ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ଯାଯାବର ୨.୦, ଗୋଟିଏ ରାତିର କାହାଣୀକୁ ନେଇ ନିର୍ମାଣ ହୋଇଛି ସିନେମା

ଭୁବନେଶ୍ବର, ୨୨/୩ : ଆଓ ନେକ୍ସ୍ଟ  ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ ପ୍ରଯୋଜିତ ଓ ଜାଗ୍ରନ ଚଳଚ୍ଚିତ୍ର ମହୋତ୍ସବ ପ୍ରଦର୍ଶିତ ଯାଯାବର ୨.୦ ସାରା ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ଏହି ଅବସରରେ ଭୁବନେଶ୍ୱରସ୍ଥିତ ସ୍ଵାତି ସିନେପ୍ଲେକ୍ସରେ ପ୍ରିମିଅର ଶୋ' ହୋଇଛି l ଏହି ଶୋ' କୁ ବିଭିନ୍ନ ବର୍ଗର ଦର୍ଶକ ଦେଖିବାକୁ ଆସିଥିଲେ l ଅଧିକ ସଂଖ୍ୟାରେ ଅନେକ ଗୁଡିଏ ଥିଏଟର ଗ୍ରୁପର କଳାକାର, ଲେଖକ ଓ ନିର୍ଦ୍ଦେଶକ ଆସିଥିଲେ l 

ଗୋଟିଏ ରାତିର କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି l ତେବେ କାହାଣୀ ଏପରି; ଦୁଇ ଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଭେଟ ହୁଅନ୍ତି ଏବଂ ସେମାନଙ୍କର ଅପରାଧିକ ଅତୀତ ବିଷୟରେ ଦୁଇ ଜଣ ଦୁଇ ଜଣଙ୍କୁ କୁହନ୍ତି l ସେମାନଙ୍କ ମଧ୍ୟରୁ ଜଣେ ଅପରାଧ ଦୁନିଆରେ ହଜି ଯାଏ ହେଲେ ଅନ୍ୟ ଜଣକ ଏଥିରୁ ମୁକ୍ତି ଖୋଜେ l ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ପାର୍ଟ ଟାଇମ କଣ୍ଟ୍ରାକ୍ଟ କିଲର ଜଗତର ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଏକ ଅଭୂତ ସଂଯୋଗ ଅଛି, ବିଶେଷ ଭାବରେ ଶ୍ରୀରାମ ପଣ୍ଡା, ଓଡିଶାର ଜଣେ ଲୋକପ୍ରିୟ ଅଭିନେତା ଯିଏକି ପରେ ସନ୍ୟାସୀ ଜୀବନ ଗ୍ରହଣ କରିଥିଲେ l ଜଗତ, ସତ୍ୟବ୍ରତ ପାଇଁ ଗାଡି ଚଳାନ୍ତି l ନିଜର ଅତ୍ୟଧିକ ଦୋଷ ଅନୁଭବ କରି, ଜଗତକୁ ନିଜର ଜୀବନଭର ସଞ୍ଚୟ ଦେଇ ତାକୁ ନିଜର ଜୀବନ ହରାଇବାକୁ ସତ୍ୟବ୍ରତ କୁହନ୍ତି, ଯେତେବେଳେ ଜଗତ ପାର୍ଟ ଟାଇମ ବେଶ୍ୟା, ବାର ନୃତ୍ୟଶିଳ୍ପୀ ଓ ଗାୟିକା ମାନିନୀଙ୍କୁ ଭେଟିଲା ପରେ ସବୁକିଛି ବଦଳିଯାଏ l ତେବେ ଆଗକୁ କଣ ହେବ? ଏମିତି ଏକ ରହସ୍ୟରେ ଭରପୁର କାହାଣୀ ହେଉଛି ଯାଯାବର ୨.୦ l

କୌଶିକ ଦାସ ଏବଂ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ଯାଯାବର ୨.୦ ର ବିଭିନ୍ନ ଭୂମିକାରେ ଅଛନ୍ତି ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଞ୍ଜନ, ସୋନାଲି ଶର୍ମିଷ୍ଠା, ବି. ଏମ ବୈଶାଳୀ, ଚୌଧୁରୀ ବିକାଶ ଦାସ, ଶ୍ଵେତା ଆଚାର୍ଯ୍ୟ, ମାନସ ରଞ୍ଜନ ମୁଦୁଲି l ଅଭିଷେକ ଦାସଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ପ୍ରତିଭାଶାଳୀ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ l ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ, ଦେବେଶ ରଞ୍ଜନ, ପ୍ରସନ୍ନଜିତ ମହାପାତ୍ର, ସିମ୍ରନଙ୍କ ସମେତ ଯାଯାବର ୨.୦ ର ସମସ୍ତ ମେମ୍ବର ଏହି ପ୍ରିମିଅର ଶୋରେ ଉପସ୍ଥିତ ଥିଲେ l

ତେବେ ପ୍ରେକ୍ଷାଳୟରେ ଫିଲ୍ମ ଦେଖି ନିଶ୍ଚିତ ଭାବେ ଶ୍ରୀରାମ ପଣ୍ଡାଙ୍କୁ ଦର୍ଶକମାନେ ପକାଇବେ ବୋଲି ପ୍ରଯୋଜକ ପ୍ରକାଶ କରିଥିଲେ l ଯାଯାବର ୨.୦ ଆଜିକାଲି ସମୟ ପାଇଁ ଏକ ବହୁତ ଉଚ୍ଚ କୋଟିର ଚିନ୍ତାଧାରାର ସିନେମା ବୋଲି ପ୍ରଚାର ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.