ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ବସିବ ଏନଡିଏ ବୈଠକ, ରାଷ୍ଟ୍ରପତିଙ୍କୁ ଭେଟିବେ ଦଳୀୟ ନେତା

ନୂଆଦିଲ୍ଲୀ,୭/୬ :  ଆସନ୍ତା ରବିବାର ଅର୍ଥାତ ଜୁନ୍ ୯ ତାରିଖରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି। ଏହା ପୂର୍ବରୁ ଆଜି ଏନଡିଏର ପୁଣି ଏକ ବୈଠକ ବସିବ । ଏହା ପରେ ରାଷ୍ଟ୍ରପତିଙ୍କୁ ଭେଟି ଏନଡିଏ ପାର୍ଟିର ନେତା ସରକାର ଗଢ଼ିବାକୁ ଦାବି ଜଣାଇବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ  ସରକାର ଦେଶରେ ଆରମ୍ଭ ହେବ। ତେବେ ଲଗାତାର ୩ଥର ପ୍ରଧାନମନ୍ତ୍ରୀ ବନିବାରେ ଜବାହରଲାଲ ନେହରୁଙ୍କ ପରେ ଦ୍ୱିତୀୟ ପିଏମ୍ ହେବେ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ହେବାକୁ ଥିବା ବେଳେ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଧ୍ୟ ସେହି ସନ୍ଧ୍ୟାରେ ଶପଥ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ଶପଥ ଗ୍ରହଣରେ ସାମିଲ ହେବାକୁ ବାଂଲାଦେଶ, ଶ୍ରୀଲଙ୍କା, ନେପାଳରୁ ଅତିଥି ଭାରତକୁ ଆସିବେ ବୋଲି ସୂଚନା ମିଳିଛି। ଏଥିପାଇଁ ବି ପ୍ରସ୍ତୁତି ଆରମ୍ଭ ହେଲାଣି। ଏହା ପୂର୍ବରୁ ଗତ ୫ ତାରିଖରେ ମୋଦିଙ୍କ ବାସଭବନରେ ଏନଡିଏର ବୈଠକ ବସିଥିଲା। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଉଭୟ ଯଥାଶୀଘ୍ର ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନରେନ୍ଦ୍ର ମୋଦିଙ୍କୁ କହିଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.