ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଋଷର ପରମାଣୁଗାରରେ ନୂଆ ଗତିବିଧିକୁ ନେଇ ଚର୍ଚ୍ଚା; ବ୍ୟୁରଓ୍ବେଷ୍ଟନିକ ନ୍ୟୂକ୍ଳିୟର ପ୍ରସ୍ତୁତ କରୁଛନ୍ତି କି ପୁଟିନ୍‌?

ନୂଆଦିଲ୍ଲୀ,୨୧/୦୯: ଋଷର ଉତ୍ତର ନ୍ୟୁକ୍ଳିୟର ଟେଷ୍ଟ ସାଇଟରେ ସୁଡ଼ଙ୍ଗ ତିଆରି କରାଯାଉଛି। ଏକ ଜାପାନୀ ଥିଙ୍କ୍‌ ଟ୍ୟାଙ୍କ ନିକଟରେ ସାଟେଲାଇଟରୁ ନେଇଥିବା ଫଟୋକୁ ଆଧାର କରି ଏହି ଦାବି କରିଛି। ସାଟେଲାଇଟ ଫଟୋକୁ ଆଧାର କରି ୧୮ ସେପ୍ଟେମ୍ବର ୨୦୨୪ରେ ଟୋକିଓ ବିଶ୍ବବିଦ୍ୟାଳୟର ଆଡ୍‌ଭାନ୍ସ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜୀର ଓପନ୍‌ ଲାବୋରେଟୋରୀ ଇମେଜେସ୍‌ ଷ୍ଟ୍ରାଟେଜିସ୍‌ ଏହାର ରିପୋର୍ଟରେ ଋଷର ଉତ୍ତର ନୋବାୟା ଜେମଲ୍ୟା ପରମାଣୁ ପରୀକ୍ଷଣ ସ୍ଥଳର ଗୁରୁତ୍ବପୂର୍ଣ୍ଣ ଗତିବିଧି ବିଷୟରେ ଉଲ୍ଲେଖ କରିଥିଲେ। ଏହି ଚିତ୍ରଗୁଡ଼ିକରୁ ସମ୍ଭାବ୍ୟ ଆଣବିକ ପରୀକ୍ଷଣ ଏବଂ ଉନ୍ନତ ଅସ୍ତ୍ର ପ୍ରଣାଳୀର ବିକାଶ, ବିଶେଷକରି ବ୍ୟୁରଓ୍ବେଷ୍ଟନିକ ନ୍ୟୁକ୍ଳିୟର ପାଓ୍ବାର କ୍ରୁଜ୍ କ୍ଷେପଣାସ୍ତ୍ର ତିଆରି କରାଯିବା ବିଷୟରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। 

ୟୁରାସିଆନ୍ ଟାଇମ୍ସର ରିପୋର୍ଟ ଅନୁସାରେ, ରୋଲ୍ସ ପ୍ରଥମେ ପାଇ‌ଥିଲେ ଯେ, ଅଧିକ ତାପମାତ୍ରାରେ ପରମାଣୁ ପରୀକ୍ଷଣ ସୁଡ଼ଙ୍ଗରୁ ମାଟି କଢ଼ାଯାଉଥିଲା। ଗ୍ରୀଷ୍ମ ଋତୁ ପରେ ଏଠାରେ ଅନେକ ପ୍ରକାର ଅତିରିକ୍ତ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକଳାପ ହେତୁ ପରମାଣୁ ପରୀକ୍ଷଣ ଏବଂ ଅସ୍ତ୍ରଶସ୍ତ୍ର ବିକାଶ ସମ୍ବନ୍ଧରେ ଋଷର ଉଦ୍ଦେଶ୍ୟ ବିଷୟରେ କଳ୍ପନା ଜଳ୍ପନା ବଢ଼ିବାରେ ଲାଗିଛି। ଏହି କଳ୍ପନାଜଳ୍ପନା ବୃଦ୍ଧି ପାଇଛି କାରଣ ଋଷର ବିଶିଷ୍ଟ ବୈଜ୍ଞାନିକ ମିଖାଇଲ୍ କୋଭାଲଚୁକ୍ କିଛି ସମୟ ପୂର୍ବରୁ ନୋଭାୟା ଜେମଲିଆରେ ପରମାଣୁ ପରୀକ୍ଷଣର ପୁନଃ ଆରମ୍ଭ କରିବାକୁ ସମର୍ଥନ କରିଥିଲେ।

ସେପ୍ଟେମ୍ବରରୁ ସାଟେଲାଇଟ୍ ଚିତ୍ରଗୁଡ଼ିକରୁ ସାଇଟର କେତେକ ସ୍ଥାନରୁ ମାଟି ଖୋଳାଯାଉଥିବାର ଦେଖାଇଛି, ଏହାର ଅର୍ଥ ହେଉଛି ସୁଡ଼ଙ୍ଗଗୁଡିକର କାମ ଚାଲିଛି। କେବଳ ଏତିକି ନୁହେଁ, ସାଟେଲାଇଟ ଫଟୋରେ କିଛି ବଡ଼ ଆକାରର ପରିବହନ ଜାହାଜ ଏବଂ ରୋଜାଟମ୍ ବିମାନର ଆଗମନ, ଏବଂ ନୋଭାୟା ଜେମଲିଆରେ ବୃହତ ଆକାରର ନିର୍ମାଣ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକଳାପ ଋଷର ଚାଲିଥିବା ଆଣବିକ ପରୀକ୍ଷଣ ସହିତ ଜଡିତ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ବୋଲି ରୋଲ୍ସ ଥିଙ୍କ ଟ୍ୟାଙ୍କ କହିଛି, କିନ୍ତୁ ଏହା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତିକୁ ସୂଚିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.