ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଚଳିତ ମାସରେ ଋଷରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଭ୍ଲାଦିମିର ପୁଟିନ୍-କିମ୍ ଜୋଙ୍ଗ ଉନ, ହୋଇପାରେ ବଡ ବୁଝାମଣା...

ନୂଆଦିଲ୍ଲୀ: ଚଳିତ ମାସରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରସ୍ପରକୁ ସାକ୍ଷାତ କରିପାରନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ବୈଠକ ଋଷରେ ଅନୁଷ୍ଠିତ ହେବ । ଏହି ବୈଠକରେ ଅସ୍ତ୍ରଶସ୍ତ୍ର ଚୁକ୍ତି ଉପରେ ଆଲୋଚନା କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ସୂତ୍ର ମୁତାବକ, ୟୁକ୍ରେନ ଯୁଦ୍ଧ ପାଇଁ ଉତ୍ତର କୋରିଆ ଋଷକୁ ଅସ୍ତ୍ର ଯୋଗାଇପାରେ । ତେବେ ଏହି ରିପୋର୍ଟ ଗୁଡିକ ଏଭଳି ସମୟରେ ଆସିଛି, ଯେତେବେଳେ କି ଗତ ସପ୍ତାହରେ ଆମେରିକା ଉତ୍ତର କୋରିଆ ସହିତ ଗୁପ୍ତ ଆଲୋଚନାକୁ ନେଇ ଋଷକୁ ଚେତାବନୀ ଦେଇଥିଲା । 

 ଆମେରିକାର ନ୍ୟାସନାଲ ସିକ୍ୟୁରିଟି କାଉନସିଲ ମୁଖପାତ୍ର ଏଡ୍ରିୟନ୍ ୱାଟସନ କହିଛନ୍ତି ଯେ, ଅସ୍ତ୍ରଶସ୍ତ୍ର ନେଇ ଋଷ ଏବଂ ଡିପିଆରକେ ମଧ୍ୟରେ ଆଲୋଚନା ଉପରେ ଆମେ ପୂର୍ବରୁ ସାର୍ବଜନୀନ ଭାବରେ ଚେତାବନୀ ଦେଇଛୁ । କୁହାଯାଉଛିକି, ଋଷ ଉତ୍ତର କୋରିଆରୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର କିଣିବାକୁ ପ୍ରସ୍ତୁତ ହେଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆ ମଧ୍ୟ ଏହି ଚୁକ୍ତି ପାଇଁ ଆଗ୍ରହୀ । ଏହି କାରଣ ପାଇଁ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଚଳିତ ମାସରେ ଋଷ ଗସ୍ତ କରୁଛନ୍ତି, ଯିଏକି ସାଧାରଣତଃ ଦେଶ ଛାଡନ୍ତି ନାହିଁ । 

ଏନେଇ ଆମେରିକାର ଅଧିକାରୀ ମାନେ କହିଛନ୍ତି ଯେ, ଉତ୍ତର କୋରିଆ ବିଗତ ବର୍ଷ ଗୁଡିକରେ ଋଷକୁ ରକେଟ୍ ଏବଂ କ୍ଷେପଣାସ୍ତ୍ର ଯୋଗାଇ ଦେଇଛି । ଯାହା ୱାଗନର୍ ଗ୍ରୁପ୍ ଦ୍ୱାରା ବ୍ୟବହୃତ ହୋଇଥିଲା । ଗତ ମାସରେ ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଏଗୁ ମଧ୍ୟ ଉତ୍ତର କୋରିଆ ଗସ୍ତ କରିଥିଲେ । ଗତ ସପ୍ତାହରେ ଆମେରିକା, ବ୍ରିଟେନ, ଦକ୍ଷିଣ କୋରିଆ ଏବଂ ଜାପାନ ମିଳିତ ଜାତିସଂଘରେ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ଋଷ ଏବଂ ଉତ୍ତର କୋରିଆ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରୁଥିବା କୌଣସି ଚୁକ୍ତି ସୁରକ୍ଷା ପରିଷଦର ନିଷ୍ପତ୍ତିର ଉଲ୍ଲଂଘନ ବୋଲି ଧରାଯିବ । 

 


 

Copyright © 2022 - Summa Real Media Private Limited. All Rights Reserved.