ଭୁବନେଶ୍ବର,୦୩/୦୯: ଜବରଦଖଲକାରୀଙ୍କ କବଜାରେ ରାଜଧାନୀ ଜମି। ଶହ ଶହ ଏକର ଜମିକୁ କବଜା କରିଛନ୍ତି ଜବରଦଖଲକାରୀ।ରାଜଧାନୀରେ ୩୦ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି ବୋଲି ବିଧାନସଭାରେ ଲିଖିତ ଭାବେ ଉତ୍ତର ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ।
ବିଧାନସଭାରେ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ ,ଜବରଦଖଲ ହୋଇଥିବା ଜମି ମଧ୍ୟରୁ ସର୍ବାଧିକ ସାମପୁର ମଉଜାର ୨୭ ଏକର ଜମି ରହିଛି। ଯେଉଁଥିପାଇଁ ୧୬ ଗୋଟି ଜବର ଦଖଲ ମାମଲା ରୁଜ୍ଜୁ ହୋଇଥିବା ବେଳେ ତାହା ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି । ସେହିପରି ଗାଡ଼କଣରେ ଦୁଇ ଏକର ଜମି ଜବରଦଖଲକାରୀଙ୍କ କବଜାରେ ଥିବା ବେଳେ ଚନ୍ଦ୍ରଶେଖରପୁରରେ ଦେଢ଼ ଏକର ଜମି ଜବରଦଖଲ କାରୀଙ୍କ କବଜାରେ ରହିଛି ।