ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ନିଟ୍ ୟୁଜି କାଉନସେଲିଂ ସ୍ଥଗିତ, ଖୁବ୍ ଶୀଘ୍ର ଘୋଷଣା କରାଯିବ ନୂଆ ତାରିଖ

ନୂଆଦିଲ୍ଲୀ,୬/୭: ସ୍ଥଗିତ ହେଲା ନିଟ୍ ୟୁଜି କାଉନସେଲିଂ। ପେପର୍ ଲିକକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ହେବାକୁ ଥିବା କାଉନସେଲିଂ ସ୍ଥଗିତ ରଖାଯାଇଛି।ଜାତୀୟ ପରୀକ୍ଷା ଏଜେନ୍ସି (NTA) କାଉନସେଲିଂକୁ ସ୍ଥଗିତ କରିଛି।  ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି କହିଛି। ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର୍ ଲିକ୍ ସହ ବ୍ୟାପକ ଅନିୟମିତତାକୁ ନେଇ ଏବେ ବି ବିବାଦ ଲାଗି ରହିଛି। ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାରୁ କାଉନସେଲିଂକୁ ସ୍ଥଗିତ କରାଯାଇଛି । 

ତେବେ ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ଏ ଉପରେ ବିଚାର କରି କାଉନସେଲିଂକୁ ସ୍ଥଗିତ ରଖିବାକୁ ମନା କରି ଦେଇଥିଲେ। କିନ୍ତୁ ଏନଟିଏ ଆଜି ଏହାକୁ ସ୍ଥଗିତ ରଖିଛି। କେବେ କାଉନସେଲିଂ ହେବ ସେନେଇ କୌଣସି ସ୍ପଷ୍ଟତା ଆସିନଥିବା ବେଳେ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି NTA କହିଛି। ସୂଚନା ଅନୁସାରେ, ଚଳିତ ବର୍ଷ ହୋଇଥିବା  ନିଟ୍ ୟୁଜି ପରୀକ୍ଷାକୁ ବାତିଲ୍ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଗତକାଲି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଏସଭିଏନ୍ ଭଟ୍ଟୀଙ୍କ ଏକ ଅବସରକାଳୀନ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରିଥିଲେ।ଏ ଉପରେ ସୁପ୍ରିମକୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ), କେନ୍ଦ୍ର ଏବଂ ଏହା ସହ ଜଡ଼ିତ ଅନ୍ୟ ସଂସ୍ଥାକୁ ନୋଟିସ୍ ଜାରି କରିଛନ୍ତି। ଏଥିସହ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୮କୁ ଧାର୍ଯ୍ୟ କରିଛନ୍ତି। 


 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.