ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମୋଦି ୩.୦ ସରକାର : ଆସିଲା ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ତାଲିକା, ଦେଖନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ,୯।୬: ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ସନ୍ଧ୍ୟାରେ ଶପଥ ନେବେ ନରେନ୍ଦ୍ର  ମୋଦି। ଏହା ପୂର୍ବରୁ ସେ ନିଜ ବାସଭବନରେ ନିଜ କ୍ୟାବିନେଟ୍‌ରେ ସାମିଲ ହୋଇଥିବା ସବୁ ସମ୍ଭାବିତ ମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିଛନ୍ତି। ମୋଦି ଏପର୍ଯ୍ୟନ୍ତ ସବୁ ଶପଥ ଗ୍ରହଣ ଉତ୍ସବରେ ଏହି ବୈଠକ କରିଥାନ୍ତି। ଏପର୍ଯ୍ୟନ୍ତ ଯେଉଁ ସୂଚନା ମିଳିଛି ତା ଅନୁସାରେ, ୫୨ ନେତାଙ୍କୁ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବରେ ଶପଥ ଗ୍ରହଣ କରିବା ପାଇଁ ଫୋନ୍ ଆସିସାରିଛି। ଏହି ନେତାଙ୍କ ଭିତରେ ମୋଦି ସରକାର ୨.୦ରେ ସାମିଲ ଅଧିକାଂଶ ମନ୍ତ୍ରୀଙ୍କ ନାଁ ରହିଛି।

ମୋଦି ୩.୦ ସରକାରରେ କେଉଁମାନେ ସବୁ ମନ୍ତ୍ରୀ ହେବେ, ତା’ର ଏକ ସମ୍ଭାବ୍ୟ ତାଲିକା ସାମ୍ନାକୁ ଆସିଛି। ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହ ମଧ୍ୟ ମୋଦି ଆଜି ଚା’ ପେ ଚର୍ଚ୍ଚା କରିଛନ୍ତି। ଏଥିରେ ୫୨ ଜଣ ସାଂସଦ ରହିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମୋଦି ୩.୦ରେ ମନ୍ତ୍ରୀ ହେବେ। ମୋଦ ୨.୦ରେ ମନ୍ତ୍ରୀ ଥିବା ଏକାଧିକ ଲୋକସଭା ଓ ରାଜ୍ୟସଭା ସାଂସଦ ଏଥର ପୁଣି ମନ୍ତ୍ରୀ ହେବେ। ସେହିପରି କିଛି ଯୁବ ଓ ନୂଆ ମୁହଁଙ୍କୁ ମଧ୍ୟ ୩.୦ ସରକାରରେ ଦେଖିବାକୁ ମିଳିପାରେ।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି। ବିହାର କଥା ଯଦି ହେବା ତେବେ ସେଠାରୁ ଜେଡିୟୁ ଖାତାକୁ ଲଲନ ସିଂହ ଓ ରାମନାଥ ଠାକୁରଙ୍କୁ ମନ୍ତ୍ରୀ କରାଯିବ। ଏହାଛଡା ବିଜେପିରୁ ଗିରିରାଜ ସିଂହ ଓ ନିତ୍ୟାନନ୍ଦ ରାୟ ଭଳି ନାଁ ରହିଛି। ଦୁହେଁ ହିଁ ପୂର୍ବରୁ ମନ୍ତ୍ରୀ ରହିସାରିଛନ୍ତି। ଏଲଜେପିରୁ ଚିରାଗ ପାସଓ୍ବାନ ଓ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚାରୁ ଜୀତନ ରାମ ମାନଝିଙ୍କ ନାଁ ମଧ୍ୟ ରହିଛି। ତେବେ ଆସନ୍ତୁ ଆଜି ଶପଥ ନେବାକୁ ଥିବା ମନ୍ତ୍ରୀଙ୍କ ପୁରା ଲିଷ୍ଟ ଦେଖିବା।

୧- ଅମିତ ଶାହ

୨- ଏସ ଜୟଶଙ୍କର

୩- ମନସୁଖ ମାଣ୍ଡଭିୟ

୪-ଅଶ୍ବିନୀ ବୈଷ୍ଣଭ

୫- ନିର୍ମଳା ସୀତାରମଣ

୬-ପୀୟୁଷ ଗୋୟଲ

୭-ଜିତେନ୍ଦ୍ର ସିଂହ

୮- ଜେପି ନଡ୍ଡା

୯-ଶିବରାଜ ଚୌହାନ

୧୦-ହରଦୀପ ସିଂହ ପୁରୀ

୧୧-ଏଚଡି କୁମାରସ୍ବାମୀ

୧୨-ଚିରାଗ ପାସଓ୍ବାନ

୧୩-ନୀତୀନ ଗଡକରୀ

୧୪-ରାଜନାଥ ସିଂହ

୧୫-ଜ୍ୟୋତିରାଦିତ୍ୟ ସିନ୍ଧିଆ

୧୬-କିରଣ ରିଜିଜୁ

୧୭-ଗିରିରାଜ ସିଂହ

୧୮- ଗଜେନ୍ଦ୍ର ସିଂହ ଶେଖାଓ୍ବତ

୧୯-ଜୟନ୍ତ ଚୌଧୁରୀ

୨୦-ଏମ.ଏଲ ଖଟ୍ଟର

୨୧-ସୁରେଶ ଗୋପି

୨୨- -ଧର୍ମେନ୍ଦ୍ର ପ୍ରଧାନ

୨୩- ଜିତନ ରାମ ମାନଝି

୨୪-ରାମନାଥ ଠାକୁର

୨୫-ଜି କିଶନ ରେଡ୍ଡୀ

୨୬-ବନ୍ଦୀ ସଞ୍ଜୟ

୨୭- ଅର୍ଜୁନ ରାମ ମେଘାଓ୍ବଲ

୨୮- ପ୍ରହଲାଦ ଯୋଶୀ

୨୯-ଶ୍ରୀପଦ ନାଏକ

୩୦- ଏଜେଏସ୍‌ୟୁ ଏମ୍‌ପି ଚନ୍ଦ୍ରଶେଖର ଚୌଧୁରୀ

୩୧-ଡକ୍ଟର ଚନ୍ଦ୍ରଶେଖର ପେମ୍ମାସାନି

୩୨- ରାମ ମୋହନ ନାଇଡୁ କିଞ୍ଜାରାପୁ

୩୩- ଶାନ୍ତନୁ ଠାକୁର

୩୪- ରଭନୀତ ସିଂହ ବିଟ୍ଟୁ

୩୫-ଜିତନ ପ୍ରସାଦ

୩୬-ପଙ୍କଜ ଚୌଧୁରୀ

୩୭- ସିଆର ପାଟିଲ

୩୮-ବିଏଲ୍ ବର୍ମା

୩୯- ଲଲନ ସିଂହ

୪୦- ଭାଗିରଥ ଚୌଧୁରୀ

୪୧- ସର୍ବାନନ୍ଦ ସୋନଓ୍ବାଲ

୪୨-ଅନୁପ୍ରିୟା ପଟେଲ

୪୩- ପ୍ରତାପ ରାଓ ଯାଦବ

୪୪- ଅନ୍ନପୂର୍ଣ୍ଣା ଦେବୀ

୪୫- ରକ୍ଷା ଖଡସେ

୪୬-ଅଜୟ ଟାମଟ୍

୪୭- ଶୋଭା କରନ୍ଦଲାଜେ

୪୮- ରାଓ ଇନ୍ଦ୍ରଜିତ ସିଂହ

୪୯- ରାମ ଦାସ ଅଠାଓ୍ବଲେ

୫୦- ହର୍ଷ ମାଲହୋତ୍ରା

୫୧-ସାବିତ୍ରୀ ଠାକୁର

୫୨- ଜୁଏଲ ଓରାମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.