ପ୍ରମୁଖ ଖବର
  • ସାଇବର ଫ୍ରଡ୍‌ରୁ ଦୂରେଇ ରହିବାକୁ ଡିସିପିଙ୍କ ଅପିଲ୍, ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ରେ ଅଭିଯୋଗ କର
  • ||
  • ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଆକ୍ସନ, ଜେଲ୍ ଗଲେ ଶିବଶଙ୍କର ଦାଶ
  • ||
  • କେନ୍ଦୁଝରରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ଦୁଇ ମୃତ , ୩ ଗୁରୁତର
  • ||
  • ବାରାଣସୀ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିଲେ, ବସ୍ ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ
  • ||
  • କଟକ ରାଜନୀତି ସରଗରମ୍‌: ୧୫ରେ ଅମିତ ଶାହଙ୍କ ରୋଡ୍‌ ସୋ
  • ||
  • ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥ, ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଆତ୍ମସମର୍ପଣ କରିପାରନ୍ତି ଅଭିନେତା ଅନୁଭବ ମହାନ୍ତି, ସୋମବାର ଜାରି ହୋଇଥିଲା NBW
  • ||
  • ରଥଖଳା ହାଲ୍‌ଚାଲ୍‌.. ରଥତ୍ରୟର ୧୨ ତୁମ୍ବ ଗୋଲେଇ ସରିଲା, ଶାଳରେ ଚାଲିଛି ଅର କଣ୍ଟା ତିଆରି
  • ||
  • ମୁମ୍ବାଇରେ ଧୂଳିଝଡ଼ ସହ ପ୍ରବଳ ବର୍ଷା, , ହୋଡିଂ ଖସି ୧୪ ମୃତ, ୭୦ରୁ ଅଧିକ ଆହତ
  • ||
  • IPL 2024: ସୁପରଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ, ଶେଷ ମ୍ୟାଚ୍‌, ଶେଷ ସୁଯୋଗ
  • ||
  • ପାଣିପାଗ ବିଭାଗର ପୂର୍ବାନୁମାନ, ମେ'୧୯ରେ ସୁଦ୍ଧା ଆଣ୍ଡାମାନ ଛୁଇଁବ ମୌସୁମୀ: ୧୭ରୁ ବଢ଼ିବ ତାତି
  • ||

ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧୁ ଜୟନ୍ତୀ, କୌଣସି ଓଡ଼ିଆ ମଧୁବାବୁଙ୍କ ଭଳି ତ୍ୟାଗ କରିନାହାନ୍ତି

ଭୁବନେଶ୍ୱର, ୨୮/୪ : ଓଡ଼ିଆ ଜାତିକୁ ଦୃଢ଼ ଭାବେ ଛିଡ଼ା କରିବା ପାଇଁ ଆଜୀବନ ଉଦ୍ୟମ କରି ମଧୁବାବୁ ନିଃଶେଷ ହୋଇଗଲେ । ଆଜି ପର୍ଯ୍ୟନ୍ତ କୌଣସି ଓଡ଼ିଆ ତାଙ୍କ ଭଳି ତ୍ୟାଗ କରିନାହାନ୍ତି ବୋଲି ବିଶିଷ୍ଟ ସାହିତ୍ୟିକ ତଥା ମଧୁ ବିଶାରଦ ଦାଶ ବେନହୁର ପ୍ରକାଶ କରିଛନ୍ତି । ଉତ୍କଳ ଗୈାରବଙ୍କ ଜୟନ୍ତୀ ଅବସରରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ମଧୂସୁଦନ ଛାତ୍ରାବାସ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ବକ୍ତୃତା ଓ ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସେ ଏହା କହିଛନ୍ତି । ସେ କହିଥିଲେ ଯେ, ମଧୁବାବୁ ଅବିଶ୍ବସନୀୟ ଜୀବନ ଯାପନ କରିଛନ୍ତି । ଆଜି ଆମେ ଏକାଠି ହୋଇ ମଧୁବାବୁଙ୍କ ପ୍ରତି ଆମ କୃତଜ୍ଞତାର ଦିବସ ପାଳନ କରୁଛୁ । ମଧୁବାବୁଙ୍କ ପ୍ରତି ଏ ଜାତି ଯେତେ କୃତଜ୍ଞତା ଜଣାଇଲେ ମଧ୍ୟ ତାହା କମ୍ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ସଭାପତି ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଡକ୍ଟର ସତ୍ୟଜିତ ମହାନ୍ତି କହିଥିଲେ ଯେ ସମ୍ଭବତଃ ଉତ୍କଳ ଗୌରବ ପ୍ରଥମ ଭାରତୀୟ ଯିଏ ଜନ ସ୍ବାର୍ଥ ମାମଲା ଦାୟର କରିଥିଲେ, ଯାହା ସେ ୧୯୨୦ମସିହାରେ ପ୍ରିଭି କାଉନସିଲରେ ଦାୟର କରିଥିଲେ। ମଧୁବାବୁ ପ୍ରକୃତରେ ଭାରତ ଗୌରବ, କିନ୍ତୁ ସର୍ବଭାରତୀୟ ସ୍ତରରେ ସେ ଯେତିକି ସ୍ବୀକୃତି ପାଇବା କଥା ପାଇନଥିଲେ ବୋଲି ଡକ୍ଟର ମହାନ୍ତି କହିଥିଲେ। ଅନ୍ୟତମ ଅତିଥି ପୁରାତନ ଛାତ୍ରସଂଘର ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ଦାସ ଉତ୍କଳ ଗୈାରବଙ୍କ ଜୀବନୀ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରି ଛାତ୍ରଛାତ୍ରୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ବିଶ୍ୱବିଦ୍ୟାଳୟ ଛାତ୍ରାବାସ ସମୂହର ଓ୍ବାର୍ଡେନ ପ୍ରଫେସର ପ୍ରବୋଧ ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମଧୁସୂଦନ ଛାତ୍ରାବାସର ଅଧୀକ୍ଷକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ ସ୍ବାଗତ ଅଭିଭାଷଣ ଏବଂ ପୁରାତନ ଛାତ୍ରସଂଘ ଉପସଭାପତି ରଘୁନାଥ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପୁରାତନ ଛାତ୍ରସଂଘର ଯୁଗ୍ମ କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ଦିଲୀପ ମିଶ୍ର ଓ ଲକ୍ଷ୍ମୀଧର ଚାନ୍ଦ ଏବଂ ସଦସ୍ୟବୃନ୍ଦ ତଥା ମଧୂସୁଦନ ଛାତ୍ରାବାସ ଅନ୍ତେବାସୀ ଏବଂ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ପୁରାତନ ଛାତ୍ରସଂଘ କର୍ମକର୍ତ୍ତାମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.