ନୂଆଦିଲ୍ଲୀ,୦୯/୦୮: ବ୍ରୋଞ୍ଜ ଜିତିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଭିଡିଓ କଲ୍ କରି ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ । ନବୀନ କହିଥିଲେ, ‘ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ତୁମ ସଫଳତାରେ ସାରା ଦେଶ ଆଜି ଗର୍ବିତ । ତୁମେ ଚମତ୍କାର ପ୍ରଦର୍ଶନ କଲ ।’ ସେପଟେ ଅମିତ ରୋହିଦାସଙ୍କ ସହ ହର୍ମନପ୍ରୀତ ସିଂ, ପିଆର ଶ୍ରୀଜେଶ ପ୍ରମୁଖ ଖେଳାଳି ଭିଡିଓ କଲରେ ରହିଥିଲେ । ଅମିତ କହିଥିଲେ, ‘ ସାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣ ଆମକୁ ଏତେ ଦୂର ପହଞ୍ଚାଇଛନ୍ତି । ଆପଣଙ୍କ ସମୟରେ ଓଡ଼ିଶା ହକି ଇଣ୍ଡିଆର ପ୍ରାୟୋଜକ ହୋଇଥିଲା।
Pleasure speaking to victorious #IndiaHockeyTeam and congratulating the team on etching their name in history with consecutive bronze medals in #Olympics.
— Naveen Patnaik (@Naveen_Odisha) August 8, 2024
Everyone in #Odisha and people across India are proud of this historic feat. #OdishaForHockey#JaiJagannath pic.twitter.com/f4wzGKd0mH