ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଏଥର ବିଧାନସଭା ନିର୍ବାଚନ ଲଢିବେନି ବିଜେପି ନେତ୍ରୀ ଯଶୋଧରା ରାଜେ ସିନ୍ଧିଆ, ସୂଚନା ଦେଲେ ମଧ୍ୟପ୍ରଦେଶ ବିଜେପି ରାଜ୍ୟ ସଭାପତି …

ନୂଆଦିଲ୍ଲୀ: ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଲଢିବେନି ବିଜେପି ନେତ୍ରୀ ଯଶୋଧରା ରାଜେ ସିନ୍ଧିଆ । ମଧ୍ୟପ୍ରଦେଶ ବିଜେପି ରାଜ୍ୟ ସଭାପତି ବି.ଡି ଶର୍ମା ଏହାକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଯଶୋଧରା ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏପର୍ଯ୍ୟନ୍ତ ଦୁଇଟି ତାଲିକାରେ ୭୯ ଜଣ ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ଯଶୋଧରାଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇ ନାହିଁ । ଚର୍ଚ୍ଚା ହେଉଛି ଯେ ଦଳ ତାଙ୍କ ପୁତୁରା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ତାଙ୍କ ସ୍ଥାନରେ ମୈଦାନକୁ ଓହ୍ଲାଇପାରେ, ଯଦିଓ ଏହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

 ୧୯୯୮ ମସିହାରୁ ମଧ୍ୟପ୍ରଦେଶର ଶିବପୁରୀ ଆସନରୁ ଯଶୋଧରା ରାଜେ ସିନ୍ଧିଆ ଜିତି ଆସୁଛନ୍ତି । ସେ ଦୁଇଥର ଗ୍ୱାଲିଅରରୁ ସାଂସଦ ହୋଇଛନ୍ତି । ବର୍ତ୍ତମାନ ସେ ମଧ୍ୟପ୍ରଦେଶ ସରକାରରେ କ୍ରୀଡା, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତି ମନ୍ତ୍ରୀ ଅଛନ୍ତି । ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବା ସୂଚନା ମିଳିବା ପରେ ତାଙ୍କ ସମର୍ଥକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୂଚନାନୁସାରେ, ଯଶୋଧରା ରାଜେ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ଏ ସମ୍ପର୍କରେ କଥା ନିଷ୍ପତ୍ତି ନେଇଛନ୍ତି । 

 ସୂଚନାଥାଉକି, ଯେ ନିକଟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୩୯ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ ପାଇଛି । ପ୍ରାର୍ଥୀମାନଙ୍କର ଦ୍ୱିତୀୟ ତାଲିକାରେ ଦଳ ବିଧାନସଭା ନିର୍ବାଚନରେ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦଙ୍କୁ ସ୍ଥାନ ଦେଇଛି । 

 


Copyright © 2022 - Summa Real Media Private Limited. All Rights Reserved.