ପ୍ରମୂଖ ଖବର

‘ତାଙ୍କ ପାଖରେ ସେମିତି ଚେହେରା ନାହିଁ ...’ , ରଣବୀରଙ୍କ ପରେ ଅକ୍ଷୟ-ଶାହରୁଖଙ୍କୁ ରିଜେକ୍ଟ କଲେ ମୁକେଶ ଖାନ୍ନା

ମୁମ୍ୱାଇ : ସୁପର ହିରୋ 'ଶକ୍ତିମାନ' ଭୂମିକାରେ ନଜର ଆସିଥିବା ଅଭିନେତା ମୁକେଶ ଖାନ୍ନା ଏହି ସମୟରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଆଉ ସେହି ଚର୍ଚ୍ଚାର କାରଣ ହେଉଛି ଶକ୍ତିମାନକୁ ବଡ଼ ପରଦାକୁ ଆଣିବା। କହି ରଖୁଛୁ କି, ମୁକେଶ ଖାନ୍ନା ଶକ୍ତିମାନ ଚରିତ୍ରରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଯେବେ ଏହି ଚରିତ୍ରକୁ ବଡ଼ ପରଦାକୁ ଆଣିବାର କଥା ହୋଇଛି ତ ଅଭିନେତା ଏହି ରୋଲ୍‌ ପାଇଁ ରଣବୀର ସିଂଙ୍କ ନାଁ ଶୁଣି ଫିଡ଼ିକି ଯାଇଛନ୍ତି ଏବଂ ତାଙ୍କୁ ଖୁବ୍‌ ଶୁଣାଇଛନ୍ତି। ଶକ୍ତିମାନ ପାଇଁ ମୁକେଶ ଖାନ୍ନା ବଲିଉଡ୍‌ର ଅନେକ ବଡ଼ ଚେହେରାକୁ ରିଜେକ୍ଟ କରି ଦେଇଛନ୍ତି। ସେ ଏକତା କପୁର ଓ କମେଡିଆନ କପିଲ ଶର୍ମାଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। କଣ କହିଛନ୍ତି ମୁକେଶ ଖାନ୍ନା ଆସନ୍ତୁ ଜାଣିବା –

‘ଶକ୍ତିମାନ’ ଫିଲ୍ମକୁ ନେଇ ଝଡ, ରଣବୀର ସିଂହଙ୍କ ଭୂମିକା ନିର୍ବାହକୁ ନେଇ ଏମିତି କିଛି କହିଲେ ମୁକେଶ ଖନ୍ନା

ରଣବୀର ସିଂଙ୍କ ଉପରେ ବର୍ଷିବା ପରେ ମୁକେଶ ଖାନ୍ନା ବଲିଉଡ୍‌ର ଅନ୍ୟ ଷ୍ଟାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ବଲିଉଡ୍‌ର ଏହି ଷ୍ଟାରଙ୍କ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି , ନା ଶାହରୁଖ ଖାନ , ନା ଅଜୟ ଦେବଗନ, ନା ଅକ୍ଷୟ କୁମାର ଓ ନା କି ଟାଇଗର ଶ୍ରଫ୍‌..ଶକ୍ତିମାନ ପାଇଁ ଯେଉଁ ଚେହେରା ଦରକାର ତାହା ଏମାନଙ୍କ ମଧ୍ୟରେ କାହା ପାଖରେ ନାହିଁ। ଏହି ବ୍ୟକ୍ତିଙ୍କର ଏକ ନିର୍ଦ୍ଦିଷ୍ଟ ଛବି ରହିଛି। ଆମକୁ ଏକ ଏମିତି ଶକ୍ତିମାନ ଦରକାର, ଯିଏ ପିଲାଙ୍କୁ କିଛି ଶିଖାଇ ପାରିବେ। ଯଦି ଆପଣ ମୋତେ ପଚାରିବେ ତ ମୁଁ ଏହା କହିବି କି ନୂଆ ଚେହେରା ହେବା ଉଚିତ୍‌।

ଡିଜିଟାଲ କମେଣ୍ଟ୍ରି ସହ କଥାବାର୍ତ୍ତାରେ ମୁକେଶ ଖାନ୍ନା ଏକତା କପୁରଙ୍କ ପାଇଁ କହିଛନ୍ତି, ମୁଁ ଏକତା କପୁରଙ୍କ ବିରୋଧରେ କହିବି ତ କାଲି ଯଦି ଏକତା ଫିଲ୍ମ ନିର୍ମାଣ କରିବେ ତ ମୋତେ ନେବେ ନାହିଁ। ମୁଁ ତାଙ୍କ ଠାରୁ ବାହାରେ । ମୋତେ କାହା ପାଖରେ ହାତ ପତାଇବା ଆସେ ନାହିଁ । ତୁ କଣ କାମ ଦେବୁ କାମ ଚୋର। ତୁ ତ ମହାଭାରତର ସର୍ବନାଶ କରି ଦେଇଛୁ। ଏହି କଥାକୁ କହିବାର ଦମ୍‌ ଆଉ କାହା ପାଖରେ ନାହିଁ

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.