ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ବିଧାନସଭା ନିର୍ବାଚନ ଜିତିବା ପରେ ଇସ୍ତଫା ଦେଇଥିବା ଏମପି ଭେଟିଲେ ପିଏମଙ୍କୁ, ସିଏମ୍ ଚେହେରାକୁ ନେଇ ବିଜେପିର ମାନସ ମନ୍ଥନ

Published By : Prameya | December 6, 2023 8:13 PM

ନୂଆଦିଲ୍ଲୀ,୬/୧୨ : ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ଏକ ବୈଠକ ହେଉଛି । ଏହି ବୈଠକରେ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ସବୁ ୧୨ସାଂସଦ ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ବି ଏହି ବୈଠକରେ ଉପସ୍ଥିତ ଅଛନ୍ତି । ସମ୍ଭାବନା ଅଛି କି ଏହି ବୈଠକରେ ୩ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ବି ଚର୍ଚ୍ଚା ହୋଇପାରେ । ପ୍ରକାଶ ଯେ, ଏହା ଲଗାତାର ଭା‌ବେ ଦ୍ବିତୀୟ ବୈଠକ ଅଟେ । ମଙ୍ଗଳବାର ବି ପିଏମ ଆବାସରେ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ଏକ ବୈଠକ ହୋଇଥିଲା ଯାହା ୪ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । 

ପ୍ରକାଶ ଯେ, ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ରାଜସ୍ଥାନ ଏବଂ ଛତିଶଗଡ଼କୁ କଂଗ୍ରେସଠାରୁ ଛଡ଼େଇ ନେଇଛି ଏବଂ ସରକାର ବିରୋଧୀ ଲହର ପରେ ବି ମଧ୍ୟପ୍ରଦେଶରେ ନିଜ ସରକାରକୁ ଫେରାଇ ଆଣିବାରେ ସଫଳ ହୋଇଛି ବିଜେପି । ଯେଉଁ ୩ରାଜ୍ୟରେ ବିଜେପିକୁ ବିଜୟ ମିଳିଛି ସେଥିରେ ବିଜେପି ତରଫରୁ ସିଏମ୍ ପଦର ଆଶାୟୀଙ୍କ ନାଁ ଘୋଷଣା କରାଯାଇନଥିଲା । ଏ‌ବେ ବିଧାନସଭା ନିର୍ବାଚନରେ ବିଜୟ ସହ ନେତୃତ୍ବକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି । ୩ରାଜ୍ୟରେ କେତେକେଙ୍କ ନାଁ ଉପରେ ଚର୍ଚ୍ଚା ଜାରି ରହିଛି । ରାଜ୍ୟର କଦ୍ଦାବର ନେତା ରାଜସ୍ଥାନରେ ବସୁନ୍ଧରା ରାଜେ, ଛତିଶଗଡ଼ରେ ରମନ ସିଂହ ଏବଂ ମଧ୍ୟ ପ୍ରଦେଶରେ ୪ଥରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଦୌଡ଼ରେ ରହିଥିବାବେଳେ ଏହାର ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ବ ଉପରେ ଛାଡ଼ି ଦିଆଯାଇଛି । 

ବିଜେପି ବିଧାନସଭା ନିର୍ବାଚନରେ କେତେ‌କ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସାଂସଦଙ୍କୁ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇଥିଲା । ପାର୍ଟି ୨୧ସାଂସଦଙ୍କୁ ଟିକେଟ ଦେଇଥିଲା ।  ଏଥିରୁ ୧୨ଜଣ ନିର୍ବାଚନ ଜିତି ଯାଇଛନ୍ତି, ଯାହାକି ୯ସାଂସଦଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ନିର୍ବାଚନ ସମୟରେ ଏହି କଥାକୁ ନେଇ ବି ଆଲୋଚନା ଚାଲିଥିଲା କି କ’ଣ ଏହି ସାଂସଦମାନଙ୍କ ମଧ୍ୟରୁ କେହି ବିଜେପିର ସିଏମ୍ ଫେଶ୍ ହୋଇପାରନ୍ତି । 

ବିଜେପି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ୭-୭, ଛତିଶଗଡ଼ରେ ୪ ଏବଂ ତେଲେଙ୍ଗାନାରେ ୩ସାଂସଦଙ୍କୁ ବିଧାନସଭା ନିର୍ବାଚନ ଲଢାଇଥିଲା । ମଧ୍ୟପ୍ରଦେଶରେ କେନ୍ଦ୍ରୀୟ କୃଷୀ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, କେନ୍ଦ୍ରୀୟ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଏବଂ ଫଗ୍ଗନ ସିଂହ କୁଲସ୍ତେ, ସାଂସଦ ରାକେଶ ସିଂହ, ଗଣେଶ ସିଂହ, ରୀତି ପାଠକ ଏବଂ ରାଓ ଉଦୟ ପ୍ରତାପ ସିଂହଙ୍କୁ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇଥିଲା । ସେମାନଙ୍କ ମଧ୍ୟରୁ ତୋମର, ପଟେଲ, ରାକେଶ ସିଂହ, ରୀତି ପାଠକ ଏବ ରାଓ ଉଦୟ ପ୍ରତାପ ସିଂହ ନିର୍ବାଚନ ଜିତି ଯାଇଥିଲେ । କୁଲସ୍ତେ ଏବଂ ଗଣେଶ ସିଂହ ନିର୍ବାଚନରେ ପରାଜୟ ହୋଇଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.