ନୂଆଦିଲ୍ଲୀ : ସୁନୀତା ୱିଲିୟମ୍ସ ଓ ବୁଚ୍ ବିଲମୋରଙ୍କୁ ନେଇ ଯାଇଥିବା ବୋଇଂର ଷ୍ଟାରଲାଇନର ପୃଥିବୀକୁ ଫେରି ଆସିଛି। କିନ୍ତୁ ଏହାର ସୁରକ୍ଷିତ ଲ୍ୟାଣ୍ଡିଂରେ ସନ୍ଦେହ ଥିବା କାରଣରୁ ନାସା ଏଥିରେ ଦୁଇ ମହାକାଶଯାତ୍ରୀଙ୍କୁ ଆସିବାକୁ ଅନୁମତି ଦେଇ ନଥିଲା। ଏହି ଦୁଇ ମହାକାଶଯାତ୍ରୀଙ୍କୁ ଫେରେଇ ଆଣିବା କାମ ନାସା ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସକୁ ଦେଇଛି। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ଉଠିଛି କି, ପୃଥିବୀରେ ମହାକାଶ କ୍ଷେତ୍ରର ବିଗ୍ବସ୍ ସାଜିଥିଲା ନାସା , ମହାକାଶ ଯାତ୍ରୀଙ୍କୁ ଫେରେଇ ଆଣିବା ପାଇଁ ପ୍ରାଇଭେଟ୍ କମ୍ପାନୀ ଉପରେ ଏତେ ନିର୍ଭରଶୀଳ କାହିଁକି ହୋଇ ଯାଇଛି। କାହିଁକି ତା ପାଖରେ ନିଜର ସ୍ପେସ୍ ସଟଲ୍ ନାହିଁ, ଯାହା ସାହାଯ୍ୟରେ ସେ ମହାକାଶ ଯାତ୍ରୀଙ୍କୁ ସ୍ପେସ୍ର ଯାତ୍ରା କରାଇ ପାରିବା ସହ ପୁଣି ଫେରେଇ ଆଣି ପାରିବ।
ହେଲେ ବୋଇଂ ଓ ସ୍ପେସ ଏକ୍ସକୁ ନାସା ହିଁ ଅନୁମତି ଦେଇଥିଲା ଯେ, ସେ ନାସା ପାଇଁ ମହାକାଶ ଯାନ ପ୍ରସ୍ତୁତ କରୁ, ଏହାର ବ୍ୟବହାର କରାଯିବ। ସ୍ପେସ୍ ଏକ୍ସ ତ କିଛି ବର୍ଷରୁ ଏହି ଭରସାରେ ଆଗେଇ ଆସିଛି ଏବଂ ଲଗାତାର ମହାକାଶ ଯାନ ସହ ଯାତ୍ରାକୁ ସଂପୂର୍ଣ୍ଣ କରୁଛି। କିନ୍ତୁ ଏଥର ବୋଇଂର ଏହି ପ୍ରୟାସକୁ ଅସଫଳ ମନେକରାଯାଉଛି। ଯଦିଓ ଷ୍ଟାରଲାଇନର ପୃଥିବୀରେ ସଫଳ ଲ୍ୟାଣ୍ଡିଂ କରି ସାରିଛି, ତଥାପି ଏହାର ଯାଞ୍ଚ ଓ ନାସାର ଅଧିକାରୀଙ୍କ ସହ ବୋଇଂର ଅଧିକାରୀଙ୍କ ଯୁକ୍ତି ଉଭୟଙ୍କ ମଧ୍ୟରେ ଜିନିଷକୁ ଖରାପ କରି ଦେଇଛି।
କହି ରଖୁଛୁ କି , ନିଜର ସ୍ପେସ୍ ଟେକ୍ନୋଲଜିର ଦମ୍ରେ ଚନ୍ଦ୍ରରେ ପହଞ୍ଚିବା ଓ ସଫଳ ଭାବେ ଫେରିଥିବା ନାସା ଏହି ପ୍ରୋଗ୍ରାମ ବେଳେ ଖୁବ୍ ସମସ୍ୟାର ସମ୍ମୁଖୀନ ହୋଇଛି। ନାସାର ସ୍ପେସ୍ ସଟଲ୍ ପ୍ରୋଗ୍ରାମ ୪ ଦଶକ ସମୟରେ ପାଖାପାଖି ୧୩୫ଥର ମହାକାଶର ଯାତ୍ରା କରିଛି, କିନ୍ତୁ ଏହାପରେ ୨୧ ଜୁଲାଇ ୨୦୧୧ରେ ଏହି ସ୍ପେସ୍ ସଟଲ ପ୍ରୋଗ୍ରାମକୁ ଅଫିସିଆଲି ଭାବେ ବନ୍ଦ କରିଦିଆ ଯାଇଥିଲା। ଏହାର ମୁଖ୍ୟ କାରଣ ଏଥିରେ ଅଧିକ ଖର୍ଚ୍ଚ ଓ ସମ୍ମୁଖିନ ହେଇଥିବା ବିପଦ ରହିଥିଲା।
୧୯୮୬ରେ ହୋଇଥିବା ଏକ ଦୁର୍ଘଟଣାରେ ପୂରା ଚାଳକ ଦଳର ମୃତ୍ୟୁ ହୋଇ ଥିଲା, କିନ୍ତୁ ନାସା ନିଜ ଭିତରେ କିଛି ସୁଧାର ଆଣି ଏହି ପ୍ରୋଗ୍ରାମ ଚାଲୁ ରଖିଲା। କିନ୍ତୁ ଅନେକ ସୁଧାର ଓ ପ୍ରୟାସ ପରେ ମଧ୍ୟ ୧୭ ବର୍ଷ ପରେ କଳ୍ପନା ଚାୱଲାଙ୍କୁ ନେଇ ଯାଇଥିବା ସ୍ପେସ ସଟଲ କୋଲମ୍ୱିଆ ଯାନ ଦୁର୍ଘଟଣା ଗ୍ରସ୍ତ ହୋଇ ଯାଇଥିଲା। ଏହାପରେ ଆମେରିକା ସ୍ପେସ ସଟଲ ପ୍ରୋଗ୍ରାମରେ ତାଲା ପକାଇବାର ସୀମା ସ୍ପଷ୍ଟ ହୋଇ ଗଲା। ଉକ୍ତ ଦୁର୍ଘଟଣା ପରେ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ବୁଶ୍ ୨୦୦୪ରେ ଘୋଷଣା କରିଥିଲେ କି , ନାସା ନଜର ସ୍ପେସ୍ ସଟଲ ପ୍ରୋଗ୍ରାମ ବନ୍ଦ କରି ଦେବ। ଏହାପରେ ନାସା ନିଜର ଯାନ ପାଇଁ ରୁଷ୍ ଉପରେ ନିର୍ଭର ହୋଇଗଲା , କାରଣ କେବଳ ରୁଷ୍ ହିଁ ଏମିତି ଥିଲା ଯିଏ ଏଥିରେ ଆମେରିକା ପରେ ଖୁବ୍ ଭଲ ଥିଲା।