ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି

ନୂଆଦିଲ୍ଲୀ,୦୩/୦୬: ଆଜିଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ମହଙ୍ଗା ହେବାକୁ ଯାଉଛି । ସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି । ଦେଶରେ ସାଧାରଣ ନିର୍ବାଚନ ଯୋଗୁ ଏପ୍ରିଲରେ ବାର୍ଷିକ ବୃଦ୍ଧି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । 

ମୁଦ୍ରାସ୍ଫୀତିକୁ ଆଖି ଆଗରେ ରଖି ଭାରତରେ ବର୍ଷକୁ ବର୍ଷ ଟୋଲ୍‌ ଦେୟକୁ ସଂଶୋଧିତ କରାଯାଇଥାଏ । ହାଇୱେ ଅପରେଟରମାନେ ସ୍ଥାନୀୟ ଖବରକାଗଜରେ  ଏ ନେଇ ନୋଟିସ୍‌ ଜାରି କରିଛନ୍ତି । ଏହା ଅନୁସାରେ  ସୋମବାରଠାରୁ ସମଗ୍ର ଦେଶରେ ଥିବା ପ୍ରାୟ ୧୧୦୦  ଟୋଲ୍‌ ପ୍ଲାଜାରେ ସଡ଼କ ଟିକସ ୩ରୁ ୫% ମହଙ୍ଗା  ହେବ ।  

ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ  (ଏନ୍‌ଏଚ୍‌ଏଆଇ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି  ଯେ, ନିର୍ବାଚନ ଶେଷ ହୋଇଛି । ଏଣୁ ନିର୍ବାଚନ  ସମୟରେ ସ୍ଥଗିତ ରଖାଯାଇଥିବା ଟୋଲ୍‌ ବୃଦ୍ଧି ନିଷ୍ପତ୍ତିକୁ  ସୋମବାରଠାରୁ କାର୍ଯ୍ୟକାରୀ କରାଯାଉଛି ।  

ଅଧିକାରୀଜଣକ କହିଛନ୍ତି ଯେ, ଟୋଲ୍‌  ଦେୟରେ ବୃଦ୍ଧି ଏବଂ ଇନ୍ଧନ ଉପରେ ଟିକସ  ଜାତୀୟ ରାଜପଥଗୁଡ଼ିକର ସମ୍ପ୍ରସାରଣରେ ସହାୟକ  ହୋଇଥାଏ । ଏହି ଟୋଲ୍‌ ଦେୟ ବୃଦ୍ଧି ଯୋଗୁ ଆଇଆର୍‌ବି  ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭେଲପର୍ସ ଏବଂ ଅଶୋକ  ବିଲ୍‌ଡକନ୍‌ ଲିମିଟେଡ ଭଳି ହାଇୱେ ଅପରେଟରମାନେ  ଉପକୃତ ହେବେ ।  

ସୂଚନାଯୋଗ୍ୟ, ଜାତୀୟ ରାଜପଥ ସମ୍ପ୍ରସାରଣ  ପାଇଁ ଭାରତ ଗତ ଦଶନ୍ଧିରେ କୋଟି କୋଟି ଡଲାର  ନିବେଶ କରିଛି । ଭାରତର ୧୪୬,୦୦୦ କିମିର ସଡ଼କ  ନେଟ୍‌ୱର୍କ ସମଗ୍ର ବିଶ୍ୱରେ ଦ୍ୱିତୀୟ ବୃହତ୍‌ ।  ୨୦୧୮-୧୯ ଆର୍ଥିକବର୍ଷରେ ଟୋଲ୍‌ ଆଦାୟରୁ  ୨୫୨୦୦ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ  ୨୦୨୨-୨୩ରେ ଏହା ୫୪୦୦୦ କୋଟି ଟଙ୍କାରୁ  ଅଧିକ ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.