ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

CSK vs MI ମ୍ୟାଚ୍ ପୂର୍ବରୁ ଧୋନି, ରୋହିତ ଓ ସଚିନଙ୍କୁ ଏକାଠି ଦେଖି ପ୍ରଶଂସକ ଖୁବ୍ ଖୁସି , ସୋସିଆଲ ମିଡ଼ିଆରେ ଭାଇରାଲ ଫଟୋ

ନୂଆଦିଲ୍ଲୀ – ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ ମ୍ୟାଚ୍‌ ରବିବାର ଖେଳାଯିବ। କିନ୍ତୁ ଏହା ପୂର୍ବରୁ ଏମଏସ ଧୋନି ଓ ରୋହିତ ଶର୍ମାଙ୍କର ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ନଜର ଆସିଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଫଟୋକୁ ନେଇ ଦାବି କରାଯାଉଛି କି, ଏହା କୌଣସି ବିଜ୍ଞାପନ ସୁଟ୍‌ର ଫଟୋ।

ସେପଟେ ପ୍ରଶଂସକମାନେ ଗୋଟିଏ ଫ୍ରେମ୍‌ରେ ୩ଜଣ ମହାନ ଭାରତୀୟ କ୍ରିକେଟରଙ୍କୁ ଦେଖି ଖୁବ୍‌ ଖୁସି। ଏହି ଫଟୋ କାଲି ଠାରୁ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଏହା ବ୍ୟତୀତ ଅଲଗା ଫ୍ରେମ୍‌କୁ ଦେଖିବାକୁ ମିଳୁଛି। ଗୋଟିଏ ଫ୍ରେମ୍‌ରେ ୩ଜଣ ପ୍ରସିଦ୍ଧ କ୍ରିକେଟର ଏକା ସାଥିରେ ବସିଛନ୍ତି। ସେପଟେ ଅନ୍ୟ ଏକ ଫ୍ରେମ୍‌ରେ ଧୋନି ଓ ରୋହିତ କିଛି ଆଲୋଚନା କରୁଛନ୍ତି। ସଚିନ ତେନ୍ଦୁଲକର ସାମନାରେ ତାଙ୍କୁ ଦେଖୁଛନ୍ତି।

ଉକ୍ତ ଫଟୋକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ରହିଛି। ଲୋକେ ବିଭିନ୍ନ ପ୍ରକାରର କମେଣ୍ଟସ୍‌ କରୁଛନ୍ତି। କହି ରଖୁଛୁ କି, ଧୋନି ଏହି ଆଇପିଏଲ୍‌ର ଠିକ୍‌ ପୂର୍ବରୁ ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ସେପଟେ ମୁମ୍ୱାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ଦେଇଛି। ଏସବୁ ଠାରୁ ଅଲଗା ସଚିନ ତେନ୍ଦୁଲକର ବର୍ତ୍ତମାନ ମୁମ୍ୱାଇ ଇଣ୍ଡିଆନ୍ସର ମେଣ୍ଟରର ଭୂମିକା ତୁଲାଉଛନ୍ତି। ଏହି ଆଇପିଏଲରେ ଧୋନି ଯଦିଓ ଅଧିନାୟକ ନାହାନ୍ତି , କିନ୍ତୁ ନିଜର ଲମ୍ୱା କେଶ ଓ ଶେଷ କିଛି ଓଭରରେ ମୈଦାନକୁ ଓହ୍ଲାଇ ଲମ୍ୱା ଲମ୍ୱା ହିଟ୍ସ ଲଗାଇ ସେ ଲଗାତାର ଚର୍ଚ୍ଚାରେ ରହିଛନ୍ତି।  

ଯଦି ଚଳିତ ଆଇପିଏଲରେ ମୁମ୍ୱାଇ ଓ ଚେନ୍ନାଇର ପ୍ରଦର୍ଶନ କଥା କହିବା ତ ପୁଣିଥରେ ମୁମ୍ୱାଇର ପ୍ରାରମ୍ଭ ଧିମା କରିଛି। ପ୍ରଥମ ୩ଟି ମ୍ୟାଚ୍‌ ହାରିବା ପରେ ମୁମ୍ୱାଇ ନିଜର ହୋମ୍‌ ଗ୍ରାଉଣ୍ଡରେ ନିଜର ଦୁଇ ମ୍ୟାଚ୍‌ ଲଗାତାର ଜିତିଛି। ଗତ ମ୍ୟାଚ୍‌ରେ ତ ଏହା ଆରସିବିକୁ ଖୁବ୍‌ ଆକ୍ରମଣାତ୍ମକ ଅନ୍ଦାଜରେ ମାତ୍‌ ଦେଇଥିଲା। ସେପଟେ, ଚେନ୍ନାଇ ନିଜର ୫ଟି ମ୍ୟାଚ୍‌ରୁ ୩ଟି ମ୍ୟାଚ୍‌ ଜିତିଛି ଓ ଦୁଇଟି ମ୍ୟାଚ୍‌ ହାରିଛି। ଏବେ ଦୁଇ ଟିମ୍‌ର ନଜର ଏହି ମ୍ୟାଚ୍‌କୁ ଜିତିବା ଉପରେ ରହିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.