦିଆଯାଇଥିଲା। ଏହା ପୂର୍ବରୁ ଗୃହରେ ଲୋକସଭାର ଆଚାର କମିଟିର ରିପୋର୍ଟ ଉପରେ ଚର୍ଚ୍ଚା ପରେ ତାକୁ ମଞ୍ଜୁରୀ ଦେଇଛି। ଏହା ପୂର୍ବରୁ ଗୃହରେ ଲୋକସଭାର ଆଚାର କମିଟିର ରିପୋର୍ଟ ଉପରେ ଚର୍ଚ୍ଚା ପରେ ତାକୁ ମଞ୍ଜୁରୀ ଦିଆଯାଇଛି। ଯେଉଁଥିରେ ମୋଇତ୍ରାଙ୍କୁ ବହିଷ୍କାର କରିବାର ସୁପାରିଶ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.