ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିର ସପ୍ତମ ତାଲିକାରେ ନବନୀତ ରାଣାଙ୍କ ନାଁ, ମହାରାଷ୍ଟ୍ର ଏନଡିଏରେ ଅସନ୍ତୋଷ

Image Courtesy: jansatta

ମୁମ୍ବାଇ: ଲୋକସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି (ବିଜେପି) ସପ୍ତମ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ମହାରାଷ୍ଟ୍ରର ଅମରାବତୀ ଆସନରୁ ନବନୀତ ରାଣାଙ୍କୁ ଟିକେଟ୍ ଦେଇଛି ବିଜେପି । ସେହିଭଳି ଦକ୍ଷିଣ ଭାରତ ରାଜ୍ୟ କର୍ଣ୍ଣାଟକର ଚିତ୍ରଦୁର୍ଗ ଆସନରେ ଗୋବିନ୍ଦ କରଜୋଲଙ୍କୁ ପ୍ରାର୍ଥୀ କରିଛି ଦଳ । ତେବେ ନବନୀତ ରାଣାଙ୍କୁ ଟିକେଟ ଦିଆଯିବା ପରେ ମହାରାଷ୍ଟ୍ର ଏନଡିଏ ମେଣ୍ଟରେ ଅସନ୍ତୋଷ ପ୍ରକାଶ ପାଇଛି । 

ଏକନାଥ ସିନ୍ଦେ ଗୋଷ୍ଠୀର ଆନନ୍ଦରାଓ ଏବେ ଅମରାବତୀ ସିଟ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ଜିଦ ଧରିଛନ୍ତି । ନବନୀତ ରାଣା ଅମାରାବତୀର ସାଂସଦ ଅଛନ୍ତି । ସେ ୨୦୧୯ରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଲଢ଼ି ଏଠାରୁ ବିଜୟ ହାସଲ କରିଥିଲେ । ସେ ଶିବସେନାର ଆନନ୍ଦରାଓ ଅଡସୁଲଙ୍କୁ ପରାସ୍ତ କରିଥିଲେ । ସେପଟେ ନବନୀତ ରାଣା ବିଜେପିରେ ଖୁବଶୀଘ୍ର ସାମିଲ ହେବେ ।  ଆଜି ରାତି ୧୦ଟାରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବାସଭବନରେ ବୈଠକ ହେବାର ଅଛି । ଶିବସେନା ନେତା ଏବଂ ଯେଉଁମାନଙ୍କ ଟିକେଟ୍‌ କଟିବାର ଅଛି ସେମାନଙ୍କ ସହ ବୈଠକ ହେବ ବୋଲି ଜଣାପଡ଼ିଛି । 

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଏବଂ ଅଜିତ ପାଓ୍ବାର ମଧ୍ୟ ଉପସ୍ଥିତ ରହିବେ । ବୈଠକରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବାକୁ ଥିବା ବେଳେ ଅସନ୍ତୋଷ ନେତାଙ୍କୁ ବୁଝାସୁଝା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରରେ ବିଜେପି ଅଜିତ ପାଓ୍ବାରଙ୍କ ଏନସିପି ଏବଂ ଏକନାଥ ସିନ୍ଦେଙ୍କ ଶିବସେନା ସହ ମିଶି ନିର୍ବାଚନ ଲଢ଼ିବାକୁ ଯାଉଛି । ହେଲେ ଏହାରି ଭିତରେ ସିନ୍ଦେ ଗୋଷ୍ଠୀର ନେତା ଆନନ୍ଦରାଓ ଅଡସୁଲ, ନବନୀତ ରାଣାଙ୍କୁ ବିଜେପି ଟିକେଟ ଦେବାକୁ ନେଇ ବିରୋଧ କରିଛନ୍ତି । 

  • BJP
  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.