ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଡେବ୍ରିଗଡ଼ ପର୍ଯ୍ୟଟକଙ୍କ ସାରଥୀ ମାର୍ଗାରେଟ୍‌, ପୁରୁଷ ପ୍ରାଧାନ୍ୟ ଜୀବିକାରେ ଦକ୍ଷତା ଦେଖାଉଛନ୍ତି ଆଦିବାସୀ ଯୁବତୀ

ସମ୍ବଲପୁର, ୧୦/୦୬: ପାହାଡ଼ିଆ ମାଟି ରାସ୍ତା । ପଶୁପକ୍ଷୀଙ୍କ ଭୟ । ପାଦେ ପାଦେ ବିପଦ । ଟିକିଏ ଏପଟସେପଟ ହେଲେ କିଛି ବି ହୋଇପାରେ । ତଥାପି ପୁରୁଷ ପ୍ରାଧାନ୍ୟ ଜୀବିକାରେ  ନିଜର ଦକ୍ଷତା ଦେଖାଉଛନ୍ତି ଆଦିବାସୀ ଯୁବତୀ ।  ଡେବ୍ରିଗଡ଼ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସଫାରୀରେ  ସାରଥି ସାଜିଛନ୍ତି ଆଦିବାସୀ ଯୁବତୀ ମାର୍ଗାରେଟ୍‌ ।  ରାଜ୍ୟର ପ୍ରଥମ ସଫାରୀ ଚାଳକ ଭାବେ ନିୟୋଜିତ  ହୋଇଛନ୍ତି ଡେବ୍ରିଗଡ଼ ପାଦଦେଶରେ ରହୁଥିବା  ଖ୍ରୀଷ୍ଟିଆନପଡ଼ାର ମାର୍ଗାରେଟ୍‌ ବାରୁ । ଗତ ୩  ମାସ ହେଲା ସଫାରୀ ଚଳାଇ ପର୍ଯ୍ୟଟକଙ୍କୁ  ଡେବ୍ରିଗଡ଼ ଅଭୟାରଣ୍ୟ ବୁଲାଉଛନ୍ତି ।  

ସମ୍ବଲପୁର ସହର ଠାରୁ ମାତ୍ର ୨୫  କିଲୋମିଟର ଦୂର ଡେବ୍ରିଗଡ଼ ଅଭୟାରଣ୍ୟକୁ  ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ଯାହାକି  ଗତବର୍ଷ ରାଜ୍ୟରେ ରେକର୍ଡ କରିଥିଲା ।  ଅଭୟାରଣ୍ୟ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ୧୬ଟି  ସଫାରୀ ରହିଛି । ଯେଉଁଠି ପ୍ରାୟ ପୁରୁଷ କର୍ମଚାରୀ  ଏହାକୁ ଚଳାଇଥାନ୍ତି । ପର୍ଯ୍ୟଟକଙ୍କୁ ଗାଇଡ୍‌ କରି  ପଶୁପକ୍ଷୀଙ୍କୁ ଦେଖାଇଥାନ୍ତି । ସଫାରୀ ଗାଡ଼ି  ଚଳାଇବା ମୁଖତଃ ପୁରୁଷଙ୍କ କାମ ହୋଇଥାଏ ।  କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛନ୍ତି  ଆଦିବାସୀ ଝିଅ ମାର୍ଗାରେଟ୍‌ ବାରୁ । କୃଷକ ପରିବାର  ଜନ୍ମ ହୋଇଥିବା ମାର୍ଗାରେଟ୍‌ ମାଟ୍ରିକ୍‌ ପାସ୍‌ କରିବା  ପରେ ଡେବ୍ରିଗଡ଼ରେ କାମ ଆରମ୍ଭ କରିଥିଲା ।  ତାଙ୍କ ଘର ଡେବ୍ରିଗଡ଼ ପାଦଦେଶରୁ ଥିବାରୁ ତାଙ୍କ  ପାଇଁ ଏହା ସହଜ ମଧ୍ୟ ହୋଇଥିଲା । ହେଲେ  ନିଜର ନିଷ୍ଠା ଓ ଉଦ୍ୟମ ବଳରେ ଗତ କିଛି ମାସ  ପୂର୍ବରୁ ସଫାରୀ ଚଳାଇବାକୁ ମନ କରିଥିଲେ ।  ନିଜର ସହକର୍ମୀଙ୍କୁ ଏ ସମ୍ପର୍କରେ ଜଣାଇବା ପରେ  ସେମାନେ ସହଯୋଗ କରିଥିଲେ । ଏବେ ସେ  ଗାଡ଼ି ଶିଖିବା ପରେ ଡ୍ରାଇଭିଂ ଲାଇସେନ୍ସ ନେଇ  ସଫାରୀ ଚଳାଉଛନ୍ତି । ଗତ ୩ ମାସ ହେଲା  ଏହି କାମ କରୁଛନ୍ତି । ଗାଡ଼ି ଚଳାଇବା ସହ  ପର୍ଯ୍ୟଟକଙ୍କୁ ଗାଇଡ୍‌ ମଧ୍ୟ କରୁଛନ୍ତି । ଏନେଇ  ମାର୍ଗାରେଟ୍‌ କହିଛନ୍ତି, ମତେ ଗାଡ଼ି ଚାଳନା  ଶିଖାଇଥିବା ସହକର୍ମୀଙ୍କୁ ଧନ୍ୟବାଦ । ବନ୍ୟ  ଜନ୍ତୁଙ୍କୁ ଦେଖି ଆରମ୍ଭରୁ ମୁଁ ଡରୁଥିଲି । କିନ୍ତୁ ସମୟ  ସହ ସବୁ ପରିବର୍ତ୍ତନ ହେଲା । ଏବେ ସେମିତି  କୌଣସି ଡର ନାହିଁ । ପର୍ଯ୍ୟଟକଙ୍କୁ ନେଇ ଗାଇଡ୍‌  କରୁଛି । ଗାଡ଼ି ଚଳାଇବା ମଧ୍ୟ ସହଜ ହୋଇଛି ।  

ହୀରାକୁଦ ଜନ୍ୟପ୍ରାଣୀ ବିଭାଗର ଜଣେ  ଅଧିକାରୀଙ୍କ ସୂଚନା ଅନୁସାରେ, ଡେବ୍ରିଗଡ଼ରେ  ଚାଲିଥିବା ଇକୋ ଟୁରିଜିମ୍‌ ପାଇଁ ଏବେ ୧୦  ଜଣ ମହିଳା କାମ କରୁଛନ୍ତି । ରାଜ୍ୟର ପ୍ରଥମ  ଥର ପାଇଁ ଆମେ ସଫାରୀ ଚାଳକ ଭାବେ ୨  ଜଣ ଯୁବତୀଙ୍କୁ ନିୟୋଜିତ କରିଛୁ । ମାର୍ଗାରେଟ୍‌  ବାରୁଙ୍କ ସହ ଅନ୍ୟ ଜଣେ ଆଦିବାସୀ ଝିଅ  ହେଲେ ସଙ୍ଗୀତା ସିର୍କା । ୨ ଜଣଙ୍କ ଘର  ଡେବ୍ରିଗଡ଼ ଅଭୟାରଣ୍ୟର ପାଦଦେଶରେ ।  ସେମାନେ ପ୍ରଥମ ସଫାରୀ ଶିଖିବାକୁ ଇଚ୍ଛା  କରିବାରୁ ତାଙ୍କୁ ସୁଯୋଗ ଦିଆଗଲା । ଏବେ  ସେମାନେ ସମ୍ପୂର୍ଣ୍ଣ କୁଶଳୀ । ଏକୁଟିଆ  ପର୍ଯ୍ୟଟକଙ୍କୁ ନେଇ ଅଭୟାରଣ୍ୟ ବୁଲାଉଛନ୍ତି ।  ପର୍ଯ୍ୟଟକଙ୍କ ପକ୍ଷରୁ ମଧ୍ୟ ଭଲ ରେସ୍‌ପନ୍ସ ମିଳୁଛି ।  

ଡେବ୍ରିଗଡ଼ ଅଭୟାରଣ୍ୟରେ ୫ ପ୍ରକାରର  ୧୬ଟି ସଫାରୀ ରହିଛି । ଯେଉଁଥିରେ ୧୨, ୮  ଏବଂ ୪ ସିଟର୍‌ ଓପନ୍‌ ଥାର୍‌ ଓ ଜିପସି ରହିଛି ।  ଇକୋଟୁରିଜିମ୍‌ ପାଇଁ ସେଠାରେ ସ୍ୱୟଂ ସହାୟକ  ଗୋଷ୍ଠୀ ସହ ଅନେକ ମହିଳା ଓ ଯୁବତୀଙ୍କୁ  ନିୟୋଜିତ କରାଯାଇଛି । ମହିଳା ଫରେଷ୍ଟ  ଗାର୍ଡଙ୍କୁ ନିୟୋଜିତ କରି ଶିକାର ନିରୋଧୀ  ଶାଖାରେ ରଖାଯାଇଛି । ସେମାନେ ପାଟ୍ରୋଲିଂ,  ପ୍ରବର୍ତ୍ତନ ବିଭାଗରେ କାମ କରିବା ସହ ଶିକାରୀଙ୍କ  ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.