ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଚୁଟି କାଟିବା ବେଳେ ନାବାଳିକାକୁ ଅସଦାଚରଣ, ସେଲୁନ ବାଲାକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର, ୦୯/୦୭: ଚୁଟି କାଟିବା ବେଳେ ଜଣେ ନାବାଳିକାକୁ ଅସଦାଚରଣ କରାଯାଇଛି । ଅଭିଯୋଗ ପାଇ ନୂଆପଲ୍ଳୀ ଥାନା ପୁଲିସ ସେଲୁନ୍‌ ବାଲାକୁ ଗିରଫ କରିଛି । ତା ନାମ ବାପୁ ବାରିକ (୨୫)  । ଘର ଖୋର୍ଦ୍ଧା ବୋଲଗଡ଼ ଥାନା ଅନ୍ତର୍ଗତ  ଜରିପଡ଼ା । ସେ ଭରତପୁର ମିଶ୍ର ସାହିରେ ରହୁଥିଲା । 

ପୁଲିସ ସୂଚନା ଅନୁଯାୟୀ,  ରବିବାର ସକାଳେ ଜଣେ ମହିଳା ତାଙ୍କ ନାବାଳିକା ଝିଅର ଚୁଟି କାଟିବା ପାଇଁ  ଇନ୍ଦ୍ରଧନୁ ମାର୍କେଟ ପାଣିଟାଙ୍କି ନିକଟରେ  ଥିବା ‘କୁନା ସେଲୁନ୍‌’କୁ ଆସିଥିଲେ । ବାପୁ ତାଙ୍କ ଝିଅର ଚୁଟି କାଟୁଥିବା ବେଳେ ମହିଳାଙ୍କ ମୋବାଇଲକୁ ଏକ କଲ୍‌ ଆସିବାରୁ ସେ ଫୋନ୍‌ରେ କଥାହୋଇ ବାହାରକୁ  ଯାଇଥିଲେ । ଏହି ସମୟରେ ଚୁଟି କାଟୁଥିବା ବାପୁ ନାବାଳିକାଙ୍କୁ ଅସଦାଚରଣ କରିଥିଲା । କୌଣସି ପ୍ରକାରେ ଝିଅଟି ବାପୁ କବଳରୁ ଖସି ବାହାରକୁ ଦୌଡ଼ି ଆସି ମା’ଙ୍କୁ  ଜଣାଇଥିଲେ । ଏନେଇ ମହିଳା ଜଣଙ୍କ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଥାନା ଦଫା-୭୫ବିଏନ୍‌ଏସ୍‌/୮  ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ  କରିଥିଲା । ଥାନାରେ ଅଭିଯୋଗ ହୋଇଥିବା  ଜାଣି ବାପୁ ଖସି ପଳାଇଥିଲା । ଗତକାଲି  ରାତିରେ ପୁଲିସ ଭରତପୁରରେ ଚଢ଼ଉ  କରି ବାପୁକୁ ଗିରଫ କରିଥିଲା । ଆଜି ତାକୁ ପୋକ୍‌ସୋ କୋର୍ଟକୁ ଚାଲାଣ କରା  ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ  ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.