ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଉତ୍ତର ବେଙ୍ଗଲରେ ମହିଳାଙ୍କ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌: ଲାଗିବ ସିସିଟିଭି, ରହିବେ ମହିଳା କଣ୍ଡକ୍ଟର

Image Courtesy: indiatoday

କୋଲକାତା: ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ପଶ୍ଚିମବଙ୍ଗରେ ମହିଳା ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଉତ୍ତର ବେଙ୍ଗଲ ପରିବହନ ନିଗମ (NBSTC) ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବସ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧୮ ପାଖରୁ ଏହି ବସ ଗଡ଼ିବ ବୋଲି ନିଗମର ଅଧ୍ୟକ୍ଷ ପାର୍ଥ ପ୍ରତିମ ରୟ କହିଛନ୍ତି । ସେ କହିଛନ୍ତି, ‘ସ୍ବତନ୍ତ୍ର ମହିଳା ବସ୍‌’ ୩ଟି ରୁଟ୍‌ରେ ଗଡ଼ିବ । ସିଲିଗୁଡ଼ିରୁ ଜଲପାଇଗୁଡ଼ି, କୁଚବିହାରରୁ ଅଲିପୁରଦୁଆର ଏବଂ କୁଚବିହାରରୁ ଦିନହାଟ ରାସ୍ତାରେ ମହିଳାଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ବସ୍‌ । 

Also read:କୋଲକାତା ମାମଲାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଡାକ୍ତର ସଂଘ 

ଏହି ସବୁ ବସରେ ଜଣେ ଲେଖାଏଁ ମହିଳା କଣ୍ଡକ୍ଟର ରହିବେ । ଏପରିକି ମହିଳା ଡ୍ରାଇଭର ନିଯୁକ୍ତି ଉପରେ ମଧ୍ୟ ବିଚାର କରୁଛି ନିଗମ । ଅନ୍ୟ ବସଗୁଡ଼ିକ ଭଳି ଏହି ବସ୍‌ରେ ଭଡ଼ା ସମାନ ରହିବ । ଏଗୁଡ଼ିକ ମୁଖତଃ କାର୍ଯ୍ୟାଳୟର ସମୟାନୁସାରେ ଚାଲିବ ।   ଉତ୍ତର ବେଙ୍ଗଲରୁ କୋଲକାତା, ଆସାମ ଏବଂ ନେପାଳ ଗଡ଼ୁଥିବା ବସଗୁଡ଼ିକରେ ସିସିଟିଭି ଲଗାଇବାକୁ ଯୋଜନା କରୁଛୁ ବୋଲି ମଧ୍ୟ ପାର୍ଥ ପ୍ରତିମ ରୟ କହିଛନ୍ତି । 

 ସେପଟେ ଉତ୍ତର ବେଙ୍ଗଲ ପରିବହନ ନିଗମର ଏହି ନିଷ୍ପତ୍ତିକୁ ମହିଳାମାନେ ସ୍ବାଗତ କରିଛନ୍ତି । ଏହାସହ ସାରା ରାଜ୍ୟରେ ଏଭଳି ସ୍ବତନ୍ତ୍ର ବସ୍‌ର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି । ମହିଳାମାନଙ୍କ ସୁରକ୍ଷା ଲାଗି ଆହୁରି କଠୋର ଆଇନ ଆସୁ ବୋଲି କହିଛନ୍ତି କର୍ମଜୀବୀ ମହିଳା ।

Also read: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ରାଜଧାନୀର ନାଁ ବଦଳାଇଲେ ସରକାର

  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.