ମର୍ଶାଘାଇ,୩୦/୦୯: ଶନିବାର ରାତିରେ ବଡ଼ ଧରଣର ଡକାୟତି । ଘରେ ପଶି ଭୁଜାଲି ଦେଖାଇ ପିନ୍ଧିଥିବା ସମସ୍ତ ସୁନା ଗହଣା ସହିତ ଲକ୍ଷଧିକ ଟଙ୍କା ଲୁଟିନେଲେ ଦୁବୃତ୍ତ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ନାରାୟଣୀପୁର ଗ୍ରାମର ବଂଶୀଧର ରାଉତରାୟଙ୍କ ଘରୁ ଏହି ଲୁଟ୍ ହୋଇଛି ।
ସୂଚନା ମୁତାବକ, ବଂଶୀଧର ରାଉତରାୟ ଶନିବାର ରାତିରେ ତାଙ୍କ ଘରେ ଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଜୋର ଜବରଦସ୍ତ ତାଙ୍କ ଘରେ ପଶିଥିଲେ । ତାଙ୍କ ଘରେ ପଶି ଭୁଜାଲି ଦେଖାଇ ହତ୍ୟା ଧମକ ଦେଇ ପିନ୍ଧିଥିବା ସମସ୍ତ ସୁନା ଗହଣା ଲୁଟି ନେଇଥିଲେ । କେବଳ ସେତିକି ନୁହେଁ, ଘରେ ଥିବା ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପରେ ଏନେଇ ତାଙ୍କ ପରିବାର ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରାଇଥିଲେ । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।