ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୀମାନ୍ତରେ ସୁରକ୍ଷାବଳଙ୍କ ଶିବିର ଉପରେ ମାଓବାଦୀଙ୍କ ଲଞ୍ଚର ମାଡ଼, ସୁରକ୍ଷା କର୍ମୀଙ୍କ ପାଲଟା ଜବାବ

ମାଲକାନଗିରି, ୭।୬: ମାଲକାନଗିରି ଜିଲ୍ଲା ସୀମାନ୍ତରେ ସୁରକ୍ଷାବଳଙ୍କ ଶିବିର ଉପରେ ମାଓବାଦୀମାନେ ଲଞ୍ଚର ମାଡ଼ କରିଛନ୍ତି । ସୁରକ୍ଷାକର୍ମୀ ମଧ୍ୟ ତାର ପାଲଟା ଜବାବ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଜିଲ୍ଲା କୋହକେମେଟାର ଇରାକବତୀ ସୁରକ୍ଷା ଶିବିର ଉପରକୁ ନକ୍ସଲମାନେ ବିଜିଏଲ ଲଞ୍ଚର ଓ ଗୁଳି ଚଳାଇ ଆକ୍ରମଣ କରିଥିଲେ । ତା’ର ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳି ଚଲାଇଥିଲେ ।

ତେବେ ଏହି ଆକ୍ରମଣରେ କ୍ୟାମ୍ପ କିମ୍ବା କୌଣସି ଯବାନଙ୍କର କିଛି ବି କ୍ଷୟକ୍ଷତି ହୋଇନାହିଁ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନାନୁସାରେ, ଛତିଶଗଡ଼ର ନାରାୟଣପୁର ଜିଲ୍ଲା କୋହକେମେଟା ପୋଲିସ ଷ୍ଟେସନ ଅଧୀନରେ ଥିବା ନୂତନ ପ୍ରତିଷ୍ଠିତ ଇରାକବତୀ ସୁରକ୍ଷା ବଳ ଶିବିରରେ ଗୁରୁବାର ନକ୍ସଲମାନେ ୪ ଟି ଦେଶୀ ବିଜିଏଲ୍ ଲଞ୍ଚର ଚଳାଇବା ସହ ଗୁଳି ଚଳାଇଥିଲେ । ସେଥିମଧ୍ୟରୁ କେବଳ ଗୋଟିଏ ବିଜିଏଲ ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ପରେ ଶିବିରରେ ନିୟୋଜିତ ଯବାନମାନେ ତୁରନ୍ତ ପ୍ରତି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଏହା ଦେଖି ନକ୍ସଲମାନେ ଘଞ୍ଚ ଜଙ୍ଗଲରେ ଲୁଚି ପଳାଇଥିଲେ । ତେବେ ଏହାପରେ ଯବାନମାନେ ଆଖପାଖ ଅଞ୍ଚଳରେ ଜୋରସୋରରେ ଖୋଳତାଡ଼ ଚଳାଇଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.